ଭୁବନେଶ୍ୱର 10.10.2026 [ଆ.ଦୁ.ନି] : ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ନଗର ରାଜଭାଷା କାର୍ଯ୍ୟାନ୍ବୟ ସମିତି (ବ୍ୟାଙ୍କ ଏବଂ ବୀମା) ଭୁବନେଶ୍ଵରଙ୍କ ତତ୍ତ୍ୱାବଧାନରେ ହିନ୍ଦୀ ଦିବସ ୨୦୨୬ ଅବସରରେ ୯ ଅକ୍ଟୋବର ତାରିଖରେ ଏକ ଭବ୍ୟ ହିନ୍ଦୀ କବିତା ପାଠ ଓ ଭାଷଣ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ହିନ୍ଦୀ ଭାଷାର ପ୍ରଚାର ପ୍ରସାର ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆର୍ଥିକ ସଚେତନତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।।
ଭୁବନେଶ୍ଵର ସହର ଅନ୍ତର୍ଗତ ସମସ୍ତ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ନଗର ରାଜଭାଷା କାର୍ଯ୍ୟାନ୍ଵୟନ ସମିତି, ଭୁବନେଶ୍ଵର ( ବ୍ୟାଙ୍କ এর ବୀମା)ର ବନ ବିହାରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ସଞ୍ଜୀବ ରଞ୍ଜନ ସହାୟ, ଉପ-ଆଞ୍ଚଳିକ ମୁଖ୍ୟ ଏବଂ ଆଞ୍ଚଳିକ ଆସୁରାନ୍ସ ମୁଖ୍ୟ ଶଙ୍କ *ର ହେମ୍ବ୍ରମ, ଆଞ୍ଚଳିକ ଜ୍ଞାନାର୍ଜନ କେନ୍ଦ୍ର ପ୍ରଭାରୀ ଅଞ୍ଜନୀ କୁମାର, ରାଜଭାଷା ଅଧିକାରୀ ସୁଧୂର ଧୂର ପ୍ରସାଦ ଏବଂ ଅଜୟ ପ୍ରସାଦଙ୍କ ସମେତ ବ୍ୟାଙ୍କର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀଗଣ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥ୍ ବନ ବିହାରୀ ସାହୁ ୟୁନିୟନ୍ ବ୍ୟାଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହି ପ୍ରତିଯୋଗିତା ହିନ୍ଦୀ ଭାଷାର ପ୍ରଚାର ପ୍ରସାର ସହିତ ଛାତ୍ରଛ ତ୍ରଛାତ୍ରୀମାନଙ୍କ ଅଭିବ୍ୟକ୍ତି, କୌଶଳ, ଆତ୍ମବିଶ୍ଵାସ ଓ ରାଷ୍ଟ୍ର ପ୍ରତି ସକାରତ୍ମକ ଦୃଷ୍ଟିଭଙ୍ଗୀର ବିକାଶରେ ମଧ୍ଯ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆଜିର ସମୟରେ ଆର୍ଥିକ ସାକ୍ଷରତା ଏକ ଜରୁରୀ ଆବଶ୍ୟକତା ଓ ଛାତ୍ରଛାତ୍ରୀମାନଙ୍କୁ କମ୍ ବୟସରୁ ବନ୍ଦ ଆର୍ଥିକ ଶୃଙ୍ଖଳାର ଅଭ୍ୟାସ କରି ଭବିଷ୍ୟତରେ ଏକ ସଶକ୍ତ ନାଗରିକ ଭାବେ ନିଜକୁ ଗଢି ତୋଳିବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ଆଞ୍ଚଳିକ ମୁଖ୍ୟ ଶ୍ରୀ ସହାୟ କହିଥିଲେ। ହିନ୍ଦୀ ଭାଷା ଦେଶର ବିବିଧତାକୁ ଏକତାର ସୁତ୍ରରେ ବାନ୍ଧି ରଖିଥାଏ ଏବଂ ଏପରି କାର୍ଯ୍ୟକଳାପ ଦେଶର ସର୍ବାଙ୍ଗୀନ ବିକାଶରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିଥାଏ ବୋଲି ସେ ପ୍ରକାଣ କରିଥିଲେ । କବିତା ପାଠ ଓ ଭାଷଣ ପ୍ରତିଯୋଗିତା ପାଇଁ ପ୍ରେରଣାଦାୟକ ବିଷୟ ଯଥା: “ ଛାତ୍ର ଜୀବନରେ ସଞ୍ଚୟ ଆର୍ଥିକ ଶୃଙ୍ଖଳାର ଅଭ୍ୟାସ” ଏବଂ “ ୨.୨୫ କୋଟି ଶିଶୁଙ୍କ ସ୍ଵପ୍ନର ଭାରତ” ବିଷୟ ଉପରେ ଛାତ୍ରଛାତ୍ରୀମାନେ ନିଜର ମତ ଉପସ୍ଥାପନ କରିଥିଲେ। ପ୍ରତିଯୋଗିତାରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ସଞ୍ଚୟ, ଆର୍ଥିକ ସାକ୍ଷରତା, ଶୃଙ୍ଖଳିତ ଜୀବନ ଶୈଳୀ, ରାଷ୍ଟ୍ର ନିର୍ମାଣ ଓ ଭାରତର ଉଜ୍ଜ୍ଵଳ ଭବିଷ୍ୟତ ଭଳି ବିଷୟ ଉପରେ ନିଜର ପ୍ରଭାବଶାଳୀ ଉପସ୍ଥାପନା ଦେଇଥିଲେ। ବିଜୟୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ସ୍ମୃତିଫଳକ ଦ୍ବାରା ସମ୍ମାନିତ କରାଯାଇଥିଲା। ଭବିଷ୍ୟତରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ହିନ୍ଦୀ ଭାଷାର ପ୍ରଚାର ପ୍ରସାର, ଆର୍ଥିକ ସାକ୍ଷରତା ଓ ବ୍ୟକ୍ତିତ୍ଵ ବିକାଶ ସମ୍ବନ୍ଧୀୟ ସୃଜନଶୀଳ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜନ କରିବା ପ୍ରତି ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜର ପ୍ରତିବଦ୍ଧତାକୁ ପୁନର୍ବାକ୍ତ କରିଛି।
