ଭୁବନେଶ୍ୱର,୧୦/୧୦ [ଆ.ଦୁ.ନି] : ଦେଶର ଅନ୍ୟତମ ଅଗ୍ରଣୀ ଓମ୍ନିଚ୍ୟାନେଲ ଗହଣା ବ୍ରାଣ୍ଡ ‘କ୍ୟାରେଟ୍ଲେନ୍’ ପଟିଆରେ ଏହାର ୩୭୪ତମ ଷ୍ଟୋର ଖୋଲିଛି। ନୂତନ ଷ୍ଟୋର୍ କୋଲ୍-ବ୍ରେକିଂ ସେରିମନି ପରମ୍ପରା ସହ ଉଦ୍ଘାଟିତ ହୋଇଯାଇଛି। ଏହା ଏକ ନୂଆ ଷ୍ଟୋରର ଜନ୍ମ ଏବଂ ଆଗକୁ ସମୃଦ୍ଧିର ସମୟକୁ ସୂଚିତ କରେ। ବ୍ରାଣ୍ଡ୍ର ବିଶ୍ୱସ୍ଥ ଗ୍ରାହକମାନଙ୍କ ଉପସ୍ଥିତିରେ ନୂଆ ଷ୍ଟୋର୍ର ଶୁଭାରମ୍ଭ ହୋଇଯାଇଛି।
ଦେଶବ୍ୟାପୀ ଲୋକଙ୍କ ନିକଟରେ ସୁଲଭ ମୂଲ୍ୟରେ ସୁନ୍ଦର ଗହଣାଗୁଡ଼ିକୁ ପହଞ୍ଚାଇବାର ଲକ୍ଷ୍ୟ ନେଇ ବ୍ରାଣ୍ଡ୍ ସମଗ୍ର ଦେଶରେ ୩୯୦ରୁ ଊର୍ଦ୍ଧ୍ବ ଷ୍ଟୋର ସହିତ ଏକ ମଜଭୁତ ରିଟେଲ ପଦଚିହ୍ନ ରଖିଛି। ପଟିଆରେ ନୂଆ ଷ୍ଟୋରକୁ ଗ୍ରାହକଙ୍କୁ ସ୍ବାଗତ କରି ବ୍ରାଣ୍ଡ ଗର୍ବ ଅନୁଭବ କରୁଛି। ଫ୍ୟାଶନ୍କୁ ନବସୃଜନ ସହ ମିଶ୍ରଣ କରି କ୍ୟାରେଟ୍ଲେନ୍ ଏହାର ଚମତ୍କାର ଗହଣା ମାଧ୍ୟମରେ ବ୍ୟକ୍ତିଗତ ଷ୍ଟାଇଲ୍କୁ ପରିପ୍ରକାଶ କରିବା । ଲାଗି ଗ୍ରାହକଙ୍କୁ ସଶକ୍ତ କରିଆସୁଛି।
ଏ ପରି ପରିପ୍ରେକ୍ଷୀରେ କ୍ୟାରେଟ୍ଲେନ୍ର ପରିଚାଳନା ନିର୍ଦ୍ଦେଶକ ସୌମେନ ଭୌମିକ କୁହନ୍ତି, ଅଳଙ୍କାରର ଏକ ବ୍ୟାପକ ପରିସର ସହିତ ବାସ୍ତବ ସ୍ତବରେ ନିମଜ୍ଜିତ ଏବଂ ସ୍ପର୍ଶକାତର ଅନୁଭୂତି ପ୍ରଦାନ କରିବା ପାଇଁ ଷ୍ଟୋରକୁ ଡିଜାଇନ କରାଯାଇଛି। ଆମେ ଜାଣୁ ଅଳଙ୍କାର ହେଉଛି ବ୍ୟକ୍ତିଗତ ତ ଏବଂ ଆମର ଫୋକସ୍ ହେଉଛି ଯେ, ଗ୍ରାହକ ଏକ ଅତି ସୁନ୍ଦର ଏବଂ ଆରାମଦାୟକ ପରିବେଶରେ ଗହଣାକୁ ସ୍ପର୍ଶ କରିବେ, ଅନୁଭବ କରି କରିବେ ଏବଂ ଡିଜାଇନଗୁଡ଼ିକୁ ପରଖିପାରିବେ। ଦୃଢ଼ ଅନ୍ଲାଇନ୍ ଉପସ୍ଥିତି ସହ ଫିଜିକାଲ ଷ୍ଟୋର କ୍ୟାରେଟ୍ଲେନ୍ର ଓମ୍ନି-ଚ୍ୟାନେଲ ଆପ୍ରୋଚକୁ ସଫଳ କରାଇଛି।

ନୂଆ | ଷ୍ଟୋରରେ ଉଭୟ ଷ୍ଟଡେଡ୍ ଏବଂ ଅନ୍ଷ୍ଟଡେଡ୍ ଡିଜାଇନ୍ର ବ୍ୟାପକ ରେଞ୍ଜ୍ ରହିଛି। ଏଥିମଧ୍ୟରେ ରହିଛି ବଟର୍ଫ୍ଲାଏ, ଅରଣ୍ୟ ଏବଂ ଓମ୍ବରେ ଭଳି କଲେକ୍ସନ। ଷ୍ଟୋରରେ ଆହୁରି ମଧ୍ୟ କ୍ୟାରେଟ୍ଲେନ୍ର କୌତୁକିଆ ଆଇପି ସହଯୋଗିତା ଯେପରି ଫ୍ରେଣ୍ଡ୍ସ, ଡିଜ୍ନୀ, ହ୍ୟାରୀ ପୋଟର ଏବଂ ପେପା ପିଗ୍ ଭଳି ସମ୍ଭାର ରହିଛି। ଗ୍ରାହକ ବିଭିନ୍ନ ଲୋକପ୍ରିୟ ବର୍ଗ ଯେପରି ଆଧୁନିକ ମଙ୍ଗଳସୂତ୍ର, ନିତିଦିନ ବ୍ୟବହାର ପାଇଁ ଉଦ୍ଦିଷ୍ଟ କାନଫୁଲ, କକ୍ଟେଲ ରିଙ୍ଗ୍, ପିଲାଙ୍କ ଗହଣା ଏବଂ ଉପହାରର ବିସ୍ତୃତ ସମ୍ଭାର ପାଇବେ।
ନିକଟରେ କ୍ୟାରେଟ୍ଲେନ୍ ‘କାଶିକା’ ଏବଂ ‘ପୋଲ୍କୀ’ ସମ୍ଭାରର ଉନ୍ମୋଚନ କରିଛି। ବ୍ରାଣ୍ଡ୍ ଆମ୍ବାସଡ଼ର ୟାମି ଗୌତମ ଧରଙ୍କ ଦ୍ବାରା ଏହାର ଉନ୍ମୋଚନ କରାଯାଇଥିଲା। କାଶି ( ବାରାଣାସୀ)ର କାଳଜୟୀ ଐତିହ୍ୟ ଦ୍ୱାରା ଅନୁପ୍ରାଣିତ ‘କାଶିକା’ ସହରର ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ସ୍ଥପତି ଏବଂ ମନ୍ଦିର କଳାକୃତିକୁ ପ୍ରତିଫଳିତ କରେ। ୧୪ କ୍ୟାରେଟ୍ ସୁ ନା ଏବଂ ପ୍ରାକୃତିକ ହୀରାରେ ପ୍ରସ୍ତୁତ ଏହି ସମସାମୟିକ ଗହଣା ସମ୍ଭାର ଅତି ମନଲୋଭା। ସେହିଭଳି ‘ପୋଲ୍କୀ’ ପାରମ୍ପରିକ ଅନ୍କଟ୍ ପୋଲ୍କୀ ଡିଜାଇନ୍ରୁ ଅନୁପ୍ରାଣିତ। ଏହା କ୍ୟାରେଟ୍ଲେନ୍ର ସମସାମୟିକ ହାଲୁକା ଷ୍ଟାଇଲରେ ଆସୁଛି। ଏକତ୍ର ଭାବେ ଏ କଲେକ୍ସନଦ୍ଵୟ ଅନନ୍ୟ କାହାଣୀ ସହ ଜଡ଼ିତ ବିବିଧ ଗହଣା ପ୍ରଦାନ କରିବା ସହିତ କ୍ୟାରେଟ୍ଲେନ୍ର ଆଧୁନିକ ଡିଜାଇନ ସମ୍ବେଦନଶୀଳତାକୁ ପରିପ୍ରକାଶ କରେ। ଯୁବପିଢ଼ିଙ୍କୁ ଆକର୍ଷିତ କରିବା ପାଇଁ ବ୍ରାଣ୍ଡ ଏହାର ସାୟା ଡାଏ ଡାଏମଣ୍ଡ୍ସ ଏବଂ ସମସାମୟିକ ଏଗ୍ରିଡେ ୯ କ୍ୟାରେଟ ସୁନା ଗହଣା ସମ୍ଭାର ପାଇଁ ଅଭିନେତ୍ରୀ ଅଶ୍ଳେଶା ଠାକୁରଙ୍କୁ ବ୍ରାଣ୍ଡ୍ ଆମ୍ବାସଡ଼ର ଭାବେ ନିୟୋଜିତ କରିଛି।
ପ୍ରତ୍ୟେକ ବୟସ ବର୍ଗ ଏବଂ ଅବସର ପାଇଁ କ୍ୟାରେଟ୍ଲେନ୍ ୧୦,୦୦୦ରୁ ଊର୍ଦ୍ଧ୍ବ ଆକର୍ଷଣୀୟ ଡିଜାଇନ୍ ପ୍ରଦାନ କରୁଛି। ଗ୍ରାହକଙ୍କ ସମସ୍ତ ଗହଣା ଆବଶ୍ୟକତା ପାଇଁ ଏହା ଏକକ ସ୍ଥଳ ପାଲଟିଛି। ଏହି ପାର୍ବଣରେ ଗ୍ରାହକ ଫ୍ଲାଟ୍ ୨୦% ରିହାତିରେ ଘରକୁ ସେମାନଙ୍କ ମନ ପସନ୍ଦର ଗହଣା ଆଣି ପାରିବେ। ବ୍ୟାପକ ଡିଜାଇନ୍ ଗହଣା ମାଧ୍ୟମରେ ନୂଆ ଷ୍ଟୋର ସ୍ବତନ୍ତ୍ର ଗହଣା ଖୋଜିବାର ପ୍ରକୃତ ସ୍ଥାନ । ଗ୍ରାହକମାନେ ମଧ୍ୟ www.caratlane.com ରେ ସମ୍ପୂଣ୍ଣ ଗହଣା ସମ୍ଭାରଗୁଡ଼ିକୁ ଦେଖିପାରିବେ।, ନୂଆ ଷ୍ଟୋର ପଟିଆ ନନ୍ଦନକାନନ ରୋଡ୍ସ୍ଥିତ ଆରଟିଓ ୨ ନିକଟରେ ପ୍ଲଟ୍ ନମ୍ବର ୩୦୬/୧୭୦୦ ତଳ ମହଲାରେ ଅବସ୍ଥିତ।
ନୂଆ ଷ୍ଟୋର ପଟିଆ ନନ୍ଦନକାନନ ରୋଡ୍ସ୍ଥିତ ଆରଟିଓ ୨ ନିକଟରେ ପ୍ଲଟ୍ ନମ୍ବର ୩୦୬/୧୭୦୦ ତଳ ମହଲାରେ ଅବସ୍ଥିତ।
