ଭୁବନେଶ୍ଵର 16 ଅକ୍ଟୋବର ୨୦୨୬ [ଆ.ଦୁ.ନି] : ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କର ଆର୍ଥିକ ବର୍ଷ ୨୦୨୬–୨୭ର ଦ୍ଵିତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ପ୍ରକାଶ ପାଇଛି। ବ୍ୟାଙ୍କର ସେପ୍ଟେମ୍ବର ମାସ ଶେଷ ସୁଦ୍ଧା, ଦ୍ଵିତୀୟ ତ୍ରୈମାସରେ ଶତକଡା ୨୬.୭୭ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରି ୭୮୬ କୋଟି ଟଙ୍କାର ନେଟ୍ ଲାଭସଂଗ୍ରହ କରିପାରିଛି ଯାହା ପୂର୍ବ ବର୍ଷ ଏହି ସମୟରେ ୬୨୦କୋଟି ଟଙ୍କା ରହିଥିଲା। ବ୍ୟାଙ୍କର ରିଟେଲ୍, କୃଷି ଓ ଏସ୍ଏସ୍ଏମ୍ଇରେ ଶତକଡା ୨୬.୯୨ ପ୍ରତିଶତ ବୃଦ୍ଧି ଘଟି ୧,୬୮,୭୩୬ କୋଟିରେ ପହଞ୍ଚୁଛି (y-o-y)। ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବ୍ୟାଙ୍କର ସମୁଦାୟ ବ୍ୟବସାୟିକ ଅଭିବୃଦ୍ଧିରେ ଶତକଡା ୧୮.୮୧ ପ୍ରତିଶତ ବୃଦ୍ଧି ଘଟି ୬,୩୭, ୨୮୦ କୋଟିରେ ପହଞ୍ଚୁଛି (y-o-Y) | ବ୍ୟାଙ୍କର ନେଟ୍ ସୁଧ ଆୟରେ ଶତକଡା ୧୩.୯୬ ପ୍ରତିଶତ ବୃଦ୍ଧି ଘଟି ୨୮୮୬କୋଟିରେ ପହଞ୍ଚୁଛି (y-o-y) । ଦ୍ଵିତୀୟ ତ୍ରୈମାସିକ ଶେଷ ସୁଦ୍ଧା ବ୍ୟାଙ୍କର ନେଟ୍ ସୁଧ ମାର୍ଜିନ ଶତକଡା ୩ ପ୍ରତିଶତ ବୃଦ୍ଧି ପାଇଥୁବା ସହ ପୁଞ୍ଜି ସ୍ଵଚ୍ଛଳତା ହାର (ସିଆର୍ଏଆର) ଶତକଡା ୧୮.୮୫ ପ୍ରତିଶତରେ ପହଞ୍ଚିଛି। ବ୍ୟାଙ୍କର ପ୍ରୋଭିଜନ୍ କଭରେଜ ରେସିଓ (ପିସିଆର୍) ଶତକଡା ୯୮.୩୬ ପ୍ରତିଶତରେ ପହଞ୍ଚିଛି। ବ୍ୟାଙ୍କର ପରିଚାଳନାଗତ ଲାଭ ଶତକଡା ୧୬.୦୪ ପ୍ରତିଶତ ଅଭିବୃଦ୍ଧି ହାରରେ ୧,୮୭୨କୋଟି ଟଙ୍କାରେ ପହଞ୍ଚିଛି (y-o-y) | ବ୍ୟାଙ୍କର ଗ୍ରସ୍ ଏନ୍ପିଏ ୬୦ ବିପିଏସ୍ ହ୍ରାସ ପାଇ ଶତକଡା ୧.୯୬ ପ୍ରତିଶତରେ ପହଞ୍ଚିଛି। ବ୍ୟାଙ୍କର ନେଟ୍ ଏନ୍ପିଏ ୨୫ ବିପିଏସ୍ ହ୍ରାସ ପାଇଛି ଯାହା ଶତକଡା ୦.୧୮ ପ୍ରତିଶତ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ୟୁକୋ ବ୍ୟାଙ୍କର ୩,୪୩୯ଟି ଘରୋଇ ଶାଖା ରହିଥିବା ବେଳେ ହଂକଙ୍ଗ୍, ସିଙ୍ଗାପୁର ଏବଂ ଇବୁ ଗିଫ୍ଟ ସିଟିରେ ୩ଟି ଆନ୍ତର୍ଜାତୀୟ ଶାଖା ରହିଛି।
