ବଲାଙ୍ଗୀର :11.03.2026 [ଆ.ଦୁ.ନି] ଓଡ଼ିଶାରେ ବ୍ୟାଙ୍କି ସେବାକୁ ଆହୁରି ବିସ୍ତାର କରିବା ଓ ଆର୍ଥିକ ସମାବେଶକୁ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ପଞ୍ଜାବ ଆଆଣ୍ଡ ସିନ୍ଧବ୍ୟାଙ୍କ ପକ୍ଷରୁ ବଲାଙ୍ଗୀର ଠାରେ ଏକ ନୂତନ ଶାଖା ଉଦ୍ଘାଟିତ ହୋଇଯାଇଛି। ବ୍ୟାଙ୍କର ପ୍ରବନ୍ଧକ ନିର୍ଦ୍ଦେଶକ ଓ ପ୍ରଧାନ କାର୍ଯ୍ୟନିର୍ବାହୀ ସ୍ଵରୂପ କୁମାର ଶାହା ତାଙ୍କର ଓଡ଼ିଶା ଗସ୍ତ ସମୟରେ ଏହି ନୂତନ ଶାଖାକୁ ଉଦ୍ଘାଟିତ କରିଥିଲେ। ଏହି ଅବସରରେ ଶ୍ରୀଶାହା କହିଥିଲେ ଯେ, ଓଡ଼ିଶାରେ ବ୍ୟାଙ୍କର ନେଟୱାର୍କକୁ ଆହୁରି ବୃଦ୍ଧି କରିବା ସହିତ ଲୋକମାନଙ୍କ ପାଖକୁ ସୁବିଧାଜନକ ବ୍ୟାଙ୍କି ସେବା ପହଞ୍ଚାଇବା ପାଇଁ ବ୍ୟାଙ୍କ ପ୍ରତିବଦ୍ଧ। ରାଜ୍ୟର ଆର୍ଥିକ ଉନ୍ନତିରେ କୃଷି ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟମ ଖାତାର ଗୁରୁତ୍ଵ ଥିବାରୁ ବ୍ୟାଙ୍କ ଏହି ଖାତାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନରେ ବିଶେଷ ଗୁରୁତ୍ଵ ଦେଉଛି। ସେ ଆହୁରି ମଧ୍ୟ କହିଥିଲେ ଯେ, କୃଷକ, ଛୋଟ ଉଦ୍ୟମୀ ଓ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରୋତ୍ସାହନ ଓ ଆର୍ଥିକ ସହଯୋଗ ଦେବାରେ ବ୍ୟାଙ୍କ ଗୁରୁତ୍ଵ ପ୍ରଦାନ କରୁଅଛି। ଏହି ପଦକ୍ଷେପ ରାଜ୍ୟର ବିକଶିତ ଓଡ଼ିଶା ୨୦୩୬ ଦୃଷ୍ଟିକୋଣ ସହ ସମନ୍ବୟ ରଖି ରାଜ୍ୟର ସମଗ୍ର ଆର୍ଥିକ ଓ ସାମାଜିକ ଉନ୍ନତିକୁ ଆଗଇ ନେବରେ ସହାୟକ ହେବ । ବଲାଙ୍ଗୀର ରେ ଆରମ୍ଭ ହୋଇଥିବା ଏହି ନୂତନ ଶାଖା ଦ୍ବାରା ସ୍ଥାନୀୟ ଲୋକମାନେ, କୃଷକ ଓ ଉଦ୍ୟମୀମାନେ ସହଜରେ ବ୍ୟାଙ୍କି ସେବା ପାଇପାରିବେ ଏବଂ ଏହା ଏହି ଅଞ୍ଚଳର ଆର୍ଥିକ କାର୍ଯ୍ୟକଳାପକୁ ଆହୁରି ଗତିଶୀଳ କରିବ। ଏହା ସହିତ ପଞ୍ଜାବ ଆଣ୍ଡ୍ ସିନ୍ଧବ୍ୟାଙ୍କ ଓଡ଼ିଶାରେ ନିଜର ସେବା ପହଞ୍ଚକୁ ଆହୁରି ବଢ଼ାଇ ରାଜ୍ୟର ଅନ୍ତର୍ଭୁକ୍ତିମୂଳକ ଉନ୍ନତିରେ ସକ୍ରିୟ ଭାଗିଦାର ହେବାର ଲକ୍ଷ୍ୟ ରଖିଛି।

Ce que vous pointez concernant le fait que presque aucun ne les comprend, c’est juste, c’est un des plus grands pièges.
Feel free to surf to my web blog – casino en ligne argent réel france
TnX