ଭୁବନେଶ୍ୱର ୦୪.୦୨.୨୦୨୬ (ଆ.ଦୁ.ନି) ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ଆୟୋଜିତ ଦୀର୍ଘ ପନ୍ଦରଦିନ ବ୍ୟାପୀ ଆନ୍ତଃବିଭାଗୀୟ କ୍ୟାରମ ପ୍ରତିଯୋଗିତାର ଚତୁର୍ଥ ସଂସ୍କରଣ ତା: ୦୪.୦୨.୨୦୨୬ ରିଖରେ ୟୁନିଟ-୧ ସ୍ଥିତ ବିଭାଗର Activity ସଭାଗୃହରେ ଉଦଯାପିତ ହୋଇଯାଇଅଛି। ଯାହାକି ଗତ ମାସ ଜାନୁଆରୀ ତା: ୧୨.0୧.୨୦୨୬ ରିଖ ରେ ଆରମ୍ଭ ହୋଇଥିଲା। ସାଂସ୍କୃତିକ ପରିଷଦର ଉପଦେଷ୍ଟା , ଶ୍ରୀଯୁକ୍ତ ବିପିନ ବିହାରୀ ହାଁସଦା ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବିଜେତା ଖେଳାଳୀମାନଙ୍କୁ ଟ୍ରଫି, ପଦକ ଓ ମାନପତ୍ର ପ୍ରଦାନ କରିଥିଲେ। ଚଳିତ ସଂସ୍କରଣର କ୍ୟାରମ ପ୍ରତିଯୋଗିତାରେ ଆୟୋଜକ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଚମ୍ପିୟାନ ହୋଇଥିବା ବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରଥମ ଉପବିଜେତା ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵିତୀୟ ଉପବିଜେତା ସ୍ଥାନ ବଜାୟ ରଖିଥିଲେ। ଏହି କ୍ୟାରମ ପ୍ରତିଯୋଗିତାରେ ସଚିବାଳୟର ଉଣେଇଶଗୋଟି ବିଭାଗର ସର୍ବମୋଟ ଅଶି ଜଣ ଖେଳାଳୀ ଅଂଶ ଗ୍ରହଣ କରିଥିଲେ। ସାଂସ୍କୃତିକ ପରିଷଦ, ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ସଭାପତି ଦିବ୍ୟରଞ୍ଜନ ସାହୁ, ଉପ-ସଭାପତି ଅମିତ କୁମାର ମହାନ୍ତି, ସାଧାରଣ ସମ୍ପାଦକ ଶିବ ପ୍ରସାଦ ହାଁସଦା, ଯୁଗ୍ମ ସମ୍ପାଦକ ନାରାୟଣ ପ୍ରସନ୍ନ ମହାପାତ୍ର , କ୍ରୀଡା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଷଡଙ୍ଗୀ, ସାଂସ୍କୃତିକ ସମ୍ପାଦକ ପ୍ରିୟମାଧବ ସାହୁ, କୋଷାଧ୍ୟକ୍ଷ ସିକନ୍ଦର ଦିଗଲ ଉପସ୍ଥିତ ଥିଲେ। ମୁଖ୍ୟ କ୍ରୀଡା ପରିଚାଳକ ଶ୍ରୀ ଏସ.କେ. ଅବଦୁଲ୍ଲା ଏବଂ ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେଶକ ଶ୍ରୀ ପ୍ରଶାନ୍ତ କୁମାର ଦାସ ଚଳିତ ସଂସ୍କରଣର କ୍ୟାରମ ପ୍ରତିଯୋଗିତାର ପରିଚାଳନା ଦାୟିତ୍ଵ ନିର୍ବାହନ କରିଥିଲେ। ୟୁକୋ ବ୍ୟାଙ୍କ ସଚିବାଳୟ ଶାଖା, ଏଚ୍.ଡି.ଏଫ.ସି (HDFC) ବ୍ୟାଙ୍କ ଓ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଭୁବନେଶ୍ଵର, ମୁଖ୍ୟ ପୃଷ୍ଠପୋଷକଭାବରେ ସହଯୋଗର ହାତ ବଢାଇଥିଲେ। କ୍ୟାରମ ପ୍ରତିଯୋଗିତାର ଉଦଯାପନୀ ସନ୍ଧ୍ୟାର ଅବ୍ୟବହିତ ପୂର୍ବରୁ ଦିବଂଗତ ଶ୍ରୀ ସୁନୀଲ କୁମାର ପଟ୍ଟନାୟକ, ରେଫରୀଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସଭାକାର୍ଯ୍ୟକୁ ସଂଚାଳନା କରିଥିଲେ ଶ୍ରୀ ସୁରେଶ କୁମାର ନାଗ ।

C’est intéressant comme analyse des pièges !
Ce qui m’a le plus aidé franchement, c’est
de noter mes limites avant même d’ouvrir mon compte.
Sinon c’est trop facile de déraper.
Here is my web blog; surfyn.fr
TnX