ଓୟୁଏଟିର ସ୍ନାତକ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ
ଭୁବନେଶ୍ୱର ୦୧.୧୦.୨୦୨୬ [ଆ.ଦୁ.ନି] : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି), ଭୁବନେଶ୍ୱର ପକ୍ଷରୁ ଚଳିତ ବର୍ଷ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ‘ପ୍ରବେଶ ଉତ୍ସବ ୨୦୨୬-୨୭’ ବିଶ୍ୱବିଦ୍ୟାଳୟ ପରିସରସ୍ଥିତ ଡ. ଏମ୍. ଏସ୍. ସ୍ୱାମୀନାଥନ୍ କକ୍ଷଠାରେ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଭାରତୀୟ ସଂସ୍କୃତି, ଜ୍ଞାନ ପରମ୍ପରା ବାବଦରେ ସୂଚନା ପ୍ରଦାନ କରିଛନ୍ତି I ଋଷି ପରମ୍ପରା ଓ କୃଷି ପରମ୍ପରା ହେଉଛି ଆମର ମୂଳ ଆଧାର I ଏଣୁ ଅମୃତ ପିଢ଼ିର ସନ୍ତାନଙ୍କୁ ଅଖଣ୍ଡ ଭାରତ ତଥା ଆତ୍ମନିର୍ଭର ଭାରତ ଗଠନ ଦିଗରେ ନିଜର କର୍ତବ୍ୟ, ଦାୟିତ୍ୱ ପ୍ରତିପାଦିତ କରିବାକୁ ପ୍ରଫେସର ଆଚାର୍ଯ୍ୟ ଉପଦେଶ ଦେଇଛନ୍ତି I ସଫଳତାର ଚାବିକାଠି ବିନମ୍ରତା I ଗୁରୁ ଶିଷ୍ୟ ମଧ୍ୟରେ ସମ୍ମାନ ହିଁ ବିଦ୍ୟାର ଅୟମାରମ୍ଭ I ଏଣୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଶିକ୍ଷା, ଗ୍ରନ୍ଥାଳୟର ଉପଯୋଗ ଓ ସଭାର ସଠିକ ଗ୍ରହଣୀୟତାକୁ ସ୍ୱୀକାର କରିବା ପାଇଁ ପ୍ରଫେସର ଆଚାର୍ଯ୍ୟ ମତ ରଖିଛନ୍ତି I
ସମ୍ମାନିତ ଅତିଥି ଭାବେ କଟକ ଏନ୍ସିସିର ଗୃପ କମାଣ୍ଡର୍ କର୍ଣ୍ଣେଲ୍ ଏସ୍.ଜି.ଏସ୍. ଶେଖର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ହେବା ସହ ଉତ୍ତମ ଚରିତ୍ର ଗଠନ ଦିଗରେ ନିଜକୁ ଗଢିତୋଳିବାକୁ ପରାମର୍ଶ ଦେଇଥିଲେ I ସମସ୍ତ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସତ୍ୱେ ନିଜସ୍ୱ ଚିନ୍ତନମନ୍ଥନକୁ ସର୍ବଦା ଉପଯୋଗ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି I
ଗୁରୁଙ୍କ ଆଶୀର୍ବାଦରେ ଶିଷ୍ୟର ଅଭିବୃଦ୍ଧି. ଏଣୁ ଯେନ ଜି ଛାତ୍ରଛାତ୍ରୀ ଗୁରୁଙ୍କ ପ୍ରତି ନିଜର ସମ୍ମାନ ପ୍ରକାଶ କରିବା ସହ ଜ୍ଞାନର ପରିସୀମାକୁ ବୃଦ୍ଧି କରିବା ଲକ୍ଷ ନେଇ ପାଠ ପଢିବାକୁ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (RCCF), ଅନୁଗୁଳର ଭାରତୀୟ ବନ ସେବା ଅଧିକାରୀ ଡ. ସଞ୍ଜୟ କୁମାର ସ୍ୱାଇଁ କହିଛନ୍ତି. ସ୍କ୍ରିନ ସମୟକୁ ହ୍ରାସ କରି ବୌଦ୍ଧିକ ବିକାଶ ଦିଗରେ ମନୋନିବେଶ ପାଇଁ ଡ଼. ସ୍ୱାଇଁ ମତବ୍ୟକ୍ତ କରିଛନ୍ତି I
କଠିନ ପରିଶ୍ରମ ଓ ସୁଯୋଗର ସଠିକ ରୂପାୟନ ହିଁ ଛାତ୍ରଛାତ୍ରୀଙ୍କୁ ଉନ୍ନତିର ଶିଖରକୁ ନେଇଥାଏ ବୋଲି କେନ୍ଦ୍ରାଞ୍ଚଳ ପୁଲିସ ରେଞ୍ଜ, ଆଇଜି, ଡ. ସତ୍ୟଜିତ ନାଏକ କହିଛନ୍ତି I ଓୟୁଏଟିର ଶୈଖିକ ବାତାବରଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ ଅନେକ ଶିକ୍ଷା ଦେବା ବୋଲି ଡ଼. ନାଏକ କହିଛନ୍ତି I
IIWM, ଭୁବନେଶ୍ୱରର ନିର୍ଦ୍ଦେଶକ ଡ. ଅର୍ଜମାଦତ୍ତ ଷଡ଼ଙ୍ଗୀ ଛାତ୍ରଛାତ୍ରୀଙ୍କୁ ନିର୍ଭିକ ହୋଇ ସମାଜରେ ପ୍ରତିଷ୍ଠିତ ହେବ ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି I ଦୃଢ଼ତା, ବ୍ୟବସ୍ଥିତ, ବିବେକସମ୍ପନ୍ନ, ଅଧ୍ୟବସାୟ ହେବ ସହ ଆଧ୍ୟାତ୍ମିକ ଭାବାବେଗ ରଖି ଅଧ୍ୟୟନ କରିବାକୁ ଡ଼. ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି I
ଗୁରୁ ଶିଷ୍ୟର ପରମ୍ପରା, ସମ୍ପର୍କ, ଭାଇଚାରାର ମାରତ୍ମକତା ଉପରେ ସଭାପତିତ୍ୱ ଅଭିଭାଷଣରେ ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମତ ରଖିଛନ୍ତି I ନିଜ ଇଛା ଦ୍ୱାରା ହେଉ ଅଥବା ପରିସ୍ଥିତି ପାଇଁ ହେଉ ଯେଉଁ ମାନେ ବିଶ୍ୱବିଦ୍ୟାଳୟରେ ନାମ ଲେଖିଛନ୍ତି ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଜ ଆଶା, ଆକାଙ୍କ୍ଷାକୁ ପୁରା କରିବାକୁକୁଳପତି ଆହ୍ୱାନ ଦେଇଛନ୍ତି I
କାର୍ଯ୍ୟକ୍ରମ ସରସ୍ୱତୀ ବନ୍ଦନା ସହ ଆରମ୍ଭ ହୋଇଥିବା ବେଳେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ବୈଦିକ ମନ୍ତ୍ରୋଚ୍ଚାରଣ ସହ ପବିତ୍ର ଜଳ ଓ ଅକ୍ଷତା ସିଞ୍ଚନ ମାଧ୍ୟମରେ ଆଶୀର୍ବାଦ ଓ ସ୍ୱାଗତ କରାଯାଇଥିଲା । ADVO (Animal Welfare), ଖୋର୍ଦ୍ଧା ଡ. କୃଷ୍ଣ କେଶବ ଷଡ଼ଙ୍ଗୀଙ୍କ ମନ୍ତ୍ରପାଠରେ ସମଗ୍ର କକ୍ଷ ଗୁଂଜରିତହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଚିପିଲିମ କୃଷି ମହାବିଦ୍ୟାଳୟ, ଭବାନୀପାଟଣା କୃଷି ମହାବିଦ୍ୟାଳୟ, ରଙ୍ଗାଇଲୁଣ୍ଡା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ I ବିଶ୍ୱବିଦ୍ୟାଳୟର ଦ୍ୱାଦଶ ମହାବିଦ୍ୟାଳୟ ଭାବେ ମୟୁରଭଞ୍ଜ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମକୁ କୃଷି ମହାବିଦ୍ୟାଳୟ ଭୁବନେଶ୍ୱରର ଅଧ୍ୟକ୍ଷ ପ୍ରଫେସର ପ୍ରସନଜିତ ମିଶ୍ର ସ୍ୱାଗତ ଭାଷଣ ଦେଇ ଆରମ୍ଭ କରିଥିବା ବେଳେ ଛାତ୍ର କଲ୍ୟାଣ ଅଧ୍ୟକ୍ଷ ପ୍ରଫେସର ସୁଷେଣ କୁମାର ପଣ୍ଡା ଧ୍ୟନ୍ୟବାଦ ଦେଇଥିଲେ I
