ଭୁବନେଶ୍ୱର ୧୪.୦୪.୨୦୨୬ [ଆ.ଦୁ.ନି] ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଆଜି ପବିତ୍ର ପଣା ସଂକ୍ରାନ୍ତି ଓ ନର୍ବ ସ୍ୱାଗତ ଉତ୍ସବ ଭୁବନେଶ୍ୱରଠାରେ ଖଣ୍ଡଗିରିବାରୀ କମ୍ୟୁନିଟି ସେଂଟରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ସଜ୍ଜନ ଶର୍ମା ଅଧ୍ୟକ୍ଷତା କରି ସଂଗଠନର କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ଓ ଯୋଜନା ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ବିଶ୍ୱ ଓଡ଼ିଆ ପରିବାରର ‘ଓଡ଼ିଆ ପଞ୍ଜିକା’ କୁ ଉନ୍ମୋଚନ କରାଯାଇଥିଲା । କାର୍ଯ୍ୟକ୍ରମରେ ସଭାପତି, ଇଣ୍ଡିଆନ୍ ଚେମ୍ବର ଅଫ୍ କମର୍ସ, ଓଡ଼ିଶା ରାଜୀବ ଶେଖର ସାହୁ ଉତ୍ସବରେ ଉଦ୍ଘାଟକ ଭାବରେ ଯୋଗଦେଇ କହିଥିଲେ ଯେ, ବିଗତ ହଜାର ହଜାର ବର୍ଷର ଓଡ଼ିଆ ସଂସ୍କୃତିକୁ ଚାପି ଦିଆଯାଇ ପାଶ୍ଚାତ୍ୟ ଅପସଂସ୍କୃତିକୁ ଆମ ଉପରେ ଲଦି ଦିଆଯାଇଛି। ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ଯେପରି ମହାନ ଓ ବଳିଷ୍ଠ ସେପରି ଓଡ଼ିଆର ବାଣିଜ୍ୟ ପରମ୍ପରା ମଧ୍ୟ ଅତି ସମୃଦ୍ଧ ଥିଲା। ବିଶେଷ କରି ଉଦ୍ୟୋଗ ତଥା ବ୍ୟବସାୟ କ୍ଷେତ୍ରକୁ ଏକ ନକରାତ୍ମକ ଭାବରେ ଉପସ୍ଥାପନ କରାଯାଉଛି। ତେବେ ଆଜିର ନବବର୍ଷରେ ଓଡ଼ିଆତ୍ୱ ରକ୍ଷା ପାଇଁ ସଂକଳ୍ପବଦ୍ଧ ହେବାକୁ ସେ ଆହ୍ୱାନ ଦେଇଥିଲେ। ମୁଖ୍ୟବକ୍ତା ଭାବରେ ଦୋଳଗୋବିନ୍ଦ ପଣ୍ଡା ଜ୍ୟୋତିର୍ବିଦ୍ୟାବାଚସ୍ପତି ଯୋଗ ଦେଇଥିଲେ। ଓଡ଼ିଆତ୍ୱ ଜାଗ୍ରତ ପାଇଁ ଓ ଓଡ଼ିଆ ପରମ୍ପରା ସହିତ ପଣା ସଂକ୍ରାନ୍ତି ତଥା ନବବର୍ଷର ଯେଉଁ ସଂକଳ୍ପ ରହିଛି ତାହା ଉପରେ ସେ ଆଲୋକପାତ କରିଥିଲେ। ପୂର୍ବତନ ବିଧାୟକ, ବର୍ଷିୟାନ୍ ଗାନ୍ଧିବାଦୀ ତଥା ଶତାୟୁ ଶ୍ରୀ ପଦ୍ମଚରଣ ନାୟକ ମଦମୁକ୍ତି ଆନ୍ଦୋଳନ ଓ ନିଶା ନିବାରଣର ଆବଶ୍ୟକତା ତଥା ଏହାର ନିରାକରଣ ପାଇଁ ଆଜି ଦିନରେ ଶପଥ ନେବାକୁ ସେ ଆହ୍ୱାନ ଦେଇଥିଲେ। ସ୍ଥାନୀୟ କର୍ପୋରେଟର୍ ଶ୍ରୀ ଦିଲ୍ଲୀପ ମାଝୀ ନିଶା କିଭଳି ଭାବରେ ସମାଜକୁ କଳୁଷିତ ତଥା କବଳିତ କରିଛି ଓ ଏହାର କିପରି ପାଦ୍ରୁର୍ଭାବ ରହିଛି ତାହା ଉପରେ ଆଲୋଚନା କରିବା ସହ ଉଦ୍ବେଗ ପ୍ରକାଶ କରିଥିଲେ। ଡାକ୍ତର ପ୍ରତାପ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମର ବିଶ୍ୱ ଓଡ଼ିଆ ଟ୍ରଷ୍ଟି ଭବାନୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଡ଼ଃ ହାଡ଼ିବନ୍ଧୁ ପ୍ରାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିବାବେଳେ ଡ଼ଃ ପ୍ରତାପ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଡଃ ସିକ୍ତା ପତି, ପର୍ଣ୍ଣା ନାୟକ, କୁଳମଣି ରାଉତ, ଦିଲ୍ଲିପ ରାଜ ବେହେରା, ସତ୍ୟପ୍ରକାଶ ନାରାୟଣ ସାହୁ ଜ୍ୟୋତିପ୍ରକାଶ ବିଶ୍ୱାଳ, ତିି୍ରଗୁଣା ଦାସ ମହାପାତ୍ର, ଦେବାଶିଷ ନାୟକ, ମହାବୀର କ୍ଳବ୍ର କର୍ମକର୍ତା ସୁରେଶ କୁମାର ସାହୁ, ସୁଜିତ କୁମାର ଦାସ, ସୁବ୍ରତ କିଶୋର ନାୟକ, ରାଜମିତ୍ରା ପ୍ରହରାଜ, ଡ଼ଃ ପ୍ରତିପ୍ରତିଭା ଭୋଳ, ସସ୍ମିତା ପାଢୀ, କନକ ଲତା ଭଞ୍ଜ, ଅପର୍ଣ୍ଣା ନାୟକ, ସ୍ୱାଗତିକା ଧଳ ଆଦି ଆଲୋଚନାରେ ଭାଗ ନେଇଥିଲେ।
