କଟକ ୧୧.୧୧.୨୦ ୨୬ [ଆ.ଦୁ.ନି] : ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ୧୦୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା । ପ୍ରଥମେ,ଏସ୍.ସି.ବି ମେଡିକାଲ କଲେଜଠାରେ ଏକ ଫଳ ବଣ୍ଟନ ଶିବିରର ଆୟୋଜନ କରାଯାଇଥିଲା। କଟକ କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ବିବେକାନନ୍ଦ ଷଡଙ୍ଗୀଙ୍କ ନେତୃତ୍ୱରେ କ୍ଷେତ୍ରୀୟ କାର୍ଯ୍ୟାଳୟ ଓ ବିଭିନ୍ନ ଶାଖର ଅଧିକାରୀ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଚିକିତ୍ସାଧିନ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ଏହାପରେ ସବୁଜ ପରିବେଶ ସୃଷ୍ଟି ପାଇଁ କଟକ ସିଡିଏସ୍ଥିତ ସିଡିଏସ୍ଥିତ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କ୍ଷେତ୍ରୀଯ ତ୍ରୀୟମୁଖ୍ୟ ଶ୍ରୀ ଷଡଙ୍ଗୀ, ବିଦ୍ୟାଳୟର ଅଧ୍ଯକ୍ଷ ଆନନ୍ଦ ବଲ୍ଲଭ ପାଣ୍ଡେ, କ୍ଷେତ୍ରୀୟ କାର୍ଯ୍ୟାଳୟ ଓ ବିଭିନ୍ନ ଶାଖାର ଅଧୁକାରୀମାନେ ଚାରାରୋପଣ କରିଥିଲେ I ଏହି ଉପଲକ୍ଷେ ଏକ ୱାକାଥନ୍ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ଏଥିରେ କ୍ଷେତ୍ରୀୟ କାର୍ଯ୍ୟାଳୟ ଓ ବିଭିନ୍ନ ଶାଖାର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଲୋକମାନଙ୍କ ମଧ୍ୟରେ ସୁସ୍ଥ ଜୀବନ ଶୈଳୀର ବର୍ତI ବାଣ୍ଟିଥିଲେ । କ୍ଷେତ୍ରୀୟ ମୁଖ୍ୟ ଶ୍ରୀ ଷଡଙ୍ଗୀଙ୍କ ଦ୍ବାରା ଦ୍ଘାଟିତ ୧୦୮ତମ ପ୍ରତିଷ୍ଠା ଦିବ ଦିବସର ସଂନ୍ଧ୍ୟା ସମାରୋହ ସିଡିଏ ସ୍ଥିତ ୱିଣ୍ଡ୍ସର୍ ପ୍ୟାଲେସ୍ଠାରେ ଉତ୍ସାହର ସହ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ସମ୍ମାନୀତ ଗ୍ରାହକ, କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ, ଆଇନଜୀବି ଓ ବ୍ୟାଙ୍କର ଅନ୍ୟାନ୍ୟ ହିତାଧିକାରୀମାନେ ଯୋଗଦେଇଥିଲେ। ଏଥିରେ ଗ୍ରାହକ ଓ ହିତାଧୂକାରୀମାନଙ୍କ ତାଧୂକାରୀମାନଙ୍କର ପାରସ୍ପରିକ ସମ୍ପର୍କ ସୁଦୃଢ ହୋଇଥିଲା । ବିଭିନ୍ନ ସଚେତନତାମୂଳକ, ସ୍ଵାସ୍ଥ୍ୟଗତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟମରେ ପ୍ରତିଷ୍ଠା ଦିବସଟି ସ୍ମରଣୀୟ ହୋଇଥିଲା I
