ଭୁବନେଶ୍ଵର, ଫେବୃଆରୀ ୫ (ଆ.ଦୁ.ନି): ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ଵବିଦ୍ୟାଳୟ (ଓୟୁଟିଆର) ପକ୍ଷରୁ ଆୟୋଜି ଇଞ୍ଜିନିୟର୍ସ କପ୍ ୨୦୨୬ରେ ସଫଳତା ହାତେଇଛି ସୋଆ । ଓୟୁଟିଆର ବିଶ୍ଵବିଦ୍ୟାଳୟର ଏହି ବାର୍ଷିକ କ୍ରୀଡ଼ା ମହୋତ୍ସବକୁ ଗେମ୍ସ ଆଣ୍ଡ ସ୍କୋର୍ଟ ସୋସାଇଟି ଆୟୋଜନ କରିଥିବା ବେଳେ ୭ଟି କ୍ରୀଡ଼ା ବିଭାଗରେ ସଫଳତା ସାଉଁଟିଛି ସୋଆ । ଏହି ସଫଳତା ହାସଲ ନେଇ ବିଜୟୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ।
ଆୟୋଜିତ ପ୍ରତିଯୋଗିତାରେ ସୋଆର ଭଲିବଲ ପୁରୁଷ ଟିମ୍ ରନର୍ସ ଅପ୍ ଟାଇଟଲ ହାସଲ କରିଥିବା ବେଳେ ଖୋ ଖୋ ପୁରୁଷ ଟିମ୍ ଓ ଖୋ ଖୋ ମହିଳା ଟିମ୍ ମଧ୍ୟ ରନର୍ସ ଅପ୍ ଟାଇଟଲ୍ ହାସଲ କରିଛନ୍ତି । ସେହିପରି କବାଡି ପୁରୁଷରେ ମଧ୍ୟ ରନର୍ସ ଅପ୍ ଟାଇଟଲ୍ ହାସଲ କରିଛି ସୋଆ ।
କ୍ରିକେଟ ପ୍ରତିଯୋଗିତାରେ ସୋଆ ବିଜେତା କପ୍ ହାତେଇଛି । ସେହିପରି ବ୍ୟାଡମିଂଟନ ମହିଳା ଓ ଇ-ସ୍ପୋର୍ଟରେ ମଧ୍ୟ ଚାମ୍ପିଅନ୍ ଟାଇଟଲ୍ ହାସଲ କରିଛି ସୋଆ ।
ବୁଧବାର ବିଜେତା ଟିମ୍ ସୋଆର ପ୍ରତିଷ୍ଠାତା ସଭାପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ବେଳେ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉତୋରତର କାମନା କରିଛନ୍ତି ପ୍ରଫେସର ନାୟକ ।
ସୂଚନା ଯୋଗ୍ୟ ଯେ କବାଡି ଟିମ୍ର କୋଚ୍ ବିରଂଚି ନାରାୟଣ ନାୟକ ରହିଥିବା ବେଳେ ଖୋ ଖୋର କୋଚ ଭାବେ ରାକେଶ ଦାସ ଦାୟିତ୍ଵ ତୁଲାଉଛନ୍ତି । ସେହିପରି ଟେବୁଲ ଟେନିସ୍ କୋଚ ସାହିଦ୍ ହୁସେନ୍ ରହିଥିବା ବେଳେ ଭଲିବଲ୍ର ଆସିଷ୍ଟାଟ କୋଚ ହେଉଛନ୍ତି ପ୍ରିୟସଦା ଦାଶ ।
ବିଜେତା ଟିମ୍ ସୋଆର ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କରିବା ସମୟରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଫ୍ୟାକନ୍ତି କୋଅର୍ଡିନେଟର ସ୍ପୋର୍ଟ (ଆଇଟିଇଆର୍) ଡକ୍ଟର ତନ୍ମୟ ପରିଡ଼ା, ଆସିଷ୍ଟାଟ ସ୍ପୋର୍ଟ୍ ମ୍ୟାନେଜର ଶ୍ରୀ ପ୍ରିୟମ୍ ମଲ୍ଲିକ, ବିଜେତା ଟିମ୍ ଓ ତାଙ୍କ କୋଚ ପ୍ରମୁଖ ଉପସ୍ଥିତ ଥିଲେ ।
