ଭୁବନେଶ୍ୱର 6.10.2026 [ଆ.ଦୁ.ନି] : ଦେଶର ଅଗ୍ରଣୀ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆର ସାଲେପୁର ଶାଖା ଉଦ୍ଘାଟିତ ହୋଇଯାଇଛି। ଏହି ଶାଖା ବ୍ୟାଙ୍କର ଭୁବନେଶ୍ଵର ଅଞ୍ଚଳର ୮୮ତମ ଏବଂ ରାଜ୍ୟର ୨୯୪ତ ଶାଖା ଅଟେ । କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟ, ଭୁବନେଶ୍ଵରର ମହାପ୍ରବନ୍ଧକ ମୁତା ବିରା ଭେଙ୍କଟ ବାଙ୍ଗାରାଜୁ ଏହି ନୂତନ ଶାଖାର ଉଦ୍ଘାଟନ କରିଥିଲେ। ଏହି ଅବସରରେ ଭୁବନେଶ୍ଵର ଆ ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ବିଜୟ କୁମାର ମଲିକ, ସାଲେପୁର ଶାଖାର ଶାଖା ପ୍ରବନ୍ଧକ ଲାଲବାହାଦୁର ସାହୁଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଗ୍ରାହକ ମାନଙ୍କୁ ଉତ୍କୃଷ୍ଟ ସେବା ଯୋଗାଇଦେବା ବ୍ୟାଙ୍କର ପ୍ରମୁଖ ଲକ୍ଷ୍ୟ ଏବଂ ଏହି ଶାଖା ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ଆଧୁନିକ ଏବଂ ଉନ୍ନତମାନର ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବା ସହିତ ବ୍ୟାଙ୍କିଙ୍ଗ୍ ସୁବିଧା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବାରେ ସହାୟକ ହେବ ବୋଲି ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ମଲିକ ପ୍ରକାଶ କରିଥିଲେ।
