ଭୁବନେଶ୍ୱର ୪ ଫେବୃଆରୀ ୨୦୨୬ (ଆ.ଦୁ.ନି) ବିଶ୍ୱ କ୍ୟାନ୍ସର ଦିବସ ଅବସରରେ ୪ ଫେବୃଆରୀ ୨୦୨୬, ଟ୍ରିଇକୋନ ଏକାଡେମୀ ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭୁବନେଶ୍ୱର ପଣ୍ଡ୍ରା ଜଗନ୍ନାଥ ମନ୍ଦିରରୁ ପୁରୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ କ୍ୟାନ୍ସର ସଚେତନତା ଦୁଇଚକିଆ ରୋଡ୍ ର୍ୟାଲି ଆୟୋଜନ କରାଯାଇଥିଲା।

ଏହି ରାଲି ମୂଳ ଉଦ୍ଦେଶ୍ୟ ହେଉଛି କ୍ୟାନ୍ସର ପ୍ରତିରୋଧ, ସମୟୋଚିତ ଚିହ୍ନଟ ଏବଂ ଭୟ ବିନା ଚିକିତ୍ସା ବିଷୟରେ ସମାଜକୁ ସଚେତନ କରିବା। କ୍ୟାନ୍ସରକୁ ନେଇ ଥିବା ଭୟ ଓ ଭ୍ରମକୁ ଦୂର କରି ଏକତା, ସାହସ ଓ ମାନସିକ ଶକ୍ତି ସହ ଏହାକୁ ପ୍ରତିରୋଧ କରିବାର ସନ୍ଦେଶ ଦିଆଯାଇଥିଲା।
ଏହି ରାଲିଟି ପଣ୍ଡ୍ରା ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ପ୍ରଭୁ ଶ୍ରୀଜଗନ୍ନାଥ, ମାତା ସୁଭଦ୍ରା ଓ ପ୍ରଭୁ ବଳଭଦ୍ରଙ୍କ ଆଶୀର୍ବାଦ ନେଇ ସମାଜିକ ସଚେତନତାର ସନ୍ଦେଶ ବହନ କରିଥିଲେ। ଏହା ରାମ ନାରାୟଣ ବାବା ୧୦୮ ହନୁମାନ ମନ୍ଦିର, ୟୁନିଟ୍-୧, କୁ ଯାତ୍ରା କରିଥିଲା।

ରାଲି ମାଧ୍ୟମରେ ଛାତ୍ରଛାତ୍ରୀମାନେ ସମାଜକୁ ସ୍ୱାସ୍ଥ୍ୟକର ଜୀବନଶୈଳୀ ଅନୁସରଣ, ତମାକୁ ଓ ମଦ୍ୟପାନ ତ୍ୟାଗ, ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଆହ୍ୱାନ ଦେଇଥିଲେ, ଯାହା କ୍ୟାନ୍ସର ପ୍ରତିରୋଧରେ ଗୁରୁତ୍ୱପୂର୍ଣ୍ଣ ଅଟେ।

ଏହି ସଚେତନତା କାର୍ଯ୍ୟକ୍ରମରେ ଶ୍ରୀ ବାବାଜୀ ଚରଣ ବିଶ୍ୱାଳ, ଟ୍ରିଇକୋନ ଏକାଡେମୀ ର ଅଧ୍ୟକ୍ଷ ଡ଼ା. ସ୍ୱଦେଶ ମୁଦୁଲି, ଶ୍ରୀ ବିନ୍ଦୁସାଗର ଦାସ, ଶ୍ରୀ ଦେବାଶିଷ ମହାନ୍ତ, ଏବଂ ଦୁଇଥର କ୍ୟାନ୍ସର ଜୟୀ ଶ୍ରୀ ପ୍ରଶାନ୍ତ ରାୟ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସାହସ ଓ ପ୍ରେରଣା ଦେଇଥିଲେ।
