ଭୁବନେଶ୍ୱର 28.10.2026 [ଆ.ଦୁ.ନି] : ସେଞ୍ଚୁରିଆନ୍ ୟୁନିଭରସିଟି ଗ୍ରାଉଣ୍ଡ୍ଠାରେ ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଭୁବନେଶ୍ଵର ମଣ୍ଡଳ ପକ୍ଷରୁ ଶାରଦୀୟ ଖେଳ ଉତ୍ସବ-୨୦୨୬ ଚଳିତ ମାସ ୨୫ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଖେଳ ମହୋତ୍ସବରେ କ୍ରିକେଟ୍, ଫୁଟବଲ, ବ୍ୟାଡ୍ମିଣ୍ଟନ, ଟେବୁଲ ଟେନିସ୍ ଚେସ୍ ଓ କ୍ୟାରମ୍ ସହିତ ବିଭିନ୍ନ ଖେଳକୁଦ ସାମିଲ ଥିଲା। ଏଥିରେ ଭୁବନେଶ୍ଵର ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ଶାଖାରେ କାର୍ଯ୍ୟରତ ୧୨୦ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଏଥିରେ ଆଞ୍ଚଳିକ ପ୍ରବନ୍ଧକ ଭୂଷଣ ଶର୍ମା ମୁଖ୍ୟ ଅତିଥ୍ ରୂପେ ଯୋଗଦେଇ କ୍ରୀଡା ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଉପ-ଆଞ୍ଚଳିକ ମୁଖ୍ୟ କ୍ଷେତ୍ରବାସୀ ମିଶ୍ର ଏବଂ ଭୁବନେଶ୍ଵର ମଣ୍ଡଳ ମୁଖ୍ୟ ରମେଶ କୁମାର ସାମଲ ଉପସ୍ଥିତ ଥିଲେ।
