କଟକ,ବାଆଁରା, ୩ ଅଗଷ୍ଟ ୨୦୨୬ [ଆ.ଦୁ.ନି]
ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ତରଫରୁ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆମ ମାଟିର ଗୌରବ, ଓଡ଼ିଶାର ସୁଯୋଗ୍ୟ କନ୍ୟା, ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀଙ୍କୁ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଏହି ଶୁଭ ଉଦ୍ଘାଟନ ଅବଶରରେ ସେ କହିଛନ୍ତି କେବଳ ଗୋଟିଏ ନୂତନ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା ନୁହେଁ; ଏହା ଓଡ଼ିଶାକୁ ଉଚ୍ଚଶିକ୍ଷା, ଗବେଷଣା, ଏବଂ ନୈତିକ ଚରିତ୍ର ନିର୍ମାଣର ଏକ ବିଶ୍ୱସ୍ତରୀୟ ଶିକ୍ଷାକେନ୍ଦ୍ରରେ ରୂପାନ୍ତରିତ କରିବାର ନୂତନ ଯାତ୍ରା।
ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଭାରତୀୟ ମୂଲ୍ୟବୋଧ ଓ ସନାତନ ଆଦର୍ଶ ଉପରେ ପ୍ରତିଷ୍ଠିତ। ପରମପୂଜ୍ୟ ପରମହଂସ ଶ୍ରୀ ଜଗଦ୍ଗୁରୁ କୃପାଳୁ ଜୀ ମହାରାଜଙ୍କ ଦିବ୍ୟ ସ୍ମୃତିରେ ଗଠିତ ଏହି ମହାନ୍ ଅନୁଷ୍ଠାନ, ଆଧୁନିକ ବିଜ୍ଞାନ ଓ ବୈଷୟିକ ପ୍ରଗତି ସହିତ ଭାରତର ସମୃଦ୍ଧ ଆଧ୍ୟାତ୍ମିକ ସଂସ୍କୃତିର ଏକ ଅପୂର୍ବ ସମନ୍ୱୟ ପ୍ରତିଷ୍ଠା କରିବାକୁ ଯାଉଛି ।
ପ୍ରତେକ ଶିକ୍ଷାଅନୁଷ୍ଠାନ ଆଧୁନିକ ଜ୍ଞାନ ବିଜ୍ଞାନ ସହିତ ଭାରତୀୟ ସଭ୍ୟତାର ମୌଳିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଏହା ବିଦ୍ୟାର୍ଥୀମାନଙ୍କୁ ସତ୍ ମାର୍ଗରେ ଯିବା ପାଇଁ ପ୍ରେରଣା ପ୍ରଦାନ କରେ ।
ଏହି ବିଶ୍ୱବିଦ୍ୟାଳୟ କୃତ୍ରିମ ବୁଦ୍ଧିମତ୍ତା, ସାଇବର ସୁରକ୍ଷା, କମ୍ପ୍ୟୁଟର ସାଇନ୍ସ,, ମ୍ୟାନେଜ୍ମେଣ୍ଟ ଏବଂ ସ୍ୱାସ୍ଥ୍ୟ ବିଜ୍ଞାନ ଭଳି ଆଧୁନିକ ଯୁଗୋପଯୋଗୀ ପାଠ୍ୟକ୍ରମ ସହିତ ‘ମାଇଣ୍ଡ ମ୍ୟାନେଜମେଣ୍ଟ’, ମାନବିକ ମୂଲ୍ୟବୋଧ ଏବଂ ଯୋଗ ବିଜ୍ଞାନ ପାଇଁ ଉତ୍କର୍ଷ କେନ୍ଦ୍ର ମାଧ୍ୟମରେ ବିଦ୍ୟାର୍ଥୀଙ୍କ ମାନସିକ ଶାନ୍ତି, ଚରିତ୍ର ଗଠନ ଓ ଅନ୍ତର୍ନିହିତ ସାମର୍ଥ୍ୟର ବିକାଶ କରିବ ।
ଏହା ବ୍ୟତୀତ ‘ଜଗଦ୍ଗୁରୁ କୃପାଳୁ କ୍ଲିନିକ୍’, ‘ଯୋଗ ଓ ପ୍ରାକୃତିକ ଚିକିତ୍ସାଳୟ’ ଏବଂ ଗ୍ରାମୀଣ ଯୁବକ-ଯୁବତୀ ଓ ମହିଳାମାନଙ୍କ ପାଇଁ ବୃତ୍ତିଗତ କୌଶଳ ତାଲିମ କାର୍ଯ୍ୟକ୍ରମ ଦ୍ୱାରା ଏହା ସାମାଜିକ ଦାୟିତ୍ୱବୋଧର ଶ୍ରେଷ୍ଠ ଦୃଷ୍ଟାନ୍ତ ସୃଷ୍ଟି କରିବା ପାଇଁ ପ୍ରତିବଦ୍ଧ ହୋଇଛି ।
ଆମର ସୃଜନଶୀଳ ଯୁବଶକ୍ତି ଆଜି ଆଇ.ଆଇ.ଟି., ଆଇ.ଆଇ.ଏମ୍. ଏବଂ ଏମ୍ସ (AIIMS) ଭଳି ଦେଶର ଶ୍ରେଷ୍ଠ ଅନୁଷ୍ଠାନଗୁଡ଼ିକ ସହିତ ମିଶି ଗବେଷଣା ଓ ନୂତନ ଜ୍ଞାନକୌଶଳର ବିକାଶରେ ଅତୁଳନୀୟ ଯୋଗଦାନ ଦେଉଛନ୍ତି । ଆଜିର ଯୁଗ ହେଉଛି କୌଶଳ ଓ ଦକ୍ଷତାର ଯୁଗ । ଓଡ଼ିଶାର ଯୁବ ସାମର୍ଥ୍ୟ ପାଇଁ ଆମ ସରକାର ଅପାର ସୁଯୋଗ ସୃଷ୍ଟି କରିବାକୁ ନିରନ୍ତର କାର୍ଯ୍ୟ କରୁଛନ୍ତି ।
ଗତକାଲି ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀ ଜୀ Gen-Gଙ୍କୁ ସମ୍ବୋଧନ କରି ନିଶାମୁକ୍ତ ଜୀବନଯାପନ କରିବା ପାଇଁ ପରାମର୍ଶ ଦେଇଥିଲେ। ଦେଶର ୨୮ ହଜାର ସ୍ଥାନରୁ ଏକ କୋଟିରୁ ଉର୍ଦ୍ଧ୍ଵ ଯୁବକ ଯୁବତୀ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ । ମାନନୀୟ ମୋଦୀଜୀ ସବୁବେଳେ ଶିକ୍ଷା, ବିଶେଷ ଭାବେ ଗୁଣାତ୍ମକ ଶିକ୍ଷା ପାଇଁ ସଦା ସର୍ବଦା ଚିନ୍ତିତ। ସେ ସଦାସର୍ବଦା ଦେଶର ଯୁବ ଗୋଷ୍ଠୀଙ୍କ ସାମର୍ଥ୍ୟ ଉପରେ ଦୃଢ ବିଶ୍ୱାସ କରି ଆସୁଛନ୍ତି। ଜାତୀୟ ଶିକ୍ଷାନୀତି ସହିତ ଦେଶରେ ଅଭୁତପୂର୍ବ ସଂଖ୍ୟାରେ ମେଡିକାଲ, ଇଂଜିନିୟରିଂ ଏବଂ ବୈଷୟିକ ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରିବାକୁ ପଦକ୍ଷେପ ନେଇଛନ୍ତି।
ଏହି ଲକ୍ଷ୍ୟ ସାଧନ ପାଇଁ ଆମେ ‘ଦକ୍ଷତା ଭିତ୍ତିକ ଶିକ୍ଷା’ ବା Skill Education ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛୁ । ପ୍ରାକୃତିକ ସମ୍ପଦ ପରିପୂର୍ଣ୍ଣ ଓ ଖଣି ଅଞ୍ଚଳରେ ଆମେ ଶିଳ୍ପାୟନକୁ ଗୁରୁତ୍ୱ ଦେଉଛୁ । ପୂର୍ବରୁ କେବଳ ମିନେରାଲ୍ ଓ ଷ୍ଟିଲ୍ ଉପରେ ଗୁରୁତ୍ୱ ଦିଆଯାଉଥିଲା, ଆଜି ଆପାରେଲ୍, IT, ସେମିକଣ୍ଡକ୍ଟର, କେମିକାଲ୍, ପେଟ୍ରୋ-କେମିକାଲ୍ ଭଳି ୧୬ଟି ଅତ୍ୟାଧୁନିକ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ପାଇଁ MoU କରାଯାଇଛି
ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ ଦେଶର ପ୍ରଥମ ରାଜ୍ୟ ଭାବେ କେଜିରୁ ପିଜି ପର୍ଯ୍ୟନ୍ତ ପାଠପଢ଼ାକୁ ନିଶୁଳ୍କ କରାଯାଇଛି । ଆଗାମୀ ଦିନରେ ରାଜ୍ୟରେ ଆଉ ୪ଟି ବିଶ୍ୱ ବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା ହେବାକୁ ଯାଉଛି । ସିଙ୍ଗାପୁରର ସହଯୋଗରେ ଶିଳ୍ପ ଜଗତର ଆବଶ୍ୟକତା ଅନୁଯାୟୀ ଯୁବକ-ଯୁବତୀମାନଙ୍କୁ ଆଧୁନିକ ସ୍କିଲ୍ ଟ୍ରେନିଙ୍ଗ୍ ପ୍ରଦାନ କରାଯାଉଛି ଏବଂ ଆମର ସରକାରୀ ଆଇ.ଟି.ଆଇ. (ITI) ଗୁଡ଼ିକୁ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ (Centre of Excellence) ଭାବେ ଗଢ଼ି ତୋଳାଯାଉଛି । Industrial Investment କୁ ଆମେ ପ୍ରାଧାନ୍ୟ ଦେଉଛୁ । ନିକଟରେ ନୀତି ଆୟୋଗର Investment Friendly Indexରେ ଓଡ଼ିଶା ପଞ୍ଚମ ସ୍ଥାନ ହାସଲ କରିଛି ।
