ଭୁବନେଶ୍ଵର 28.8.2026 [ଆ.ଦୁ.ନି] : ପ୍ରଥମ ଆନ୍ତର୍ଜାତୀୟ ବାର୍ଷିକ ରାଜଭାଷା ଶିଖର ସମ୍ମିଳନୀ, ଓଡିଶା– ୨୦୨୬ ରେ ରାଜଭାଷା କାର୍ଯ୍ୟାନ୍ଵୟନ କ୍ଷେତ୍ରରେ ବ୍ୟାଙ୍କ ଓ ବୀମା କମ୍ପାନୀଗୁଡିକ ମଧ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରାଜଭାଷା ଉତ୍କୃଷ୍ଟ ପୁରସ୍କାର ବର୍ଗରେ ୟୁନିୟନ୍ ଅଫ୍ ଇଣ୍ଡିଆ ଭୁବନେଶ୍ଵର କ୍ଷେତ୍ରୀୟ କାର୍ଯ୍ୟାଳୟକୁ ପ୍ରଥମ ପୁରସ୍କାରରେ ସମ୍ମାନୀତ କରାଯାଇଛି। ଓଡିଶାର ରାଜ୍ୟପାଳ ମହାମହିମ ଡଃ. ହରିବାବୁ କମ୍ଭମପତି ଏବଂ ହିନ୍ଦୀ ପରାମର୍ଶଦାତା କମିଟିର ସଦସ୍ୟ ଡଃ. ବିପିନ କୁମାର ଏବଂ ଅର୍ଥ ମନ୍ତ୍ରଣାଳୟ ତଥା ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟଙ୍କ ଠାରୁ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ତୁଷାରକାନ୍ତ କର ଏବଂ ରାଜଭାଷା ଅଧିକାରୀ ଅଜୟ କୁମାର ପ୍ରସାଦ ପୁରସ୍କାର ସ୍ୱରୂପ ସିଲ୍ଫ ଗ୍ରହଣ କରିଥିଲେ।
