ବ୍ରହ୍ମହାପୁର 10.9.2026 [ଆ.ଦୁ.ନି] ଗଞ୍ଜାମର ଧର୍ମନଗର ନିବାସୀ ତଥା ରାଜ୍ୟର ପ୍ରଥମ ବୋତାମ ଛତୁ ଉତ୍ପାଦନ କାରି କୃଷକ ଶ୍ରୀ ଇପାରି ବୁଲୁରାଓ ଙ୍କୁ ସର୍ବଭାରତିଅ ସ୍ତରରେ ଅଗ୍ରଣୀ ଛତୁ ଚାଷୀ ପୁରସ୍କାର ମିଳିଛି, ICAR ର ଛତୁ ଗବେସଣା ନିଦେର୍ଶାଳୟ ହିମାଚଳ ପ୍ରଦେଶର ସୋଲାନ ଠାରେ ଆଜି ଆୟୋଜିତ ଜାତୀୟ ଛତୁ ମେଳା କାର୍ଯ୍ୟକର୍ମରେ ବୋତାମ ଛତୁ ଉତ୍ପାଦନରେ ଉଲ୍ଲଖନୀୟ ସଫଳତା ପାଁଇ ଉଦ୍ୟନ ଓ ବନ ବିଶ୍ୱବିଦ୍ୟାଳୟର କୁଳପତି ଡ଼.ହରମିନ୍ଦର ସିଂ ଏହି ପୁରସ୍କାର ପ୍ରଦାନ କରିଛନ୍ତି l ସୂଚନା ଯୋଗ୍ୟକି ଓୟୁଏଟିଜାତୀୟ ଛତୁ ଗବେଷଣା ସମନ୍ୱିତ୍ୟ ପ୍ରକଳ୍ପ ପକ୍ଷରୁ ଶ୍ରୀ ବୁଲୁ ରାଓଙ୍କ ନାମ ଏହି ପୁରସ୍କାର ପାଁଇ ପ୍ରସ୍ତାବ ଦିଆଯାଇଥିଲା l ଶ୍ରୀ ରାଓ ବିଗତ ଦଶବର୍ଷ ଧରି ବାଟନ ମସରୁମ ଉତ୍ପାଦନ କରୁଛନ୍ତି l ଛାତ୍ରପୁର ସ୍ଥିତ ଜେ.ପି. ମାସରୁମ ଫାର୍ମ ମଧ୍ୟମରେ ବାର୍ଷିକ 624 ଟନ ଛତୁ ଉତ୍ପାଦନ କାରି ବର୍ଷକୁ ପ୍ରାୟ ହାରାହାରି ଦୁଇ କୋଟି ଟଙ୍କା ଆୟ କରୁଛନ୍ତି l ଇପାରି ବୁଲୁ ରାଓଙ୍କ ନିଜସ୍ୱ ଫାର୍ମରେ ବର୍ତମାନ 30 ଜଣ ମହିଳାଙ୍କ ସମେତ ସମୁଦାୟ 90 ଜଣ କୁଶଳୀ ଶ୍ରମିକ ଭାବେ ନିୟୋଜିତ ହୋଇଛନ୍ତି ସୂଚନା ଯୋଗ୍ୟକି 2026 ମାର୍ଚ୍ଚ ମାସ 20 ତାରିଖ ଓୟୁଏଟି କୃଷି ମେଳାରେ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇ ଥିଲା l
