ଭୁବନେଶ୍ବର 13.10.2026 [ଆ.ଦୁ.ନି] : ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ୱର ଶାଖାର ନୂତନ ଏଟିଏମ୍ ସ୍ଥାନୀୟ ରେଲୱେ ଷ୍ଟେସନଠାରେ ଉଦ୍ଘାଟିତ ହୋଇଯାଇଛି।
ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ସଞ୍ଜୀବ ରଞ୍ଜନ ସହାୟ ଏହି ନୂତନ ଏଟିଏମ୍କୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ଵର କ୍ଷେତ୍ରର ଉପ-ମହାପ୍ରବନ୍ଧକ ତଥା କ୍ଷତ୍ରୀୟ ମୁଖ୍ୟ ତୁଷାରକାନ୍ତ କର, ଭୁବନେଶ୍ଵର କ୍ଷେତ୍ରର କ୍ଷେତ୍ରୀୟ ଆସ୍ୟୁରାନ୍ସ ମୁଖ୍ୟ ବିନୟ ଶର୍ମା, ଭୁବନେଶ୍ବର ଶାଖାର ଶାଖା ପ୍ରବନ୍ଧକ କାଶିନାଥ ସ୍ଵାଇଁ ଏବଂ ଷ୍ଟେସନ୍ ଡାଇରେକ୍ଟର ଲକ୍ଷ୍ମୀଧର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଏଭଳି ଏକ ପ୍ରମୁଖ ସ୍ଥାନରେ ଏଟିଏମ୍ ସ୍ଥାପନ ହୋଇଥିବାରୁ ଆଞ୍ଚଳିକ ମୁଖ୍ୟ ଶ୍ରୀ ସହାୟ ନିଜର ଖୁସି ବ୍ୟକ୍ତ କରିଥିଲେ। ଏଥିରେ ସ୍ଥାନୀୟ ବ୍ୟକ୍ତିବିଶେଷ ଏବଂ ରେଳ ଯାତ୍ରୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲେ।
