ଭୁବନେଶ୍ୱର ୩୦ ଏପ୍ରିଲ୍ ୨୦୨୬ [ଆ.ଦୁ.ନି] ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ସମ୍ପର୍କରେ ଆଜି ବିଧାନସଭାର ଦିନିକିଆ ସ୍ଵତନ୍ତ୍ର ଅଧୂବେଶନରେ ସରଗରମ ଆଲୋଚନା ହୋଇଥିଲା। ତେବେ ବିରୋଧୀ ଦଳର ବିଧାୟକମାନେ ଏହି ଅଧୂବେଶର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇବା ସହ ସରକାରଙ୍କୁ ସମାଲୋଚନା କରିଥିଲେ । ମାତ୍ର ସରାକରଙ୍କ ପକ୍ଷରୁ ଏହାର ଯଥାର୍ଥତା ଏବଂ ପ୍ରାସଙ୍ଗିକତା ବର୍ତମାନ ପରିସ୍ଥିତିରେ ରହିଛି ବୋଲି ଯୁକ୍ତି ଦର୍ଶାଯାଇଥୁଲା। ଦିନ ତମାମ ଏହି ପ୍ରସଙ୍ଗରେ ଗୃହରେ ଋଲିଥିବା ଆଲୋଚନା ବେଳେ ଉଭୟ ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ଯୁକ୍ତିତର୍କ, ଆକ୍ଷେପ, ପ୍ରତିଆକ୍ଷେପ ମଧ୍ଯ ହୋଇଥିଲା ।
ପୂର୍ବାହ୍ନ ୧୧ ଘଟିକା ସମୟରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଗୃହକାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ବନ୍ଦେ ମାତରଂ ଏବଂ ଜନଗଣ ମନ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହାପରେ ବାଚସ୍ପତିଙ୍କ ଅନୁମତିକ୍ରମେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଧବଦ୍ଧ ଭାବେ ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା କରାଯାଉ ପ୍ରସ୍ତାବ ଆଗତ କରିଥିଲେ । ଏହି ସମୟରେ ବିରୋଧୀ କଂଗ୍ରେସ ଦଳର ବିଧାୟକମାନେ ଦୃଢ ପ୍ରତିବାଦ ସହ ନାରାବାଜି କରି ଗୃହର ମଧ୍ୟ ଭାଗକୁ ଆସିଥିଲେ ଏବଂ କକ୍ଷତ୍ୟାଗ କରିଥିଲେ । କଂଗ୍ରେସ ବିଧାୟକଙ୍କ ସହିତ ଏହି ବିରୋଧରେ ସିପିଆଏମ୍ ବିଧାୟକ ମଧ୍ୟ ସାମିଲ୍ ରହିଥିଲେ । ତେବେ ମୁଖ୍ୟ ବିରୋଧୀ ଦଳ ବିଜେଡ଼ି ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଗତ ଆଲୋଚନା ପ୍ରସ୍ତାବକୁ ସମର୍ଥନ କରିଥିଲେ ମଧ୍ୟ ବ ମାନ ସମୟରେ ଏହାର ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ, ମହିଳାଙ୍କୁ ଅଧିକାର ଓ ସମ୍ମାନ ଦେବା କ୍ଷେତ୍ରରେ ବ‘ମାନ ସରକାର କେବଳ ଛଳନା କରୁଛନ୍ତି । ବାସ୍ତବରେ ସେମାନଙ୍କର କୌଣସି ଆନ୍ତରିକତା ନାହିଁ । ଲୋକସେବା ଏବଂ ବିଧାନସଭାରେ ମହିଳାଙ୍କୁ ଉପଯୁକ୍ତ ପ୍ରତିନିଧୂତ୍ଵ ଦେବା କ୍ଷେତ୍ରରେ ସରକାର କେବଳ ବଡ଼ ବଡ଼ କଥା କହି ପ୍ରତାରଣା କରୁଛନ୍ତି ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା । ସେମାନେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ, ୨୦୨୩ ମସିହାରେ ସଂସଦରେ ସର୍ବସମ୍ମତକ୍ରମେ ଦଳମତ ନିର୍ବିଶେଷରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିଲା ବେଳେ ମାତ୍ର ୩୦ ମାସରୁ ଉର୍ଦ୍ଧ୍ବ ସମୟ ଅତିକ୍ରାନ୍ତ ମଧ୍ୟ ଏ ନେଇ କାହିଁକି ଗେଜେଟ ନୋଟିଫିକେଶନ କରାଯାଇ ପାରିଲା ନାହିଁ ଏବଂ ବିଲ୍କୁ କାର୍ଯ୍ୟକାରୀ କରାଯାଇ ପାରିନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରସ୍ତାବ ଉପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଲୋଚନା ଆରମ୍ଭ କରି କହିଥିଲେ ମହିଳାମାନଙ୍କୁ ଉପଯୁକ୍ତ ସମ୍ମାନ ଓ ନ୍ୟାୟ ଦେବା ପାଇଁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ସଶକ୍ତିକରଣ କରିବାର ଜରୁରୀ ଆବଶ୍ୟକତା ରହିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି, ତାହାକୁ ସମର୍ଥନ ଜଣାଇବା ପାଇଁ ସେ ସବୁ ରାଜନୈତିକ ଦଳକୁ ନିବେଦନ କରିବା ସହ ଏ ସଂକ୍ରାନ୍ତ ଆଲୋଚନାରେ ଭାଗ ନେଇ ପ୍ରସ୍ତାବ ଓ ପରାମର୍ଶ ଦେବାକୁ ଆହ୍ୱାନ କରିଥିଲେ । ସେ କହିଥିଲେ ଆଜି ସମଗ୍ର ଦେଶରେ ଶିକ୍ଷା ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ମହିଳାମାନଙ୍କୁ ସେମାନଙ୍କ ହକ୍ ଦେବା ପାଇଁ ଏବଂ ସାମାଜିକ, ଅର୍ଥନୈତିକ ଓ ରାଜନୈତିକସ୍ତରରେ ସଶକ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏହାର ଫଳସ୍ଵରୂପ ଦେଶରେ ମହିଳାମାନେ ଆଜି ସ୍ଵାବଲମ୍ବୀ ହୋଇପାରିଛନ୍ତି । ଅଟୋ ଡ୍ରାଇଭର ଠାରୁ ଆରମ୍ଭ କରି ଜେଟ୍ ବିମାନ ଓ ଫାଇଟର ପ୍ଲେନ ମଧ୍ୟ ଚଳାଇ ପାରୁଛନ୍ତି । ୪୩ ପ୍ରତିଶତ ମହିଳା ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧ୍ୟାପିକା ଋକିରିରେ ଥିବା ବେଳେ ୫୭ରୁ ୬୦ ପ୍ରତିଶତ ମହିଳା ଶିକ୍ଷୟିତ୍ରୀ ଭାବେ ଆତ୍ମନିର୍ଭରଶୀଳ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ମହିଳାମାନଙ୍କୁ ନେଇ କେବଳ ଏସ୍ଏଚ୍ଜି ଗ୍ରୁପ କରି ଅର୍ଥ ଦେଇଦେଲେ ତାହାକୁ ସଶକ୍ତିକରଣ କୁହାଯାଏ ନାହିଁ । ସେମାନଙ୍କୁ ପ୍ରକୃତରେ ସଶକ୍ତ କରିବାକୁ ହେଲେ ସବୁ କ୍ଷେତ୍ରରେ ସଶକ୍ତ କରାଯିବାର ଆବଶ୍ୟକତା ରହିଛି । ସେଥିପାଇଁ ପ୍ରଧାନମନ୍ତ୍ରୀ ନାରୀଶକ୍ତି ବନ୍ଦନ ଅଧୁନିୟମ ଆଣିଥିଲେ ଯାହାକୁ ପାର୍ଲାମେ ରେ ବିରୋଧୀ ଦଳ ମୁଖ୍ୟତଃ କଂଗ୍ରେସ ବିରୋଧ କରିଥିଲା । ଏଥିପାଇଁ ସେ କଂଗ୍ରେସର ନକରାତ୍ମକ ଆଭିମୁଖ୍ୟ ଓ ବିରୋଧ ପାଇଁ ମୁଖ୍ୟମନ୍ତ୍ରୀ କଠୋର ସମାଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଓଡ଼ିଶା କ୍ଷେତ୍ରରେ ସୁଭଦ୍ରା ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ, ଯେଉଁଥିରେ ୧କୋଟିରୁ ଅଧିକ ମହିଳା ଉପକୃତ ହୋଇଛନ୍ତି । ସେହିପରି ପୋଷଣ, ଆଶୀର୍ବାଦ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଆଦି ଅନେକ ଯୋଜନା କାର୍ଯ୍ୟକାରୀ କରି ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଇବାରେ ସରକାର ପଦକ୍ଷେପ ନେଇଛନ୍ତି । ବିରୋଧୀ ଦଳ କେବଳ ମହିଳା ସଂରକ୍ଷଣ କଥା କହି ଏହାକୁ ବିରୋଧ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ । ସେ କହିଥିଲେ ଓଡ଼ିଶାରେ ମହିଳା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମହିଳା ବାଚସ୍ପତି ସୁରମା ପାଢୀଙ୍କୁ ମହିଳାଙ୍କ ଉପଯୁକ୍ତ ~ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ, ଜାତୀୟସ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରngs ୯ ଥର କ୍ରମାଗତ ଭାବେ ବଜେଟ ଉପସ୍ଥାପନ କରି ରେକର୍ଡ଼ କରିଛନ୍ତି । ସେ ଦୃଷ୍ଟିରୁ ମହିଳାଙ୍କୁ ସର୍ବଦା ବିଜେପି ସରକାର ଗୁରୁତ୍ବ ଦେବା ସହ ସମ୍ମାନ ଓ ନ୍ୟାୟ ପ୍ରଦାନରେ କୌଣସି ପ୍ରକାର ଅବହେଳା କରିନାହାଁନ୍ତି।

ଅନ୍ୟ ପକ୍ଷରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମହିଳାଙ୍କ ଅଧିକାର ଓ ସମ୍ମାନ ପ୍ରସଙ୍ଗରେ କେନ୍ଦ୍ର ବିଜେପି ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଥିଲେ । ସେ କହିଥିଲେ ମହିଳାଙ୍କୁ ଅଧିକାର ପ୍ରଦାନ କରିବା କେବଳ ପ୍ରୟରରେ ନୁହେଁ, କାର୍ଯ୍ୟରେ କରି ଦେଖାଇବା ଦରକାର । ଯାହା ଅତୀତରେ ତାଙ୍କ ସରକାର କରିଥିଲେ । ବିଜୁ ବାବୁଙ୍କ ସମୟରେ ପ ।ୟତସ୍ତରରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଥିଲା ଯାହାକୁ ତାଙ୍କ ସରକାର ୫୦ ପ୍ରତିଶତକୁ ବଢାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷର ବ୍ୟବସ୍ଥା ଲାଗୁ କରିବା ନିମନ୍ତେ ତାଙ୍କ ସରକାର ଉଦ୍ୟମ କରିଥିଲେ ମଧ୍ୟ କେନ୍ଦ୍ର ସରକାର ଏହା ଉପରେ କୌଣସି କାର୍ଯ୍ୟକ୍ରମ ଗ୍ରହଣ କରିନଥିଲେ । ସେ କହିଥିଲେ ମୁଁ ଓଡ଼ିଶାବାସୀଙ୍କୁ ଭରସା ଦେଉଛି, ମୁଁ ଥିଲା ପର୍ଯ୍ୟନ୍ତ ଓଡ଼ିଶାକୁ ତାର ହକ୍ରୁ କେହି ବ ତ କରିପାରିବେ ନାହିଁ । ଓଡ଼ିଶାର ବିଜେପି ବିଧାୟକମାନେ ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ ବୋଲି ସେ କଟାକ୍ଷ କରିଥିଲେ।

ଏହି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି, ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳ ମଲ୍ଲିକ, ବିଜେପି ବିଧାୟକ ସନ୍ତୋଷ ଖଟୁଆ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଶ୍ଚର୍ଯ୍ୟ ଏବଂ ଉଚ୍ଚଶିକ୍ଷା ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଭାଗ ନେଇ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ଓ ଅଧିକାର ସମ୍ପର୍କରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଦ୍ଵିତୀୟାଦ୍ଧ ବୈଠକରେ କଂଗ୍ରେସ ବିଧାୟକ ଡ. ସି.ଏସ୍ ରାଜନ ଏକ ଏକ୍କା, ଅ ଅଶୋକ ଦାସ, ବିଜେ ଜେଡ଼ିର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ବିଜେପି ବିଧାୟକ ବାବୁ ସିଂ, ଟଙ୍କଧର ତ୍ରିପାଠୀ, ବିଜେଡ଼ି ବିଧାୟକ ଡଃ ଅରୁଣ ସାହୁ ପ୍ରମୁଖ ମହିଳାଙ୍କ ଅଧୂକାର ଓ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ନାରେ ଭାଗ ନେଇଥିଲେ । ତେବେ ବିଧାନସଭାରେ ଏହି ଆଲୋଚନାର ଆବଶ୍ୟକତା କଣ ପାଇଁ ବୋଲି ବିରୋଧୀ ଦଳର ଅନେକ ବିଧାୟକ ପ୍ରଶ୍ନ ଉଠଇଥିଲେ । ରିପୋର୍ଟ ଲେଖାହେଲା ବେଳକୁ ଗୃହରେ ଆଲୋଚନା ଜାରି ରହିଥୁଲା ।
