- ଝାଡ଼ଖଣ୍ଡ ଓ ଓଡ଼ିଶାର ୫୦ ଜଣ ପ୍ରଶିକ୍ଷାର୍ଥୀ ୪୨ ଘଣ୍ଟିଆ ରିଆକ୍ଟ ମଡ୍ୟୁଲରେ ଅଂଶଗ୍ରହଣ କରିବେ
ଭୁବନେଶ୍ୱର, ୧୮ ନଭେମ୍ବର ୨୦୨୬ [ଆ.ଦୁ.ନି] : ରିଆକ୍ଟ ସେଲ୍ଫ ଡିଫେନ୍ସ ସିଷ୍ଟମ ଅଧୀନରେ ପାଞ୍ଚ ଦିନିଆ ଆତ୍ମରକ୍ଷା ତାଲିମ ଓ ଦକ୍ଷତା ମୂଲ୍ୟାଙ୍କନ ଶିବିର ଆଜି ଭୁବନେଶ୍ୱରର ଉତ୍କଳ କରାଟେ ସ୍କୁଲରେ ଆରମ୍ଭ ହୋଇଛି। ଏହା ୨୩ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ଶିବିର କୁ ଉତ୍କଳ କରାଟେ ସ୍କୁଲ ଆୟୋଜନ କରୁଛି, ଯାହା ସ୍ପୋର୍ଟସ୍, ଫିଜିକାଲ ଏଜୁକେସନ, ଫିଟନେସ୍ ଆଣ୍ଡ ଲିଜର ସ୍କିଲ କାଉନସିଲ (SPEFL-SC)ର ଅଧିକୃତ ତାଲିମ ସହଯୋଗୀ। SPEFL-SCକୁ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ ପ୍ରୋତ୍ସାହିତ କରିଛି। ଝାଡ଼ଖଣ୍ଡ ଓ ଓଡ଼ିଶା ରୁ ୫୦ ଜଣ ପ୍ରଶିକ୍ଷାର୍ଥୀ ୪୨ ଘଣ୍ଟାର ବ୍ୟବହାରିକ ତାଲିମ ମଡ୍ୟୁଲ ସମ୍ପୂର୍ଣ୍ଣ କରିବେ। ଆଜି ଶିବିର ର ଉଦଘାଟନ ହେବା ପରେ ତାଲିମ ଅଧିବେଶନ ଆରମ୍ଭ ହେବ । ସ୍କିଲ ଇଣ୍ଡିଆ ଢାଞ୍ଚାରେ ଅଂଶଗ୍ରହଣକାରୀମାନେ ୨୩ ନଭେମ୍ବର ଦିନ ପୂର୍ବ ଶିକ୍ଷାର ସ୍ୱୀକୃତି (RPL) ମାଧ୍ୟମରେ ଦକ୍ଷତା ମୂଲ୍ୟାୟନ ଦେବେ। RPL ଅର୍ଥାତ୍ କୌଣସି ବ୍ୟକ୍ତି ଅଭିଜ୍ଞତା ଓ ଅଭ୍ୟାସ ଦ୍ୱାରା ଯେଉଁ ଦକ୍ଷତା ପୂର୍ବରୁ ହାସଲ କରିଛନ୍ତି, ତାହାର ଆନୁଷ୍ଠାନିକ ସ୍ୱୀକୃତି। ୧୮ ବର୍ଷ ଓ ତଦୁର୍ଦ୍ଧ୍ୱ ପ୍ରଶିକ୍ଷାର୍ଥୀମାନେ ଆତ୍ମରକ୍ଷା ତାଲିମ ଓ RPL ମୂଲ୍ୟାଙ୍କନ ଉଭୟ ପାଇବେ, ଯେତେବେଳେ ୧୮ ବର୍ଷରୁ କମ୍ ବୟସର ପ୍ରଶିକ୍ଷାର୍ଥୀ କେବଳ ତାଲିମ ନେବେ। ୨୩ ନଭେମ୍ବର ଦିନ ସମାପନୀ ଉତ୍ସବରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ଓ ସ୍ମାରକୀ ପ୍ରଦାନ କରାଯିବ। ରିଆକ୍ଟ ଆତ୍ମରକ୍ଷା ପ୍ରଶିକ୍ଷଣ ର ପ୍ରତିଷ୍ଠାତା ହାନ୍ସି (ଡ.) ହରିପ୍ରସାଦ ପଟ୍ଟନାୟକ ଏହି ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିବେ ।
