ଭୁବନେଶ୍ବର, 28.3.2026 [ଆ.ଦୁ.ନି] : ଭୁବନେଶ୍ଵର ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ଶନିବାର ସନ୍ଧ୍ୟାରେ ଫଳାଫଳ ଷଣା ହୋଇଛି। ଏଥିରେ ସଭାପତି ଭାବେ ଅଶୋକ ଛୋଟରାୟ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦବ ଭାବେ ସୁମନ ରାଉତରାୟ ବିଜୟଲାଭ କରିଛନ୍ତି। ସେହିପରି ସଂଘର ଉପସଭାପତି ଭାବେ ସୁଶାନ୍ତ ଦାଶ, କୋଷାଧ୍ୟକ୍ଷ ଭାବେ ହିତେନ ନାୟକ, ଯୁଗ୍ମ ସମ୍ପାଦକ ଭାବେ ସଙ୍ଗୀତା ପଟ୍ଟନାୟକ ଓ ସହ ସମ୍ପାଦକ ଭାବେ ଜ୍ୟୋତିମୟୀ ପଣ୍ଡା ନିର୍ବାଚନରେ ବିଜୟ ଲାଭ କରିଛନ୍ତି । ଏକ୍ସ୍କେଟିଭ୍ ବଡି ମେମ୍ବର (ପରୁଷ) ଭାବେ ଅକ୍ଷୟ କୁମାର ଦାସ, ଅନୁପ କୁମାର ରାୟ, ଦିବ୍ୟ ରଞ୍ଜନ ନରେନ୍ଦ୍ର, ପ୍ରଦୀପ କୁମାର ପାଲ୍, ସୁବ୍ରତ ସେନାପତି ଏବଂ ସୁଶାନ୍ତ କୁମାର ଗୌଡ଼ଙ୍କୁ ନିଦ୍ବନ୍ଦରେ ନିର୍ବାଚିତ କରାଯାଇଛି | ସେହିପରି ମହିଳା ଏଜୁକେଟିଭ୍ ବଡ଼ି ସଦସ୍ୟା ଭାବେ ପ୍ରମିଳା ଜାଲି ଏବଂ ବଂ ପୁଷ୍ପାଞ୍ଜଳୀ ପଟ୍ଟନାୟକଙ୍କୁ ନିଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।

ସେହିପରି ଭୁବନେଶ୍ବର ଟ୍ୟାକ୍ସ ବାର ଆସୋସିଏସନ ନିର୍ବାଚନରେ ସଭାପତି ଭାବେ ଗୌର ପ୍ରସାଦ ରଥ, ଉପସଭାପତି ଭାବେ ଉପେନ୍ଦ୍ର କୁମାର ପଟ୍ଟନାୟକ, ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ଶତପଥୀ, ଯୁଗ୍ମ ସମ୍ପାଦକ ଭାବେ ବିଶ୍ଵଜିତ ପଟ୍ଟନାୟକ, ସହ ସମ୍ପାଦକ ଭାବେ ସୁଶୀଲ କୁମାର ସାମନ୍ତରାୟ ଓ କୋଷାଧକ୍ୟ ଭାବେ ସୁମନ୍ତ କୁମାର ଆଚାର୍ଯ୍ୟ ନିର୍ବାଚିତ ହୋଇଛନ୍ତି l
