- ‘ରଜ’ରୁ ଅନୁପ୍ରାଣିତ ଷ୍ଟଲିଂ ସିଲ୍ଭର କଲେକ୍ସନ ଗଢ଼ା ମଜୁରିରେ ଫ୍ଲାଟ୍ ୩୦% ରିହାତି
ଭୁବନେଶ୍ୱର, ୫.୬.୨୦୨୬ [ଆ.ଦୁ.ନି] : ନାରୀତ୍ଵ, ପ୍ରକୃତି ଓ ପୃଥିବୀ ମାତାକୁ ପାଳନ କରୁଥିବା ଓଡ଼ିଶାର ପ୍ରମୁଖ ପର୍ବ ‘ରଜ’ରୁ ଅନୁପ୍ରାଣିତ ହୋଇ ଚାନ୍ଦି ଭଣ୍ଡାର ଆଣିଛି ଏକ ନୂଆ ସମ୍ଭାର ‘ଲିଲି ଅଫ୍ ଭ୍ୟାଲି’ । ଏହା ଏଭଳି ଏକ ସମ୍ଭାର, ଯାହାକି ନାରୀତ୍ଵ, ପରମ୍ପରା ଏବଂ ଜୀବନର ବିକାଶଶୀଳ ଯାତ୍ରାର ସୌନ୍ଦର୍ଯ୍ୟ ପ୍ରତି ଏକ ସମ୍ମାନ ।
ପ୍ରତିବର୍ଷ ଜୁନ୍ରେ ପାଳିତ ହେଉଥିବା ରଜ ଖୁସି, ଉଲ୍ଲାସ, ଦୋଳି ଏବଂ ପିଢ଼ି ପରେ ପିଢ଼ି ଚାଲୁଥିବା ପରମ୍ପରାର ଏକ ପ୍ରମୁଖ ଉତ୍ସବ। ନାରୀତ୍ବକୁ ପାଳନ କରୁଥିବା ତଥା ପ୍ରକୃତିର ପୋଷଣ ଶକ୍ତିକୁ ସମ୍ମାନ ଦେଉଥିବା ଏହି ପର୍ବ ‘ଲିଲି ଅଫ୍ ଭ୍ୟାଲି’ ସମ୍ଭାରର ପ୍ରେରଣା । ଲିଲି ଅଫ୍ ଭ୍ୟାଲି ଫୁଲ ଏହାର କୋମଳ ଘଣ୍ଟି-ଆକୃତି ମୋଟିଭରେ ଫୁଟିଥାଏ। କଲେକ୍ସନରେ ଏହାକୁ ସେଣ୍ଟ୍ରାଲ ମୋଟିଭ୍ ଆକାରରେ ଚୟନ କରାଯାଇଛି, ଯାହାକି ଶୁଦ୍ଧତା, ଲାବଣ୍ୟ ଏବଂ ନୂତନ ଆରମ୍ଭର ପ୍ରତିଶ୍ରୁତିକୁ ଦର୍ଶାଉଛି।
ରଜ ସମୟରେ ଫୁଟୁଥିବା ଲିଲି ଅଫ୍ ଭ୍ୟାଲି ଫୁଲର ସୁନ୍ଦରତାକୁ ୧୮ କ୍ୟାରେଟ୍ ଗୋଲ୍ଡ ପ୍ଲେଟିଂ ସହ ଅତ୍ୟନ୍ତ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଷ୍ଟଲିଂ ସିଲ୍ଭର ଅଳଙ୍କାରର ରୂପ ଦିଆଯାଇଛି। ଏହି ସମ୍ଭାରରେ ରହିଛି ଅତି ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ନେକ୍ଲେସ୍, କାନଫୁଲ, ମୁଦି, ବ୍ରେସ୍ଲେଟ ଏବଂ ଷ୍ଟେଟ୍ମେଣ୍ଟ ପିସ୍, ଯାହାକି ଫୁଲର ପ୍ରାକୃତିକ ସୁନ୍ଦରତାରୁ ଅନୁପ୍ରାଣିତ । ସୂକ୍ଷ୍ମ ଫ୍ଲୋରାଲ ଡିଟେଲ, ପ୍ରବାହିତ ରେଖା ଏବଂ ହାଲୁକା ପେଷ୍ଟେଲ ରଙ୍ଗ ଏକତ୍ର ଭାବେ ଏଭଳି ଡିଜାଇନ୍ ପ୍ରସ୍ତୁତ କରୁଛି, ଯାହାକି ଋତୁର ସତେଜତାକୁ ଦର୍ଶାଇଥାଏ ଏବଂ ଦୈନନ୍ଦିନ ଆଭୁଷଣ ସହ ସ୍ବତନ୍ତ୍ର ଅବସରକୁ ମଧ୍ୟ ଖାପ ଖାଇଥାଏ।
ଚାନ୍ଦି ଭଣ୍ଡାର ମଧ୍ଯ ପୁରୁଷ ଏବଂ ପିଲାମାନଙ୍କ ପାଇଁ ଚିନ୍ତନଶୀଳ ଭାବେ ପ୍ରସ୍ତୁତ ସମ୍ଭାର ଉପଲବ୍ଧ କରୁଛି। ପୁରୁଷଙ୍କ ରୁପା ଗହଣା ଚାହିଦାକୁ ଦୃଷ୍ଟିରେ ରଖି ଆମୋଘ କଲେକ୍ସନ ଷ୍ଟୋରରେ ଉପଲବ୍ଧ, ଯେଉଁଥିରେ ବ୍ରେସ୍ଲେଟ୍, ମୁଦି, କଫ୍ଲିଙ୍କ୍ ଏବଂ ଚେନ୍ ଆଦି ରହିଛି । ପିଲାମାନଙ୍କ ପାଇଁ କୌତୁକିଆ ଏବଂ ପ୍ରିମିୟମ ଷ୍ଟଲିଂ ରୁପା ଡିଜାଇନ ଉପଲବ୍ଧ।
ଗହଣା ଏବଂ ପାରମ୍ପରିକ ରୁପା ଆଇଟମ୍ ସହିତ ପରିବର୍ଷିତ ଲାଇଫ୍ଷ୍ଟାଇଲ୍ ଉତ୍ପାଦ ଉପଲବ୍ଧ କରିଥାଏ ଚାନ୍ଦି ଭଣ୍ଡାର । ରୁପାରେ ପ୍ରସ୍ତୁତ ଓ୍ୱାଇନ୍ ଗ୍ଲାସ, ବଟଲ ଏବଂ ଅତି ସୁନ୍ଦର ଟି’ ସେଟ୍ ଦୈନନ୍ଦିନ ବ୍ୟବହାରରେ କେବଳ ରୁପାର ୱେଲ୍ନେସ୍ ଫାଇଦା ପ୍ରଦାନ କରି ନ ଥାଏ, ଏଗୁଡ଼ିକ ମଧ୍ୟ ଚିନ୍ତନଶୀଳ ଉପହାର ଭାବେ କାର୍ଯ୍ୟରେ ଆସିଥାଏ। ଉଡେନ ସିଭର-ଓ୍ୱାର୍କ ଟ୍ରେ ଏବଂ ସୁନ୍ଦର ଲାଇଫ୍ଷ୍ଟାଇଲ୍ ପିସ୍ ପ୍ରତ୍ୟେକ ଲିଭିଂ ସ୍ପେସ୍ରେ ଆନନ୍ଦ ଯୋଡ଼ିଥାଏ ଏବଂ ପ୍ରତ୍ୟେକ ଅବସର ପାଇଁ ଉପଯୁକ୍ତ ଉପହାର ବିକଳ୍ପ ଭାବେ କାର୍ଯ୍ୟ କରେ।
ସ୍ବତନ୍ତ୍ର ଲଞ୍ଚି ସେଲିବ୍ରେଶନ୍ ଭାବେ ଗ୍ରାହକ ଜୁନ୍ ୫ରୁ ୨୦ ଯାଏ ଗଢ଼ା ମଜୁରିରେ ଫ୍ଲାଟ୍ ୩୦% ରିହାତି ପାଇବେ। ‘ଲିଲି ଅଫ୍ ଭ୍ୟାଲି’ କଲେକ୍ସନକୁ ଆବିଷ୍କାର କରିବା ପାଇଁ ଏହା ପ୍ରକୃଷ୍ଠ ସମୟ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି।
ଏଭଳି ସମୟରେ ଏ ସମ୍ଭାରକୁ ଅଣାଯାଇଛି ଯେତେବେଳେ ଚାନ୍ଦି ଭଣ୍ଡାର ଓଡ଼ିଶାରେ ଏହାର ପଦଚିହ୍ନ ବିସ୍ତାର କରିଛି। ପୁରୀରେ ଚାନ୍ଦି ଭଣ୍ଡାର ଏହାର ୩୨ ତମ ଷ୍ଟୋର ଖୋଲିବାକୁ ଯାଉଛି।
ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କୁହନ୍ତି, ଚାନ୍ଦି ଭଣ୍ଡାରରେ ପ୍ରତ୍ୟେକ ସମ୍ଭାର ଏକ କାହାଣୀ କୁହେ । ‘ଲିଲି ଅଫ୍ ଭ୍ୟାଲି’ ରଜ ଉତ୍ସବ ପାଇଁ ଉତ୍ସର୍ଗୀକୃତ। ଏହା ଏଭଳି ଏକ ପର୍ବ, ଯାହାକି ଓଡ଼ିଶା ସଂସ୍କୃତିରେ ସ୍ବତନ୍ତ୍ର ସ୍ଥାନ ରଖିଛି। ଏ କଲେକ୍ସନ ମାଧ୍ୟମରେ ଆମେ ଏଭଳି ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଗହଣା ତିଆରି କରିବାକୁ ଲକ୍ଷ୍ୟ ରଖିଛୁ, ଯାହାକି ଉତ୍ସବର ଭାବନାକୁ ବଳବତ୍ତର ରଖିବା ସହ ଲୋକଙ୍କୁ କିଛି ଏଭଳି ସୁନ୍ଦର ଆଭୁଷଣ ପ୍ରଦାନ କରିବ, ଯାହାକୁ ସେମାନେ ସଜାଇ ରଖିବେ ଓ ରଜ ସ୍କୃତିକୁ ତାଜା ରଖିବେ।
ସୂଚନାଯୋଗ୍ୟ, ଚାନ୍ଦି ଭଣ୍ଡାର ରାଜ୍ୟର ସର୍ବବୃହତ୍ ରୁପା ଗହଣା ଚେନ୍ ଷ୍ଟୋର । ୨୦୧୩ ରେ ଏକ ସ୍ବତନ୍ତ୍ର ସିଲ୍ଭର ଷ୍ଟୋର ଭାବେ ଏହା ଓଡ଼ିଶାରେ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ଏହାର ଷ୍ଟୋର ସଂଖ୍ୟା ୩୨ରେ ପହଞ୍ଚିଛି। ଭୁବନେଶ୍ୱରର ରଘୁନାଥପୁର, ସହିଦ ନଗର, ପଟିଆ, ରସୁଲଗଡ, ଜନପଥ, ସୌଭାଗ୍ୟନଗର,ନୟାପଲ୍ଲୀ, ଲୁଇସ୍ ରୋଡ୍, ଚନ୍ଦ୍ରଶେଖରପୁର ଏବଂ ଖଣ୍ଡଗିରି, ଖୋର୍ଦ୍ଧା, କଟକର କ୍ୟାଣ୍ଟନ୍ମେଣ୍ଟ ରୋଡ୍, ସିଡିଏ ଏବଂ ଲିଙ୍କ୍ ରୋଡ୍, ରାଉରକେଲା, ଅନୁଗୁଳର ଅମଲାପଡ଼ା ଏବଂ ଗାନ୍ଧି ମାର୍ଗ ଛକ, ଯାଜପୁର, ବ୍ରହ୍ମପୁର, ବାଲେଶ୍ଵର, ଢେଙ୍କାନାଳ, ତାଳଚେର, ବାରିପଦା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୟାଗଡ଼, ବଲାଙ୍ଗୀର, ଭଦ୍ରକ, ପୁରୀ ଏବଂ ରାୟପୁରର ଭିଆଇପି ରୋଡ୍ ଓ ପଣ୍ଡିରେ ଏହାର ଷ୍ଟୋର ରହିଛି।
ଗ୍ରାହକଙ୍କୁ ବ୍ୟାପକ ରେଞ୍ଜ୍ ରୁପା ଉତ୍ପାଦ ଯୋଗାଇବା, ଜୀବନକାଳ ମାଗଣା କ୍ରିନିଂ, ସର୍ବୋତ୍ତମ ବଦଳ ନୀତି, କଷ୍ଟମାଇଜେସନ୍, କ୍ରୟ ପୂର୍ବରୁ ପରଖିବା, ଭ୍ୟାଲ୍ୟୁ ଫର୍ ମନି ଏବଂ ହଲ୍ମାର୍କଯୁକ୍ତ ଓ କ୍ୱାଲିଟି ଉତ୍ପାଦ ଚାନ୍ଦି ଭଣ୍ଡାରର ପ୍ରତିଶ୍ରୁତି।
