ଭୁବନେଶ୍ୱର 12.03.2026 [ଆ.ଦୁ.ନି] : ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ମହିଳାମନଙ୍କ ନିମନ୍ତେ ସ୍ଵତନ୍ତ୍ର ସେଭିଙ୍ଗ୍ସ ଆକାଉଣ୍ଟ “ବଚ୍ ୱି ମେନ୍ ସାଫାୟାର ସେଭିଙ୍ଗ୍ସ ଆକାଉଣ୍ଟ “ର ଶୁଭାରମ୍ଭ ହୋଇଯାଇଛି । ଏହି ଆକାଉଣ୍ଟ ଅନ୍ତର୍ଗତ ଦଶ ଲକ୍ଷ ଟଙ୍କାର କର୍କଟ ରୋଗ ଚିକିତ୍ସା କଭରେଜ, ଛଅ ଜଣ ପରିବାର ସଦସ୍ୟଙ୍କ ପାଇଁ ମାଗଣା ଅନ୍ଲାଇନ୍ ଡାକ୍ତର ପରାମର୍ଶ ଏବଂ ମେଡିସିନ୍ ଓ ପାଥୋଲୋଜି ପରୀକ୍ଷାରେ ରିହାତି ସମେତ ଅନେକ ସ୍ଵାସ୍ଥ୍ୟଗତ ସୁବିଧା ଉପଲବ୍ଧ ରହିଛି।
ଏହି ଆକାଉଣ୍ଟରେ ଉନ୍ନତମାନର ବ୍ୟାଙ୍କିଙ୍ଗ୍ ସେବା ଏବଂ ଜୀବନଶୈଳୀ ସମ୍ବନ୍ଧୀୟ ସୁବିଧା ମଧ୍ୟ ପ୍ରଦାନ କରାଯାଇଥାଏ।
ଏଥିରେ ବବ୍ ଭୁମି ରୁପେ ସିଲେକ୍ଟ ଡେବିଟ୍ କାର୍ଡର ସୁବିଧା ମଧ୍ଯ ଅନ୍ତର୍ଭୁକ୍ତ ଯାହା ମାଧ୍ଯମରେ ଦେଶୀୟ ବିମାନ ବନ୍ଦର ଲାଉଞ୍ଜ ପ୍ରବେଶ, ନିଶୁଳ୍କ ଜିମ୍ ସଦସ୍ୟତା, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଓଟିଟି ସବ୍ସ୍କ୍ରି ପ୍ସନ୍ ପରି ପ୍ରି ମିୟମ୍ ଲାଇଫ୍ଷ୍ଟାଇଲ୍ ସୁବିଧା ଉପଲବ୍ଧ ହେବ।
ଏଥ୍ ସହିତ ଆକାଉଣ୍ଟଧାରୀମାନେ ବିଓବି କାର୍ଡ ଟିଆରା କ୍ରେଡିଟ୍ କାର୍ଡ ଉପରେ ପ୍ରଥମ ବର୍ଷର ଫି ର ୫୦ ପ୍ରତିଶତ ରିହାତି ରିଓ୍ବାର୍ଡ ପଏଣ୍ଟ ରୂପୋ ପାଇବେ। ବିଓବି ୱେ ମେନ୍ ସାଫାୟାର ସେଭିଙ୍ଗ୍ସ ଆକାଉଣ୍ଟଧାରୀମାନେ ରିହାତି ଲକର ଚାର୍ଜ, ଗୃହ ଋଣ ପ୍ରକ୍ରି ୟାକରଣ ଚାର୍ଜ ଉପରେ ୫୦ ପ୍ରତିଶତ ରିହାତି ସହିତ ଅନ୍ୟାନ୍ୟ ବ୍ୟାଙ୍କି ସୁବିଧା ପାଇପାରିବେ।
ଏହି ଅବସରରେ ବିଓବିର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ୍ତ ଚାନ୍ଦ କହିଛନ୍ତି ଯେ, ବବ୍ ୱି ମେନ୍ ସାଫାୟାର ସେଭିଡ୍ସ ଆକାଉଣ୍ଟ ମହିଳାକୈନ୍ଦ୍ରିକ ଆର୍ଥିକ ସମାଧାନ ସୃଷ୍ଟି କରିବା ପାଇଁ ବ୍ୟାଙ୍କ ଅଫ୍ ବରୋଦାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ। ପ୍ରି ମିୟମ୍ ବ୍ୟାଙ୍କିଙ୍ଗ୍ ଏବଂ ଜୀବନଶୈଳୀ ସୁବିଧା ସହିତ ମହିଳାମାନଙ୍କ ବିକଶିତ ଆକାଂକ୍ଷାକୁ ପୂରଣ କରିବା ସହ ଉଚ୍ଚ ମୂଲ୍ୟର ଡିପୋଜିଟ୍ ବର୍ଗ ସହିତ ସମ୍ପର୍କକୁ ଆହୁରି ସୁଦୃଢ କରିବା ହେଉଛି ବ୍ୟାଙ୍କର ଲକ୍ଷ୍ୟ ବୋଲି ଶ୍ରୀ ଚାନ୍ଦ କରିଥିଲେ। ବିଓବି ୱି ମେନ୍ ସାଫାୟାର ସେଭିଙ୍ଗ୍ସ ଆକାଉଣ୍ଟ ଅଧୀନରେ ଆକାଉଣ୍ଟଧାରୀମାନେ ୧୦ ଲକ୍ଷ ପର୍ଯ୍ୟନ୍ତ କର୍କଟ ରୋଗ ଚିକିତ୍ସା ଖର୍ଚ୍ଚ (୧୮ ବର୍ଷରୁ ୬୦ ବର୍ଷ), ସ୍ଵାସ୍ଥ୍ୟଗତ ସୁବିଧା, ବବ୍ ଭୁମି ରୁପେ ସିଲେକ୍ଟ ଡେବିଟ କାର୍ଡର ସୁବିଧା, ବବ୍ କାର୍ଡ ଟିଆରା କ୍ରେଡିଟ୍ କାର୍ଡ ମାଗଣା ହେଲ୍ଥ ପ୍ୟାକେଜ୍, ବ୍ୟକ୍ତିଗତ ଦୁର୍ଘଟଣା କଜରେଜ, ମିତ୍ରା, ଫ୍ଲିପ୍ରକାର୍ଟ, ନାଏକା ଆଦିର ମାଗଣା ଅସିମୀତ ଭାଉଚର ଇତ୍ୟାଦି), ଗୃହ ଋଣରେ ପ୍ରସେସିଂ ଫିରେ ୫୦ ପ୍ରତିଶତ ରିହାତି ଏବଂ ଲକର ଚାର୍ଜରେ ୨୦ ପ୍ରତିଶତ ରିହାତି ସହିତ ଲକର ସୁବିଧା ଆଦି ସୁବିଧା ପାଇପାରିବେ।

Votre perspective sur les tournois et compétitions m’a fait découvrir
une dimension qu’il n’y avait pas que les machines.
My page :: casino en ligne
Tnx
Ce sujet vous touche également ? La ligne entre divertissement et dépendance est peu traitée dans
les articles standards, c’est une lacune d’après moi.
Here is my blog; surfyn.fr
TnX