*ପ୍ରଥମ ଦିବସରେ ଓଡ଼ିଶା ବାଳିକା ଦଳର ଦମଦାର ବିଜୟ
ଭୁବନେଶ୍ୱର, ୧୬-୦୧-୨୬: (ଆ.ଦୁ.ନି) ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ରଗ୍ବୀ ଇଣ୍ଡିଆ ଏବଂ ଓଡ଼ିଶା ଷ୍ଟେଟ୍ ରଗ୍ବୀ ଆସୋସିଏସନ୍ର ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆଜିଠାରୁ ‘ଦଶମ ସବ୍-ଜୁନିୟର ରଗ୍ବୀ ସେଭେନ୍ସ ଚାମ୍ପିୟନସିପ୍-୨୦୨୫’ ଆରମ୍ଭ ହୋଇଛି। ଉଦଘାଟନ ଉତ୍ସବରେ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଜାତୀୟସ୍ତରୀୟ କ୍ରୀଡ଼ା ମହାକୁମ୍ଭର ଶୁଭାରମ୍ଭ କରିଛନ୍ତି।

ଭାରତୀୟ ରଗ୍ବୀ ଦଳର ଉପ-ଅଧିନାୟିକା ତଥା ଓଡ଼ିଶାର ତାରକା ଖେଳାଳି ଡୁମୁନି ମାର୍ଣ୍ଡି ଚାମ୍ପିଅନସିପ୍ ଟ୍ରଫିକୁ ପଡ଼ିଆକୁ ନେଇ ସ୍ଥାପନା କରିବା ପରେ ସମସ୍ତ ୨୪ଟି ପ୍ରତିଯୋଗୀ ଦଳର ଅଧିନାୟିକାମାନେ ଜଣକ ପରେ ଜଣେ ପଡ଼ିଆ ମଧ୍ୟକୁ ପ୍ରବେଶ କରିଥିଲେ। ସେମାନଙ୍କର ଏହି ପ୍ରବେଶ ଖେଳାଳିଙ୍କ ମଧ୍ୟରେ ଥିବା ଏକତା, ଶୃଙ୍ଖଳା ଓ ପ୍ରତିଯୋଗିତାମୂଳକ ମନୋଭାବକୁ ଦର୍ଶାଇଥିଲା। ନିୟମ ଅନୁଯାୟୀ, ଆୟୋଜକ ଦଳର ପ୍ରତିନିଧି ଭାବେ ଓଡ଼ିଶା ଦଳର ଅଧିନାୟିକା ସର୍ବଶେଷରେ ପଡ଼ିଆକୁ ପ୍ରବେଶ କରିଥିଲେ। ଏହି ଅବସରରେ ଭାରତୀୟ ରଗ୍ବୀ ଫୁଟବଲ୍ ୟୁନିୟନ (ଆଇଆର୍ଏଫୟୁ)ର ସମ୍ପାଦକ ଶ୍ରୀ ଜେରାଲ୍ଡ ପ୍ରଭୁ ମାନ୍ୟବର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଉଦ୍ଘାଟନ ଉତ୍ସବରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଦଭ, କ୍ରୀଡ଼ା ନିର୍ଦ୍ଦେଶକ ଡା. ୟେଦୁଲା ବିଜୟ, ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା ଓ ଶ୍ରୀ ବିଜୟ କୁମାର ସ୍ବାଇଁଙ୍କ ସମେତ ଓଡ଼ିଶା ରଗ୍ବୀ ଫୁଟବଲ ସଂଘର ଉପସଭାପତି ଶ୍ରୀ ଉପେନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ।
କଳିଙ୍ଗ ଷ୍ଟାଡିୟମଠାରେ ଶୁକ୍ରବାର ଠାରୁ ୧୫ ବର୍ଷରୁ କମ୍ ବାଳିକା ବର୍ଗର ପ୍ରତିଯୋଗିତା ସହିତ ଏହି ଚାମ୍ପିଅନସିପ୍ ଆରମ୍ଭ ହୋଇଛି। ଉଦଘାଟନୀ ଦିବସରେ ୨୪ଟି ରାଜ୍ୟ ଦଳ ମଧ୍ୟରେ ଉଚ୍ଚକୋଟୀର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଦେଖିବାକୁ ମିଳିଥିବା ବେଳେ ଓଡ଼ିଶା, ମହାରାଷ୍ଟ୍ର ଏବଂ ବିହାର ପରି ଶକ୍ତିଶାଳୀ ଦଳଗୁଡ଼ିକ ଚମତ୍କାର ପ୍ରଦର୍ଶନ କରି ପ୍ରତିଯୋଗିତାର ଆରମ୍ଭରୁ ନିଜର ଆଧିପତ୍ୟ ଜାହିର କରିଛନ୍ତି। ଖେଳାଳିମାନଙ୍କ କଠିନ ପରିଶ୍ରମକୁ ପ୍ରତିଫଳିତ କରୁଥିବା ବେଳେ ଷ୍ଟାଡିୟମରେ ଉପସ୍ଥିତ ୨,୦୦୦ରୁ ଅଧିକ ଦର୍ଶକଙ୍କ କରତାଳି ଓଡ଼ିଶାରେ ରଗ୍ବୀ ପ୍ରତି ବଢୁଥିବା ଆଗ୍ରହକୁ ପ୍ରମାଣିତ କରିଛି।
ଆୟୋଜକ ରାଜ୍ୟ ଓଡ଼ିଶା ନିଜ ମାଟିରେ ପ୍ରଭାବଶାଳୀ ପ୍ରଦର୍ଶନ କରି ‘ପୁଲ୍-ଡି’ରେ ଉତ୍ତରପ୍ରଦେଶକୁ ୩୫-୦ ଏବଂ ରାଜସ୍ଥାନକୁ ୨୮-୦ ବ୍ୟବଧାନରେ ପରାସ୍ତ କରି ଅପରାଜେୟ ରହିଛି। ପ୍ରଥମ ଦିବସରେ ଓଡ଼ିଶା ବାଳିକା ରଗ୍ବୀ ଦଳ ଏହି ଦମ୍ଦାର ବିଜୟ ଯାତ୍ରା ଆରମ୍ଭ କରିଛି। ଦଳର ଶୃଙ୍ଖଳିତ ଆକ୍ରମଣ ଓ ଦୃଢ଼ ରକ୍ଷଣାଭାଗ ସହିତ ଖେଳାଳିମାନଙ୍କ କଠିନ ପରିଶ୍ରମ ଓ ଉତ୍ତମ ସମନ୍ୱୟ ଯୋଗୁଁ ଆଜି ଖେଳାଯାଇଥିବା ଉଭୟ ମ୍ୟାଚ୍ରେ ଓଡ଼ିଶା ଏହି ବୃହତ ବିଜୟ ହାସଲ କରିଛି। ଘରୋଇ ମାଟିରେ ଦଳର ଏଭଳି ଦବଦବା ଖେଳାଳିଙ୍କ ମନୋବଳକୁ ଦ୍ୱିଗୁଣିତ କରିଥିବା ବେଳେ ସେମାନେ ନିଜର ବିଜୟ ଧାରା ବଜାୟ ରଖି ଚାମ୍ପିଅନସିପ୍ ଲଢ଼େଇରେ ଶୀର୍ଷରେ ରହିବା ପାଇଁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ ଅଛନ୍ତି।
ସେହିପରି ଗତବର୍ଷର ଚାମ୍ପିଅନ ମହାରାଷ୍ଟ୍ର ‘ପୁଲ୍-ଏ’ରେ ଆସାମକୁ ୩୩-୦ ଏବଂ ଜମ୍ମୁ-କଶ୍ମୀରକୁ ୪୦-୦ରେ ହରାଇଥିବା ବେଳେ ଗତବର୍ଷର ରନର୍ସ-ଅପ୍ ବିହାର ‘ପୁଲ୍-ବି’ରେ ଝାଡ଼ଖଣ୍ଡକୁ ୬୭-୦ ଏବଂ ମଣିପୁରକୁ ୬୪-୦ ଭଳି ବୃହତ ବ୍ୟବଧାନରେ ପରାସ୍ତ କରିଛି। ଦିଲ୍ଲୀ ‘ପୁଲ୍-ସି’ରେ ଆନ୍ଧ୍ରପ୍ରଦେଶ ଓ ଉତ୍ତରାଖଣ୍ଡକୁ ହରାଇ ଶୀର୍ଷରେ ରହିଥିବା ବେଳେ ପଶ୍ଚିମବଙ୍ଗ ଏବଂ କେରଳ ‘ପୁଲ୍-ଇ’ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ଅନ୍ୟପଟେ ‘ପୁଲ୍-ଏଫ୍’ରେ ଗୁଜରାଟ ଓ ଚଣ୍ଡିଗଡ଼, ‘ପୁଲ୍-ଜି’ରେ ଡି.ଏନ୍.ଏଚ୍.ଡି.ଡି (DNHDD) ଏବଂ ‘ପୁଲ୍-ଏଚ୍’ରେ କର୍ଣ୍ଣାଟକ ଓ ଛତିଶଗଡ଼ ବିଜୟ ହାସଲ କରିଛନ୍ତି।
ବାଳକ ଓ ବାଳିକା ଉଭୟ ବିଭାଗରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ଦେଶର ୨୪ଟି ରାଜ୍ୟର ୫୫୦ରୁ ଅଧିକ ୧୫ ବର୍ଷରୁ କମ୍ ବୟସର ରଗ୍ବୀ ଖେଳାଳି ଅଂଶଗ୍ରହଣ କରିଛନ୍ତି। ‘ବାଳିକା ସବ୍-ଜୁନିୟର ରଗ୍ବୀ ସେଭେନ୍ସ ଚାମ୍ପିୟନସିପ୍’ ଆଜି ଆରମ୍ଭ ହୋଇ ଆସନ୍ତାକାଲି ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଳେ ‘ବାଳକ ସବ୍-ଜୁନିୟର ରଗ୍ବୀ ସେଭେନ୍ସ ଚାମ୍ପିୟନସିପ୍’ ଜାନୁଆରୀ ୨୦ ଓ ୨୧ ତାରିଖରେ ଆୟୋଜନ କରାଯିବ। ଖେଳାଳିମାନଙ୍କ ପାଇଁ ରହିବା ଠାରୁ ଆରମ୍ଭ କରି ଉଚ୍ଚକୋଟୀର ଆତିଥେୟତା ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଓଡ଼ିଶା ଆଜି ଭାରତର ରଗ୍ବୀ ଇକୋସିଷ୍ଟମକୁ ସମର୍ଥନ କରୁଥିବା ଏକ ପ୍ରମୁଖ ରାଜ୍ୟ ଭାବେ ଉଭା ହୋଇଛି, ଯାହା କେବଳ ତୃଣମୂଳ ସ୍ତରର ପ୍ରତିଭାଙ୍କୁ ବିକଶିତ କରୁନାହିଁ, ବରଂ ଜାତୀୟ ଦଳକୁ ଶ୍ରେଷ୍ଠ ଖେଳାଳି ପ୍ରଦାନ କରିଆସୁଛି। ‘ରଗ୍ବୀ ଇଣ୍ଡିଆ’ ସହିତ ଘନିଷ୍ଠ ଭାବେ କାର୍ଯ୍ୟ କରି ଓଡ଼ିଶା ସରକାର ଅନେକ ପ୍ରମୁଖ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରି କ୍ରୀଡ଼ା କ୍ଷେତ୍ରରେ ଏକ ବିଶ୍ୱସନୀୟ ପରମ୍ପରା ସୃଷ୍ଟି କରିଛନ୍ତି।
—————————————————————–
10th Sub-Junior National Rugby Sevens Championship Kicks Off at Kalinga Stadium; Odisha Girls Secure Dominant Victories on Opening Day
Bhubaneswar, January 16, 2026: (ADN)
The 10th Sub-Junior National Rugby Sevens Championship-2025 commenced today at the iconic Kalinga Stadium, Bhubaneswar. The tournament is being jointly organized by the Department of Sports and Youth Services (DSYS), Government of Odisha, Rugby India, and the Odisha State Rugby Association.

The championship was officially inaugurated by the Hon’ble Minister for Sports and Youth Services, Shri Suryabanshi Suraj, who graced the occasion as the Chief Guest.
The opening ceremony featured a ceremonial procession where Dumuni Marndi, star player and Vice-Captain of the Indian National Rugby Team, brought the championship trophy onto the field. She was followed by the captains of all 24 participating states, symbolizing unity, discipline, and competitive spirit. As per tradition, the captain of the host state, Odisha, entered the field last. During the event, Shri Gerald Prabhu, Secretary of the Indian Rugby Football Union (IRFU), felicitated the Sports Minister.
The ceremony was attended by several high-ranking officials, including Shri Sachin Ramachandra Jadhav (Commissioner-cum-Secretary, DSYS), Dr. Yedulla Vijay (Director of Sports), Shri Ashok Kumar Panda and Shri Bijay Kumar Swain (Additional Secretaries, DSYS), and Shri Upendra Mohanty (Vice President, Odisha Rugby Football Association).
Day 1 Highlights: Odisha Girls Shine
The competition began with the Under-15 Girls’ category. On the first day, powerhouse teams like Odisha, Maharashtra, and Bihar demonstrated exceptional dominance in the group stages. The matches drew a crowd of over 2,000 spectators, reflecting the growing popularity of Rugby in the region.
Host state Odisha delivered a masterclass performance in Pool-D:
Defeated Uttar Pradesh: 35-0
Defeated Rajasthan: 28-0
Odisha remains unbeaten, showcasing a balance of disciplined offense and rock-solid defense. This winning streak has significantly boosted the morale of the home team as they aim for the championship title.
Other Key Results:
Defending Champions Maharashtra (Pool-A): Defeated Assam (33-0) and Jammu & Kashmir (40-0).
Last year’s Runners-up Bihar (Pool-B): Recorded massive victories against Jharkhand (67-0) and Manipur (64-0).
Delhi (Pool-C): Leads the pool after wins over Andhra Pradesh and Uttarakhand.
Other Victors: West Bengal and Kerala (Pool-E), Gujarat and Chandigarh (Pool-F), DNHDD (Pool-G), and Karnataka and Chhattisgarh (Pool-H) also secured wins.
Tournament Overview
The championship features over 550 athletes under the age of 15 representing 24 states across India.
Girls’ Championship: January 16th – 17th.
Boys’ Championship: January 20th – 21st.
The Government of Odisha has ensured world-class hospitality, accommodation, and tight security for all participating athletes and officials.
Odisha continues to be a cornerstone of India’s rugby ecosystem, not only by nurturing grassroots talent but also by consistently providing elite players to the national squad. Through its partnership with Rugby India, the state has cemented its reputation as a global hub for sports excellence.
