- ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ୧୭୨୬ ଟି ନୂତନ ବୈଷୟିକ ପଦବୀ ମଞ୍ଜୁର କରିଛି।
- ଫାର୍ମାସିଷ୍ଟ ଅଫିସର, ଅପଥାଲାମିକ୍ ଅଫିସର ଏବଂ ମେଡିକାଲ ଲ୍ୟାବ୍ ଟେକ୍ନିସିଆନ୍ ପଦବୀ ନିଯୁକ୍ତି ନିମନ୍ତେ ସ୍ଵାସ୍ଥ୍ୟବିଭାଗର ପଦକ୍ଷେପ
- ଭୁବନେଶ୍ୱର, ୧୩/୦୭/୨୦୨୬ [ଆ.ଦୁ.ନି] : ରାଜ୍ୟର ସାଧାରଣ ଜନତାଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ପାଇଁ ସ୍ଵାସ୍ଥ୍ୟବିଭାଗ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ବହୁ ସଂଖ୍ୟାରେ ନୂତନ ବୈଷୟିକ ପଦବୀ ନିଯୁକ୍ତି କରାଯିବ ।
ଔଷଧ ସେବନ ଓ ବିତରଣ ବ୍ୟବସ୍ଥା ପାଇଁ ନୂତନ ୧୧୦୮ ଫାର୍ମାସିଷ୍ଟ ଅଧିକାରୀ (Pharmacist Officer) ପଦବୀ , ଆଖି ସ୍ୱାସ୍ଥ୍ୟର ଯତ୍ନ ପାଇଁ ୨୩୮ ଅପ୍ଥାଲମିକ୍ ଅଫିସର (Ophthalmic Officer) ଏବଂ ରୋଗର ସଠିକ୍ ଚିହ୍ନଟ ଓ ପରୀକ୍ଷଣ ପ୍ରକ୍ରିୟା ନିମନ୍ତେ ୩୮୦ ମେଡିକାଲ ଲ୍ୟାବ୍ ଟେକ୍ନିସିଆନ୍ (Medical Lab Technician) ପଦବୀ ନିଯୁକ୍ତି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପଦବୀ ଗୁଡିକୁ ଅର୍ଥ ବିଭାଗ ମଞ୍ଜୁରୀ ମିଳିସାରିଛି ।
ମାନ୍ୟବର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ନିଜ ବକ୍ତ୍ୟବ୍ୟରେ କହିଛନ୍ତି ଯେ “ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ସ୍ଵାସ୍ଥ୍ୟ ବିଭାଗ ମାନବ ସମ୍ବଳର ଉନ୍ନତି ହୋଇଛି । ମେଡ଼ିକାଲଗୁଡ଼ିକରେ କର୍ମଚାରୀଙ୍କ ଅଭାବ ଦୂର କରିବା ଏବଂ ରୋଗୀମାନଙ୍କୁ ବିନା କୌଣସି ଅସୁବିଧାରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ହିଁ ମୂଳ ଲକ୍ଷ୍ୟ।”
ଏହି ସମସ୍ତ ପଦବୀଗୁଡ଼ିକ ଆଗାମୀ ଦିନରେ ନିୟମିତ ପ୍ରକ୍ରିୟା ମାଧ୍ୟମରେ ସ୍ୱଚ୍ଛତାର ସହ ପୂରଣ କରାଯିବ

ବାଲେଶ୍ୱରରେ ବେଆଇନ ଲିଙ୍ଗ ନିରୂପଣ ଓ ବେଆଇନ ଗର୍ଭପାତ (MTP) ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର, ୧୧ ଜୁଲାଇ ୨୦୨୬ [ଆ.ଦୁ.ନି] : ପିସି ପିଏନଡିଟି (PC & PNDT) ଆଇନ ଅଧୀନରେ ରାଜ୍ୟ କର୍ତ୍ତୃପକ୍ଷ ଏବଂ ବାଲେଶ୍ୱର ଜିଲ୍ଲା କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ, ପିସି ପିଏନଡିଟି ଆଇନ ଉଲ୍ଲଙ୍ଘନ ସୂଚନା ଆଧାରରେ ସୋର ସ୍ଥିତ ଏକ ପଞ୍ଜୀକୃତ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରରେ ଆକସ୍ମିକ ଯାଞ୍ଚ କରାଯାଇଥିଲା । ଯାଞ୍ଚରେ ମିଳିଥିବା ପ୍ରାଥମିକ ତଥ୍ୟ ଆଧାରରେ ସମ୍ପୃକ୍ତ ପ୍ରତିଷ୍ଠାନକୁ ସିଲ୍ କରାଯାଇଛି । ଜିଲ୍ଲା ପ୍ରଶାସନ ଓ ରାଜସ୍ୱ ବିଭାଗ ମିଳିତ ଦଳ ଦ୍ଵାରା ଏହି ଯାଞ୍ଚ କରାଯାଇଥିଲା ।
ଯାଞ୍ଚରେ ପିସି ପିଏନଡିଟି ଆଇନ ଓ ନିୟମାବଳୀର ଉଲଂଘନ ସମ୍ପର୍କରେ କିଛି ପ୍ରାଥମିକ ତଥ୍ୟ ଯାଞ୍ଜକାରୀ ଟିମ ଦୃଷ୍ଟିକୁ ଆସିଛି । ଏହି କେନ୍ଦ୍ର ଦୀର୍ଘ ଦିନ ଧରି ଅନଲାଇନ୍ ଫର୍ମ–ଏଫ୍ (Form F) ଦାଖଲ ନ କରିବା, ଅଲ୍ଟ୍ରାସାଉଣ୍ଡ କକ୍ଷରେ ଡାକ୍ତରଙ୍କ ନାମ, ଯୋଗ୍ୟତା ଓ ପଞ୍ଜୀକରଣ ସଂଖ୍ୟା ପ୍ରଦର୍ଶନ ନ କରିବା ଓ ଆବଶ୍ୟକୀୟ ଦଲିଲପତ୍ର ସଠିକ ଭାବେ ନ ରହିବା ଆଦି ଯାଞ୍ଜକାରୀ ଟିମ ଲକ୍ଷ କରିଛନ୍ତି । ସମ୍ପୃକ୍ତ ଦଲିଲପତ୍ର, ଉପକରଣ ଓ ଅନ୍ୟାନ୍ୟ ପ୍ରମାଣ ସୁରକ୍ଷିତ ରଖାଯାଇଛି । ତଦନ୍ତ ସମୟରେ ମିଳିଥିବା ଡିଜିଟାଲ୍ ସାମଗ୍ରୀର ମଧ୍ୟ ଯାଞ୍ଚ ଚାଲିଛି । ଆଇନସମ୍ମତ ଭାବେ ଗ୍ରହଣଯୋଗ୍ୟ ପ୍ରମାଣ ଏବଂ ବିଧିସମ୍ମତ ପ୍ରକ୍ରିୟା ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ତଦନ୍ତ ଓ ସମସ୍ତ ପ୍ରମାଣର ଯାଞ୍ଚ ଶେଷ ହେବା ପରେ ବିଧିବଧ ନୋଟିସ୍ ଜାରି କରାଯିବ ଏବଂ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲିଙ୍ଗ ନିର୍ଣ୍ଣୟ ଓ କନ୍ୟା ଭ୍ରୂଣହତ୍ୟାକୁ ରୋକିବା ସହ ସମଗ୍ର ରାଜ୍ୟରେ ପିସି ପିଏନଡିଟି ଆଇନର କଡ଼ା ଅନୁପାଳନ ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ପଦକ୍ଷେପ ନେଉଛନ୍ତି ।
ବଡ ଦାଣ୍ଡ ଉଭୟ ପାର୍ଶ୍ଵରେ ହେବ ୮ଟି ୧୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଡାକ୍ତରଖାନା
ଭୁବନେଶ୍ୱର,୧୩/୦୭/୨୦୨୬ [ଆ.ଦୁ.ନି] : ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ଜନସାଧାରଣଙ୍କ ସମାବେଶକୁ ନଜରରେ ରଖି ଆବଶ୍ୟକୀୟ ଜରୁରୀକାଳୀନ ପରିସ୍ଥିତି ପାଇଁ ସ୍ଵାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ, ୧୦ ଶଯ୍ୟା ବିଶିଷ୍ଟ ଟ୍ରମା କେୟାର କେନ୍ଦ୍ର, ୧୦ ଶଯ୍ୟା ବିଶିଷ୍ଟ ବର୍ଣ୍ଣ ୱାର୍ଡ ଏବଂ ଗୋଟିଏ ଅସ୍ତ୍ରୋପୋଚାର କକ୍ଷର ବ୍ୟବସ୍ଥା କରାଯାଇଛି । ସେହିପରି ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନବନିର୍ମିତ କୋଠାରେ ୧୫୦ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବ । ରଥଯାତ୍ରାରେ ସ୍ଵାସ୍ଥ୍ୟସେବା ଯୋଗାଇବାକୁ ୨୩୦ ଜଣ ଡାକ୍ତର , ୬୬ ଜଣ ବିଶେଷଜ୍ଞ, ୨ ଜଣ ହୃଦରୋଗ ବିଶେଷଜ୍ଞ, ୨ଜଣ ସ୍ନାୟୁ ବିଭାଗ ବିଶେଷଜ୍ଞ, ୨ ଜଣ ପ୍ଲାଷ୍ଟିକ ସର୍ଜନ ସମେତ ୨୦୦ ନର୍ସିଂ ଅଫିସର ଏବଂ ୨୨୯ ପାରାମେଡିକ୍ସ ଷ୍ଟାଫ ରହିବେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ ଗୋଟି ଶୀତ ତାପ ଶଯ୍ୟା, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ୨ଟି ଏବଂ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଗୋଟିଏ ଶଯ୍ୟା ଅଂଶୁଘାତ ମୁକାବିଲା ନିମନ୍ତେ ଉପଲବ୍ଧ କରାଯିବ ।
ବଡଦାଣ୍ଡରେ ଏବଂ ପୁରୀ ସହର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ୩୦ଟି ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବାର ବ୍ୟବସ୍ଥା କରାଯାଇଛି । ବଡଦାଣ୍ଡରେ ଥିବା ୧୧ଟି ଆଶୁ ଚିକିତ୍ସା କେନ୍ଦ୍ର ଦିବାରାତ୍ର ଖୋଲା ରହିବ । ସେହିପରି ୮ଟି ୧୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଡାକ୍ତରଖାନା ବଡ ଦାଣ୍ଡ ଉଭୟ ପାର୍ଶ୍ଵରେ କାର୍ଯ୍ୟକ୍ଷମ ହେବ ଯାହା ଦ୍ଵାରା ଭିଡ ମଧ୍ୟରେ ରୋଗୀ ଜରୁରୀ ଚିକିତ୍ସା ପାଇପାରିବେ ।
ଚଳିତ ବର୍ଷ ୪୬ ଟି ଆମ୍ବୁଲାନ୍ସ ପୁରୀର ବିଭିନ୍ନ ସ୍ଥାନରେ ଏବଂ ୨ ଟି ଏଏଲଏସ ଆମ୍ବୁଲାନ୍ସ (Advanced Life Support) ପୁରୀ ବଡ ଡାକ୍ତରଖାନାରେ ମୁତୟନ କରାଯିବ ।
ଖାଦ୍ୟର ମାନ ଯାଞ୍ଚ ନିମନ୍ତେ ଅଧିକ ସଂଖ୍ୟକ ଖାଦ୍ୟ ନିରାପତ୍ତା ଅଧିକାରୀ ମୁତୟନ ହୋଇଛନ୍ତି । ୩୦ ଜଣ ପ୍ରଶିକ୍ଷିତ କର୍ମଚାରୀଙ୍କୁ ଅମ୍ଳଜାନ କ୍ୟାନିଷ୍ଟର ସହ ମୁତୟନ ରଖାଯିବ ।
