- ସମ ହସ୍ପିଟାଲ୍ ପକ୍ଷରୁ ବିଶ୍ବ ରକ୍ତ କର୍କଟ ଦିବସ ପରିପ୍ରେକ୍ଷୀରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ
ଭୁବନେଶ୍ଵର, ମେ ୨୩ 2026 [ଆ.ଦୁ.ନି] : ରକ୍ତ କର୍କଟ ଆଉ ଦୂରାରୋଗ୍ୟ ହୋଇ ରହିନାହିଁ । ଏହାର ଚିକିତ୍ସା ସମ୍ଭବ ଓ ଏହାକୁ ପରାସ୍ତ କରିବା ସହ ରୋଗୀ ସୁସ୍ଥ ଜୀବନ ଶୈଳୀରେ ବଂଚିପାରିବ ବୋଲି କହିଛନ୍ତି ଓଡ଼ିଶା ସାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର (ଡାକ୍ତର) ମାନସ ରଞ୍ଜନ ସାହୁ ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ ଅନ୍ତର୍ଗତ କ୍ଲିନିକାଲ୍ ହେମାଟୋଲୋଜି, ହେମାଟୋଅକୋଲୋଜି ଓ ଷ୍ଟେମ୍ ସେଲ ଟ୍ରାନ୍ସପ୍ଲାଟ ବିଭାଗ ପକ୍ଷରୁ ବିଶ୍ଵ କର୍କଟ ଦିବସ ପରିପ୍ରେକ୍ଷୀରେ ଆୟୋଜିତ ଏକ ସତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ସାହୁ ସମ ହସ୍ପିଟାଲ୍ର ସତନ୍ତ୍ର ବିଭାଗ ପକ୍ଷରୁ ରକ୍ତ କର୍କଟ ରୋଗୀଙ୍କ ଚିକିତ୍ସାକୁ ନେଇ ଉଚ୍ଚ ପ୍ରଶଂସା କରିବା ସହ ଏହି ବିଭାଗ ଦ୍ଵାରା ୧୦୦ଟି ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଟ କରାଯାଇଥିବା ନେଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ ।
କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିବା ସହ କ୍ଲିନିକାଲ୍ ହେମାଟୋଲୋଜି ବିଭାଗ ପକ୍ଷରୁ ସଫଳତାର ସହ ୧୦୦ ରୁ ଅଧିକ ବୋନ୍ ମ୍ୟାରୋ ଟ୍ରାନ୍ସପ୍ୟୁଟ ସମ୍ପନ୍ନ କରାଯିବା ନେଇ ସମ୍ପୃକ୍ତ ବିଭାଗକୁ ଶୁଭେଚ୍ଛା ଜଣାଇଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ରକ୍ତ କର୍କଟ ବ୍ୟାଧରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ କୁଳପତି କହିଥିଲେ ଯେ କର୍କଟ ରୋଗ କେବଳ ରୋଗୀକୁ ନୁହେଁ ସମଗ୍ର ପରିବାରକୁ କଷ୍ଟ ଦେଇଥାଏ ତେଣୁ ରୋଗୀଟି ସୁସ୍ଥ ହେବା ପରିବାର ପାଇଁ ଏକ ଆଶ୍ବସ୍ତିର ବିଷୟ ।
କାର୍ଯ୍ୟକ୍ରମରେ ସୋଆର ପ୍ରମୁଖ ଉପଦେଷ୍ଟା (ସାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ରକ୍ତ କର୍କଟ ରୋଗରେ ରୋଗୀଙ୍କ ସେବା ଓ ଯତ୍ନ ନିହାତି ଜରୁରୀ । ଆଇଏସ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ ପକ୍ଷରୁ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଟ ନେଇ ସଫଳ ପଦକ୍ଷେପ ନିଆଯାଉଥିବା ପ୍ରଫେସର ମହାପାତ୍ର କହିଥିଲେ ।
କାର୍ଯ୍ୟକ୍ରମରେ ଆଇଏସ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୧ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଅନୁପସ୍ଥିତ ଥିବା ବେଳେ ଏକ ଶୁଭେଚ୍ଛା ବାର୍ତା ପ୍ରଦାନ କରିଥିଲେ ଯାହାକୁ ପ୍ରଫେସର ସାମଲ ପଢ଼ି ଶୁଣାଇଥିଲେ ।
କାର୍ଯ୍ୟକ୍ରମରେ ଆଇଏସ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ -୨ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସାଇଁ ଏବଂ ମେଡିକାଲ୍ ସୁପରିଟେଣ୍ଡେଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଯୋଗ ଦେଇ ରକ୍ତ କର୍କଟ ରୋଗର ସମସ୍ୟା ଓ ଚିକିତ୍ସା ସମ୍ପର୍କରେ ଅବଗତ କରାଇଥିଲେ ।
ପ୍ରଫେସର ଲେଙ୍କା କହିଥିଲେ ଯେ ପ୍ରାଥମିକ ପର୍ଯ୍ୟାୟରେ କର୍କଟ ରୋଗର ଚିହ୍ନଟ ଓ ଚିକିତ୍ସା ଆରମ୍ଭ କରାଗଲେ ରୋଗୀର ସୁସୁ ହେବାର ସମ୍ଭାବନା ଅଧିକ । ରକ୍ତ କର୍କଟ ରୋଗୀ ସଂଖ୍ୟା କ୍ଷେତ୍ରରେ ବିଶ୍ଵରେ ଭାରତ ତୃତୀୟ ବୃହତ ଦେଶ । ପ୍ରତ୍ୟେକ ବର୍ଷ ଏକ ଲକ୍ଷ ରୁ ଊର୍ଦ୍ଧ୍ବ ନୂତନ ମାମଲା ସାମ୍ନାକୁ ଆସିଥିଲା ବେଳେ ୭୦ ରୁ ୮୦ ହଜାର ବ୍ୟକ୍ତିଙ୍କର ମୃତ୍ୟୁ ହେଉଛି ବୋଲି ପ୍ରଫେସର ଲେଙ୍କା ସୂଚନା ଦେଇଥିଲେ ।
ଏହି ରୋଗ ବିରୁଦ୍ଧରେ ଯୁଦ୍ଧ ନିମନ୍ତେ ଲୋକମାନେ ଅଧିକ ସଂଖ୍ୟାରେ ଷ୍ଟେମ୍ ସେଲ ଦାନ କରିବା ଆବଶ୍ୟକ ବୋଲି ପ୍ରଫେସର ଲେଙ୍କା କହିଥିଲେ ।
କାର୍ଯ୍ୟକ୍ରମରେ ଆଇଏସ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ- ୧ର ମେଡିକାଲ୍ ସୁପରିଟେଣ୍ଡେଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ରକ୍ତ କର୍କଟ ଚିକିତ୍ସା ଦିଗରେ ବହୁବିଧ ବିଭାଗର ସହଯୋଗ ରହୁଛି ।
ପ୍ରଥମେ ଯେତେବେଳେ ଭାରତରେ ୩ଟି କାର-ଟି ଥେରାପି ଆରମ୍ଭ କରାଯାଇଥିଲା ସେତେବେଳେ ଆଇଏସ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଅନ୍ୟତମ ଥିଲା ଏବଂ ବର୍ତମାନ ଏହାର ସଂଖ୍ୟା ୪ରେ ପହଂଚିଛି । ସେହିପରି ଓଡ଼ିଶାରେ ପ୍ରଥମ ହାଲୋ ଆଇଡିଂଟିକାଲ ଆଲୋଜେନିକ୍ ଷ୍ଟେମ୍ସେଲ ଟ୍ରାନ୍ସପ୍ଲାଟ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ରେ ଆରମ୍ଭ କରାଯାଇଥିବା ବେଳେ ବର୍ତମାନ ସୁଦ୍ଧା ୧୪ଟି ଆଲୋଜେନିକ୍ ଟ୍ରାନ୍ସପ୍ଲାଟ କରାଯାଇଥିବା ପ୍ରଫେସର ସାମନ୍ତସିଂହାର କହିଛନ୍ତି ।
କ୍ଲିନିକାଲ୍ ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରିୟଙ୍କା ସାମଲ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
