ଭୁବନେଶ୍ୱର, 4/11/25 ( ଆ.ଦୁ.ନିଉଜ) : ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ଆଜି ଓଡ଼ିଶା ରାଜ୍ୟ ସରକାରଙ୍କୁ ଲ ଲାଭାଂଶ (ଡିଭିଡେଣ୍ଡ୍) ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଜରିଆରେ 2021-22 ଆର୍ଥିକ ବର୍ଷ ପାଇଁ ୩ କୋଟି 40 ଲକ୍ଷ 64 ହଜାର 105 ଟଙ୍କା ର ରାଜ୍ୟ ସରକାରଙ୍କ ଲାଭାଂଶ ବାବଦକୁ ପ୍ରଦାନ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ସମବାୟ ବିଭାଗ କମିଶନର-ତଥା-ଶାସନ ସଚିବ ଶ୍ରୀ ରାଜେଶ ଜଶ ପ୍ରଭାକର ପାଟିଲ ଏବଂ ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମିହିର ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଏହି ଲାଭାଂଶ ରାଶି ପ୍ରଦାନ କରିଛନ୍ତି ।
ପ୍ରକାଶ ଥାଉକି, ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ନିଗମର ମୋଟ ଲାଭ ହେଉଛି ୨୨ କୋଟି ୭୦ ଲକ୍ଷ ୯୪ ହଜାର ୩୩ ଟଙ୍କା । ଏହି ବର୍ଷ ପାଇଁ ମୋଟ ଲାଭର ୩୦ ପ୍ରତିଶତ ହିସାବରେ ଡିଭିଡେଣ୍ଟ୍ ରାଶି ହେଉଛି ୬ କୋଟି ୮୧ ଲକ୍ଷ ୨୮ ହଜାର ୨୧୦ ଟଙ୍କା । ଏହାର ଉଭୟ ଅଂଶୀଦାର ଯଥା ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଭଣ୍ଡାରଣ ନିଗମଙ୍କୁ จด ପରିମାଣରେ ଅର୍ଥାତ ପ୍ରତ୍ୟେକ ଅଂଶୀଦାରଙ୍କୁ ୩ କୋଟି ୪୦ ଲକ୍ଷ ୬୪ ହଜାର ୧୦୫ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ସମବାୟ ସମିତି ସମୂହ ନିବନ୍ଧକ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ସମବାୟ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଉଷାରାଣୀ ଦାସ, ବିତ୍ତ ପରାମର୍ଶଦାତା ସ୍ମିତାଞ୍ଜଳି ସ୍ବାଇଁ, ମୁଖ୍ୟ ସାଧାରଣ ପରିଚାଳକ ତୃପ୍ତି କଲ୍ୟାଣ ସେଠୀ, ଯୁଗ୍ମ ସଚିବ ସଂଗ୍ରାମ ରାଉତ, ଜେଆରସିଏସ ଲିଙ୍ଗରାଜ ନାୟକ, ବରିଷ୍ଠ ଅକ୍ଷକ ପ୍ରଭାତ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ, ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ୧୯୫୮ ମସିହାରେ ସ୍ଥାପିତ ହୋଇଥିଲା । ଏହାର ଷ୍ଟୋରେଜ୍ କ୍ଷମତା ହେଉଛି ୫,୨୧,୬୦୦ ମେଟ୍ରିକ ଟନ୍ । ରାଜ୍ୟର ୩୦ଟି ଜିଲ୍ଲାରେ ୬୮ଟି ୬୮ଟି ଗୋଦାମ ରହିଛି । ଏହାର ଭଣ୍ଡାରଣ କ୍ଷମତାର ସୁବିନିଯୋଗ ଯୋଗୁଁ ନିଗମ କ୍ରମାଗତ ଗତ ଭାବରେ ଭାବରେ ଲାଭାନ୍ବିତ ହେଉଛି ଏବଂ ଏହାର ଦୁଇ ଅଂଶୀଦାର ଯଥା ରାଜ୍ୟ ସରକାର ଏବଂ ବଂ କେନ୍ଦ୍ରୀୟ ଭଣ୍ଡାରଣ ନିଗମଙ୍କୁ ନିୟମିତ ଭାବରେ ଲାଭାଂଶ ଆଂଶ (ଡିଭିଡେଣ୍ଡ୍) (ଡି ପ୍ରଦାନ କରୁଅଛି । ଉଲ୍ଲେଖଯୋଗ୍ୟ ८६, १०९९-१० ৩০° १०१०-१९ ଆର୍ଥିକ ବର୍ଷ ପାଇଁ ନିଗମ ପକ୍ଷରୁ ଏହାର ଲାଭାଂଶ ବାବଦକୁ ପ୍ରତ୍ୟେକ ଅଂଶୀଦାରଙ୍କୁ ୪ କୋଟି ୩୬ ଲକ୍ଷ ୩୧ ହଜାର ୨୫୧ ଟଙ୍କା ଲେଖାଏଁ ପ୍ରଦାନ କରା ଯାଇଥିଲା ।
ରାଜ୍ୟ ସରକାରଙ୍କୁ ପ୍ରଦତ୍ତ ଏହି ଲାଭାଂଶ ଗ୍ରହଣ କରିବା ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ବିଭାଗୀୟ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଓଡିଶା ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ସଂପର୍କିତ ଆଲୋଚନା କରି ଏହାର ଆଧୁନିକୀକରଣ ବ୍ୟବସ୍ଥା ସଂପର୍କରେ ଆବଶ୍ୟକ ପରାମର୍ଶ ଦେଇ ଦଇଥିଲେ ।
