ସାଉଦି ଆରବର ନଭେମ୍ବର ୨୮ (ଆ.ଦୁ.ନିଉଜ) ରିୟାଦରେ ବସବାସ କରୁଥିବା ଓଡ଼ିଆ ସମୁଦାୟଙ୍କ ଦ୍ବାରା ଗଠିତ ପ୍ରଥମ ଓଡିଶା ସଂଗଠନ ‘ରିୟାଦ ଓଡିଶା ସାମାଜିକ ତଥା ସାଂସ୍କୃତିକ ସଂଗଠନ (ରୋଜା) ୧୭ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟିସିଆଇଏଲ ସାଉଦି ଅରବିଆର ସି.ଇ.ଓ ଶ୍ରୀ ଅନିଷ ଅଗ୍ରୱାଲ ଓ ସମ୍ମାନିତ ଅତିଥ୍ ଭାବେ ପ୍ରଭାସୀ ଭାରତୀୟ ଷ୍ଟିଅରିଂ କମିଟିର ଅଧ୍ଯକ୍ଷ ଶ୍ରୀ ମହମଦ ଯୌଘଂ ଖାଁନ ଯୋଗ ଦେଇଥିଲେ।

ଦୀର୍ଘ ୧୭ ବର୍ଷ ଧରି ସାଉଦି ଆରବରେ ଓଡ଼ିଆ ସାମାଜିକ ସଂସ୍କୃତି ବଜାୟ ରଖିଥିବାରୁ ଉଭୟ ଅତିଥ୍ ରୋଜାକୁ ଉଚ୍ଚ ପ୍ରଶଂସା କରିଥିଲେ I ଅନୁଷ୍ଠାନର ସଭାପତି ଶ୍ରୀ ଅଜୀମୁଦ୍ଦୀନ୍ ଖାନ୍, ଉଭୟ ଉପସଭାପତି ଶ୍ରୀ ହାଡୁବନ୍ଧୁ ସାହୁ, ଆବୁସଜ୍ଜା ଅହମଦ ଓ ଶ୍ରୀ ସୁକାନ୍ତ ପାତ୍ର ଅନୁଷ୍ଠାନର ବିଭିନ୍ନ ଉପଲବ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ I ଏହି ସାଂସ୍କୃତିକ ଉତ୍ସବରେ ବିଶେଷ ଅତିଥି ଭାବେ ସୁଦୂର ଦମାମ ସହରରେ ଗଠିତ ଓଡିଶା ସଂଗଠନ କଲିଂଗନ ଓ ଜୁବେଲ ସହରରେ ଗଠିତ ଓଡିଶା ସଂଗଠନ ଉତ୍କଳିକାର ସଦସ୍ୟ ମାନେ ଏହି ସାଂସ୍କୃତିକ ଉତ୍ସବର ଅଶେଷ ପ୍ରଶଂସା କରିଥିଲେ I ରୋଜା ସଂଗଠନର ପ୍ରମୁଖ ମୁଖ ପରାମର୍ଶ ଦାତା ଦାତା ଡ଼କ୍ଟର ଫଜଲ ହକ ଓ ମହମଦ ଶାମଷେର ଅଲ୍ଲୀ ବିଦେଶ ଭୂମିରେ ଓଡିଶାର କଳା ଓ ସଂସ୍କୃତିର ଅଭିବୃଦ୍ଧି ଉପରେ ବିଶେଷ ଆଲୋକପାତ କରାଇଥିଲେ | ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅମ୍ଳକାସ ଗ୍ରୁପର ଚେୟାରମ୍ୟାନ ତଥା ରୋଜାର ମାର୍ଗଦର୍ଶକ ଡ଼କ୍ଟର ଦେବ ମହାନ୍ତିଙ୍କ ବିଶେଷ ବାର୍ତା ପଢା ଯାଇଥିଲା |

ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ସଫଳତା ପାଇଁ ରୋଜା ତରଫରୁ ସମସ୍ତ ପ୍ରଯୋଜକ ଯଥା ଅମ୍ଳକାକାସ ଗ୍ରୁପ, ସେରୋ ପ୍ରପଟିଜ, ସବକାତ, ସିକୁଅର ଆଇଜ, ପାରାମାଉନ୍ଟ, ମାଲବାର, ଅଳସିଫା ହସ୍ପିଟାଲ, ଓ ରେଡ଼ଚିଲି କୁ ବିଶେଷ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମରେ ରୋଜର ବାର୍ଷିକ ସ୍ମରଣିକା ଉନ୍ମୋଚନ କରାଯା କରାଯାଇଥିଲା
ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ, ସମ୍ବଲପୁରୀ ଓ ଆଧୁନିକ ନୃତ୍ୟ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା, ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ତାରକା ଗାୟକ ଶ୍ରୀ ଅସିତ୍ ତ୍ରିପାଠୀ I ସମସ୍ତ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଦୀପିକା ପାଣିଗ୍ରାହୀ, ଦୀପିକା ପାତ୍ର ଓ ଭାବନା ଜେନା, ମଞ୍ଚ ପରିଚାଳନା ଦାୟିତ୍ବରେ ଥିଲେ ଭାବନା, ଜ୍ୟୋତିର୍ମୟ, କ୍ରିଷ୍ଣା, ଦୀପିକା, ପିଙ୍କି, ତାନଭି ଓ ଅନିସା, ମଞ୍ଚ ତଥା ଡିଜିଟାଲ ସାଜ ସଜ୍ଜାର ଓ ମେଡିଆ ପ ପରିଚାଳନା ସୁକାନ୍ତ, ଶିବାଶିଷ, ସରୋଜ, ସିମାଞ୍ଚଳ, ସିଦ୍ଧାର୍ଥ, ଖୋକନ, ବିଶ୍ବଜିତ, ଅବୁ ସଜ୍ଜା ଓ ଅନୱର ଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା, ଏହି ବାର୍ଷିକ ଉତ୍ସବରେ ଆନନ୍ଦ, ଉତ୍ସାହ ଓ ଏକତାର ଅଦ୍ଭୁତ ପରିବେଶ ଦେଖାଯାଇଥିଲା। ଏହି ସାଂସ୍କୃତିକ ଉତ୍ସବ ପାଳନ ଶ୍ରୀମତୀ ମେହେବିଶ ଜିଲାନିଙ୍କ ତତ୍ତ୍ୱାବଧାନରେ ଅଫିସିଆଲ୍ ପ୍ରୋସିଡିଂ ଆରଫାନ, ଆଫ୍ରିନ, ସମ୍ମାନ ଓ ଅରମାନ ସୁଚାରୁରୂପେ ପରିଚାଳିତ କରିଥିଲେ ।

Thanks to the reporter for describing about Pravashi NRI Odiya in Saudi Arabia on promoting Rich Art & Culture of odisha.
TnX