ଭୁବନେଶ୍ୱର(ଆ.ଦୁ.ନି): କିଟ୍ ରେ ସାମାଜିକ ଏ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍) ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମି ଳ ଳନୀ ନ ବୁଧବାର ଉଦଘାଟିତ ।ଇଯାଇଛି I ଏହାକୁ ଅନ୍ତର୍ଜାତୀୟ ଚେସ ଫେଡ଼ାରେସନ (ଏଫ୍ ଆଇଡି ଇ) ର ସଭାପତି ତଥା ଭାରତୀୟ ଗ୍ରାଣ୍ଡମାଷ୍ଟର ବିଶ୍ଵ ବିଶ୍ଵନାଥନ୍ ଆନନ୍ଦ ଉଦଘାଟନ କରିଥିଲେ ଲେ । ଭାରତରେ କିଟ୍ରେ ପ୍ରଥମ ଥର ଲାଗି ଚେସ୍ର ଏଭଳି ମହା ଅନୁଷ୍ଠିତ ହେଉଛି । ଏଫ୍ ଆଇଡି ଇ ଭାରତୀୟ ଚେସ୍ ସ୍ ସଂଘ (ଏଆଇସିଏଫ୍)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଚେସ୍ର ସ୍ୱର ଏହି ଏହି ମହାକୁମ୍ଭରେ ଏଫ୍ଆଇଡିଇର ସଭା ଭାପତି ତଥା ଋଷ୍ଟ୍ର ପୂର୍ବତନ ଉପ ପପ୍ରଧାନମନ୍ତ୍ରୀ ଆର୍କାଡି ଭର୍କୋବିଚ୍, ଏଫ୍ଆଇଡିଇର ଡେପୁଟି ଚେୟାର ତଥା ଲଟଭିଆର ପ୍ରାକ୍ତନ ଅର୍ଥମନ୍ତ୍ରୀ ଦାନା ରେଜନିସ୍, ଏଆଇସିଏଫ୍ ଉପସଭାପତି ଦିବନ୍ଦୁ ବରୁଆ, ସିଇଓ ଦେବ ପଟେଲ୍ ଓ ଅଭିଜିତ କୁନ୍ତେ, ସଂପାଦକ ଦେବ ପଟେଲ୍ ଓ ଇଭେଣ୍ଟ କମିସନ୍ ସଦସ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଛନ୍ତି। ଉଭୟ କିଟ୍ କ୍ୟାମ୍ପସ୍ ଓ ହୋଟେଲ୍ ମେଫେୟାରରେ ଏହି କାର୍ଯ୍ୟକ୍ରମ ଚାଲିବା ଆଜି ଆୟୋଜିତ ଏକ ସାମ୍ପାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଆନନ୍ଦ କହିଲେ, ଚେସ୍ ମାଧ୍ଯମରେ ଶୈକ୍ଷିକ ଓ ସାମାଜିକ ବିକାଶ କରାଯାଇପାରେ। ଚେସ୍ ରେ ମନୋନିବେଶ କଲେ ଜଣକର ବୌଦ୍ଧିକ, ଗଭୀର )ର ଚିନ୍ତନ ଓ ସ୍ଥିରତା ବୃଦ୍ଧି ପାଇଥାଏ ଏଥିପାଇଁ ଜଣକୁ ଜଣକୁ ବୃତ୍ତିଗତ ଚେସ୍ ଖେଳାଳି ହେବାର ଆ ଆବଶ୍ୟକତା ନାହିଁ I ଏଥିପାଇଁ ଚେସ୍ କୁ ବିଦ୍ୟାଳୟସ୍ତରରୁ ରରୁ ଅନ୍ତର୍ଭୁକ୍ତ ଅନ୍ତର୍ଭୁକ୍ତ କରାଯିବାର ଆବଶ୍ୟକତା ରହିଛି | ଚେସ୍ ଜଣକୁ ସଶକ୍ତ କରିବା ସହ ସେମାନଙ୍କୁ
ଜୀବନ କୌଶଳ ଶିକ୍ଷା ପ୍ରଦାନ କରିଥାଏ I ଏହା ଛଡ଼ା ଚେସ୍ ଯୋଗୁଁ ପିଲାମାନଙ୍କ ମଧ୍ୟରେ ଶୃଙ୍ଖଳା ଓ ଦକ୍ଷତା ବୃଦ୍ଧି ପାଇଥାଏ I ଏବେ ଅନେକ ଦେଶରେ ଚେସ୍ କୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଗଲାଣି। ଭାରତରେ ଚେସ୍ କୁ ବିଦ୍ୟାଳୟସ୍ତରରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ଫିଡେ ଲକ୍ଷ୍ୟ ରଖୁଛି ବୋଲି ଶ୍ରୀ ଆନନ୍ଦ କହିଥିଲେ I ଶ୍ରୀ ଆର୍କାଡି ସୂଚନାଦେଇ କହିଲେ, ଏଭଳି ସମ୍ମିଳନୀ ପ୍ରଥମ ଥର ଲାଗି ଭାରତରେ ଆୟୋଜନ କରାଯାଇଛି। ସେହିପରି ଶ୍ରୀମତୀ ଦାନା କହିଲେ, ବିଦ୍ୟାଳୟସ୍ତରରେ ଚେସ୍ କୁ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରଙ୍କ ସମେତ ସମସ୍ତଙ୍କ ର ସହ ଯୋଗ ଆବଶ୍ୟକା ପ୍ରଥମ ଥର ଲାଗି କିସ୍ ତାର ପାଠ୍ୟକ୍ରମରେ ଚେସ୍ କୁ ଅନ୍ତର୍ଭୁକ୍ତ କରିଛି ଏବଂ ଏହା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଶକ୍ତି, ଦକ୍ଷତା ଏବଂ ମାନସିକତା ସ୍ଥିରତା ବୃଦ୍ଧି କରିବାରେ ସହାୟକ ହୋଇଥାଏ ବୋଲି ସେ କହିଥିଲେ I ଶ୍ରୀ ସାମନ୍ତ ସୂଚନା ଦେଇ କହିଲେ, ଓଡ଼ିଶାରେ ଚେସ୍ କୁ ପରିଚୟ ଓ ପ୍ରୋତ୍ସାହନ କରିବା କ୍ଷେତ୍ରରେ କିଟ୍ ଓ କିସ୍ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। କିଟ୍ ଯୋଗୁଁ ଆଜି ଓଡ଼ିଶାରୁ ଅନେକ ଗ୍ରାଣ୍ଡ ମାଷ୍ଟର, ଇଣ୍ଟରନ୍ୟାସନାଲ ମାଷ୍ଟର ଭଳି ଚେସ୍ ତାରକା ତିଆରି ହୋଇପାରିଛନ୍ତି I ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ଅନ୍ତର୍ଜାତୀୟ ସମ୍ମଳନୀ ଆୟୋଜିତ ହେଉଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ I ଓଡ଼ିଶାରେ ଚେସ୍ କୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ କିଟ୍ ଓ କିସ୍ ର ଉଲ୍ଲେଖନୀ ଲ୍ଲେଖନୀୟ ଅବଦାନ ରହିଛି ବୋଲି ଶ୍ରୀ ସାମନ୍ତ ନ୍ତ କହିଥିଲେ । କିଟ୍ ସହଯୋଗରେ ଏଭଳି ସମ୍ମିଳନୀ ପ୍ରଥମ ଥର ଲାଗି ଓଡ଼ିଶାରେ ଆୟୋଜନ କରା ଯାଉଥିବାରୁ ସେ ଫି ଡେ ଓ ଏଆଇସିଏଫ୍ କୁ ଧନ୍ୟବାଦ ଜଣାଇଥିଲେ ।
