ଭୁବନେଶ୍ଵର,୨୪.୪.୨୦୨୬ [ଆ.ଦୁ.ନି] ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ଚାନ୍ଦି ଭଣ୍ଡାର ବ୍ୟାପକ ରୁପା ସାମଗ୍ରୀ ପାଇଁ ନିଜକୁ ଏକ ପୂର୍ଣାଙ୍ଗ ସ୍ଥଳ ଭାବେ ଉପସ୍ଥାପନ କରିଛି। ଗହଣା ଏବଂ କଳାକୃଭିଗୁଡ଼ିକର ବ୍ୟାପକ ଡିଜାଇନ୍ ଏବଂ ବିସ୍ତୃତ ସମ୍ଭାର ଗୋଟିଏ ଛାତ ତଳେ ଉପଲବ୍ଧ କରାଇଛି । ଅତୁଳନୀୟ ଶୁଦ୍ଧତା ଏବଂ କାରିଗରୀ ପାଇଁ ଜଣା ଏହି ବ୍ରାଣ୍ଡ ପିଢ଼ି ପରେ ପିଢ଼ି ଏକ ଭରସାଯୋଗ୍ୟ ପସନ୍ଦ ପାଲଟିଛି ବୋଲି ଚାନ୍ଦି ଭଣ୍ଡାରର ପ୍ରତିଷ୍ଠାତା ଲିପ୍ସା ହଂସ ମତପ୍ରକାଶ କରିଛନ୍ତି l
ପ୍ରତ୍ୟକ ବୟସ ଏବଂ ଅବସର ପାଇଁ ଡିଜାଇନ ହୋଇଥିବା ଏ ସମ୍ଭାରଗୁଡ଼ିକ ଉଭୟ ଷ୍ଟାଇଲ ଏବଂ ବିବିଧତାକୁ ପ୍ରତିଫଳିତ କରୁଛି। ମହିଳାମାନଙ୍କ ପାଇଁ ଜିକନ୍ଖଚିତ ନେଲେସ୍, ଚୁଡ଼ି, ମୁଦି, କାନଫୁଲ, ବ୍ରେସ୍ଲେଟ୍ ଏବଂ ପାଉଁଜିର ଭଳିକି ଭଳି ସମ୍ଭାର ଏଠାରେ ରହିଛି, ଯାହାକି ଫେଷ୍ଟିଭ ସେଲିବ୍ରେଶନ୍ ଏବଂ ନିତିଦିନିଆ ବ୍ୟବହାର ପାଇଁ ସର୍ବୋତ୍କୃଷ୍ଟ ।
ପୁରୁଷଙ୍କ ରୂପା ଗହଣା ଚାହିଦାକୁ ଦୃଷ୍ଟିରେ ରଖି ଆମୋଘ କଲେକ୍ସନ ଷ୍ଟୋରରେ ଉପଲବ୍ଧ, ଯେଉଁଥିରେ ବ୍ରେସ୍ଲେଟ୍, ମୁଦି, କଫ୍ଲିଙ୍କ୍ ଏବଂ ଚେନ୍ ଆଦି ରହିଛି । ପିଲାମାନଙ୍କ ପାଇଁ କୌତୁକିଆ ଏବଂ ପ୍ରିମିୟମ କିଡ୍ସ କଲେକ୍ସନ ଉପଲବ୍ଧ । ଗହଣା ଏବଂ ପାରମ୍ପରିକ ରୁପାସାମଗ୍ରୀ ସହିତ ଆହୁରି ଅଧିକ କିଛି ପ୍ରଦାନ କରୁଛି ଚାଦି ଭଣ୍ଡାର । ପାରମ୍ପରିକ ରୂପା ଆଇଟମ୍ ସହିତ ଏଠାରେ ପରିବର୍ଷିତ ଲାଇଫ୍ଷ୍ଟାଇଲ୍ ସେକ୍ସନ ରହିଛି। ରୂପାରେ ପ୍ରସ୍ତୁତ ୱାଇନ୍ ଗ୍ଲାସ, ବଟଲ ଏବଂ ଅତି ସୁନ୍ଦର ଚା’ ସେଟ୍ ଦୈନନ୍ଦିନ ବ୍ୟବହାରରେ କେବଳ ରୁପାର ୱେଲ୍ନେସ୍ ଫାଇଦା ପ୍ରଦାନ କରି ନ ଥାଏ, ଚିତ୍ତନଶୀଳ ଉପହାର ଭାବେ କାର୍ଯ୍ୟରେ ଆସିଥାଏ। ଏ କଲେକ୍ସନରେ ମଧ୍ୟ ରହିଛି ଉଡେନ ସିଲଭର-ଓ୍ୱାର୍କ ଟ୍ରେ ଏବଂ ସୁନ୍ଦର ଲାଇଫ୍ଷ୍ଟାଇଲ୍ ପିସ୍ । ପ୍ରତ୍ୟେକ ଲିଭିଂ ସ୍ୱେସ୍ରେ ଏହା ଆନନ୍ଦ ଯୋଡ଼ିଥାଏ ଏବଂ ପ୍ରତ୍ୟେକ ଅବସର ପାଇଁ ଉପଯୁକ୍ତ ଉପହାର ବିକଳ୍ପ ଭାବେ କାର୍ଯ୍ୟ କରେ।
ଏହି ପର୍ବର ଆନନ୍ଦକୁ ବହୁଗୁଣା କରି ଚାନ୍ଦି ଭଣ୍ଡାର ଏକ ସ୍ବତନ୍ତ୍ର ଅଫର ଆଣିଛି। ଏହା ଅନ୍ତର୍ଗତ ୨୦୨୬ ଏପ୍ରିଲ ୩ରୁ୧୯ ପର୍ଯ୍ୟନ୍ତ ଗ୍ରାହକ ରୁପା ଗହଣା ଏବଂ କଳାକୃଭି ଉପରେ ୩୦% ପର୍ଯ୍ୟନ୍ତ ରିହାତି ପାଇବେ। ନିରନ୍ତର ସମ୍ପ୍ରସାରଣର ଅଂଶବିଶେଷ ଚାନ୍ଦି ଭଣ୍ଡାର ବରଗଡ଼ରେ ଏହାର ୨୮ତମ ଷ୍ଟୋର ଖୋଲିବାକୁ ଯାଉଛି । ଫଳରେ ରାଜ୍ୟରେ ବ୍ରାଣ୍ଡର ଉପସ୍ଥିତି ଆହୁରି ମଜଭୁତ ହେବ। କାରବାରରେ ନୂଆ ଅଧ୍ୟାୟ ଯୋଡ଼ି ରାଜ୍ୟ ବାହାରେ ଉପସ୍ଥିତି ବଢ଼ାଇଛି ଚାନ୍ଦି ଭଣ୍ଡାର। ରାୟପୁରରେ ଏହା ପ୍ରଥମ ଦୁଇଟି ଷ୍ଟୋର ଖୋଲିଛି। ଭିଆଇପି ରୋଡ୍ ଏବଂ ପଣ୍ଡିରେ ଏ ଷ୍ଟୋର ଦ୍ଵୟ ଖୋଲିଛି। ଏଥିସହିତ ରାଜ୍ୟ ବାହାରେ ପ୍ରଥମ ଥର ପାଇଁ କାରବାର ଆରମ୍ଭ କରିବ ଚାନ୍ଦି ଭଣ୍ଡାରକୁ ଓଡ଼ିଶାବାସୀ ଦେଇଥିବା ଭଲ ପାଇବା ଏବଂ ସମର୍ଥନ ପାଇଁ ଆମେ କୃତଜ୍ଞ। ଏହା ରାଜ୍ୟ ବାହାରେ ଡେଣା ମେଲାଇବା ପାଇଁ ଆମକୁ ଆତ୍ମବିଶ୍ଵାସ ଦେଇଛି।
୨୦୧୩ରେ ଏକ ସ୍ବତନ୍ତ୍ର ସିଲ୍ଭର ଷ୍ଟୋର ଭାବେ ଏହା ଓଡ଼ିଶାରେ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ଏହାର ଷ୍ଟୋର ସଂଖ୍ୟା ୩୦ରେ ପହଞ୍ଚିଛି। ଭୁବନେଶ୍ୱରର ରଘୁନାଥପୁର, ସହିଦ ନଗର, ପଟିଆ, ରସୁଲଗଡ, ଜନପଥ, ସୌଭାଗ୍ୟନଗର, ନୟାପଲ୍ଲୀ, ଲୁଇସ୍ ରୋଡ୍ ଏବଂ ଖଣ୍ଡଗିରି, ଖୋର୍ଦ୍ଧା, କଟକର କ୍ୟାଣ୍ଟନ୍ମେଣ୍ଟ ରୋଡ୍, ସିଡିଏ ଏବଂ ଲିଙ୍କ୍ ରୋଡ, ରାଉରକେଲା, ଅନୁଗୁଳର ଅମଲାପଡ଼ା ଏବଂ ଗାନ୍ଧି ମାର୍ଗ ଛକ, ଯାଜପୁର, ବ୍ରହ୍ମପୁର, ବାଲେଶ୍ଵର, ଢ଼େଙ୍କାନାଳ, ତାଳଚେର, ବାରିପଦା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୟାଗଡ଼, ବଲାଙ୍ଗୀର, ଭଦ୍ରକ ଏବଂ ରାୟପୁରର ଭିଆଇପି ରୋଡ୍ ଓ ପଣ୍ଡିରେ ଏହାର ଷ୍ଟୋର ରହିଛି।
ଗ୍ରାହକଙ୍କୁ ବ୍ୟାପକ ରେଞ୍ଜ୍ ରୁପା ଉତ୍ପାଦ ଯୋଗାଇବା, ଜୀବନକାଳ ମାଗଣା କ୍ରିନିଂ, ସର୍ବୋତ୍ତମ ବଦଳ ନୀତି, କଷ୍ଟମାଇଜେସନ୍, କ୍ରୟ ପୂର୍ବରୁ ପରଖିବା, ଭ୍ୟାଲ୍ୟୁ ଫର୍ ମନି ଏବଂ ହଲ୍ମାର୍କଯୁକ୍ତ ଓ କ୍ୱାଲିଟି ଉତ୍ପାଦ ଚାନ୍ଦି ଭଣ୍ଡାରର ପ୍ରତିଶ୍ରୁତି ।
