- ସାଧାରଣ ପ୍ରଶାସନ ଓ ସାଧାର ଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସେବା ଅଭିଯାନ “ସ୍ବଚ୍ଛତା ହିଁ ସେଵା”
ଭୁବନେଶ୍ବର, 6.10.2026 [ଆ.ଦୁ.ନି] ଭାରତ ସରକାରଙ୍କ ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ୧୭ ଅକ୍ଟୋବରରୁ ୧୭ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ସାରା ଦେଶରେ ରେ “ସ୍ବଚ୍ଛତା ହିଁ ସେବା ଅଭିଯାନ” ଚାଲୁ ରହିଛି । ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ “ସ୍ବଚ୍ଛତା ଶପଥ” ପାଠ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଲୋକସେବା ଭବନସ୍ଥିତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରାଙ୍ଗଣରେ ସମବେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ସ୍ବଚ୍ଛତା ଶପଥ ପାଠ କରାଇଥିଲେ । ମହାତ୍ମା ଗାନ୍ଧୀଙ୍କ ସ୍ବଚ୍ଛତାର ବାର୍ଷା, ନିଜକୁ ସ୍ବଚ୍ଛତା ପ୍ରତି ସଦା ସମର୍ପିତ ରହିବା, ସ୍ବଚ୍ଛତାକୁ ଦୈନନ୍ଦିନ ଜୀବନ ନରେ ସାମିଲ କରିବା, ଏଥିପାଇଁ ନିଜେ ସମୟ ଦେବା ଆଦି ପ୍ରସଙ୍ଗରେ ଅଧୋକାରୀ ଓ କର୍ମଚାରୀମାନେ ଶପଥ କରିଥିଲେ । ଏହା ପରେ ଏହି ଅବସରରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠଙ୍କ ସହିତ ଅଧୋକାର କାରୀ ଓ କର୍ମଚାରୀମାନେ ଆୟୋଜିତ “ସ୍ବଚ୍ଛତା ହିଁ ସେବା ଅଭିଯାନ” ରେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
