Odisha Krushi Mahakumbh – Krushi Odisha 2026 to be held from 22nd to 24th
- This year’s theme – Building resilience through Inclusive Agriculture
- Confluence of farmers, agricultural scientists, researchers and policy makers will be held
- Agri- Education Camp, Modern Agricultural Machinery Exhibition and Demonstration
Bhubaneswar – 17/01/2026 (ADN)
Odisha Krushi Mahakumbh – Krushi Odisha 2026 is going to be held from 22nd to 24th at Biju Patnaik Sports ground, Baramunda, Bhubaneswar. With the joint promotion of the state government and the Agriculture and Farmers’ Empowerment Department, this time it will be even more extensive and grander than last year.
This year’s theme is “Building Resilience through Inclusive Agriculture”. Krushi Odisha 2026 will be a conference of a large number of farmers, agricultural scientists, agri researchers and policy makers. The state government aims to further empower the farmers of Odisha through agri- education camps, modern agricultural machinery display and its demonstration, usage & demonstration of advanced agricultural machineries, equipments, techniques, knowledge and skills etc. In this context, a meeting was held today at Lok Seva Bhawan to discuss the preparations for Krushi Odisha-2026. In the meeting, Additional Chief Secretary, Agriculture & Farmers’ Empowerment Department, Dr. Arabinda Kumar Padhee, apprised Deputy Chief Minister and Minister of Agriculture, Farmers’ Empowerment and Energy, Shri Kanak Vardhan Singh Deo about the preparations. Director Horticulture, Shri Kalunge Gorakh Waman, senior officers from the department were also present on the occasion.
**************************************
ଆସନ୍ତା ୨୨ ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓଡ଼ିଶାର କୃଷି ମହାକୁମ୍ଭ – କୃଷି ଓଡ଼ିଶା ୨୦୨୬
- ଚଳିତ ବର୍ଷର ଥିମ୍- ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ସହନଶୀଳ କୃଷି
- ଚାଷୀ, କୃଷି ବୈଜ୍ଞାନିକ, କୃଷି ଗବେଷକ ଓ ନୀତି ନିର୍ଦ୍ଧାରକଙ୍କ ସମ୍ମେଳନ
- କୃଷି ଶିକ୍ଷା ଶିବିର, ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ ଓ ଡେମନଷ୍ଟ୍ରେସନ୍
ଭୁବନେଶ୍ୱର – ୧୭/୦୧/୨୦୨୬ (ଆ.ଦୁ.ନି)
ଆସନ୍ତା ୨୨ ରୁ ୨୪ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ଖେଳପଡିଆ, ବରମୁଣ୍ଡା ଠାରେ ଆୟୋଜିତ ହେବାକୁ ଯାଉଛି ଓଡ଼ିଶା କୃଷିର ମହାକୁମ୍ଭ – କୃଷି ଓଡ଼ିଶା ୨୦୨୬। ରାଜ୍ୟ ସରକାର ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ପ୍ରୋତ୍ସାହନରେ ଏଥର ଏହା ପୂର୍ବବର୍ଷ ଠାରୁ ମଧ୍ୟ ଅଧିକ ବ୍ୟାପକ ଓ ବିଶାଳ ହେବ।
ଚଳିତ ବର୍ଷର ଥିମ୍ ରହିଛି “ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ସହନଶୀଳ କୃଷି”। ବହୁ ସଂଖ୍ୟକ ଚାଷୀ, କୃଷି ବୈଜ୍ଞାନିକ, କୃଷି ଗବେଷକ ଓ ନୀତି ନିର୍ଦ୍ଧାରକଙ୍କ ସମ୍ମେଳନ ହେବ କୃଷି ଓଡ଼ିଶା ୨୦୨୬। କୃଷି ଶିକ୍ଷା ଶିବିର, ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ ଓ ଡେମନଷ୍ଟ୍ରେସନ୍, କୃଷି ସମ୍ବନ୍ଧୀୟ ଉନ୍ନତ ଜ୍ଞାନ କୌଶଳର ପ୍ରଦର୍ଶନ ଇତ୍ୟାଦି ମାଧ୍ୟମରେ ଓଡ଼ିଶାର ଚାଷୀ ଭାଇ ଭଉଣୀଙ୍କୁ ଆହୁରି ସଶକ୍ତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏହି ପରିପ୍ରେକ୍ଷୀରେ ଆଜି ଲୋକସେବା ଭବନରେ କୃଷି ଓଡ଼ିଶା -୨୦୨୬ ପ୍ରସ୍ତୁତି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କୃଷି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ ଅରବିନ୍ଦ କୁମାର ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ପ୍ରସ୍ତୁତି ବିଷୟରେ ଅବଗତ କରାଇଥିଲେ। ଏହି ଅବସରରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ, ବିଭାଗୀୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

