ଭୁବନେଶ୍ଵର 13.10.2026 [ଆ.ଦୁ.ନି] : ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ଵର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ସତର୍କତା ସଚେତନତା ଅଭିଯାନର ଅଂଶସ୍ଵରୂପ ଗତ ୦୬.୧୦.୨୦୨୬ ରିଖରେ ପ୍ରାୟ ୨୮ଟି ଗ୍ରାମୀଣ ଓ ଅର୍ଷ ସହରାଞ୍ଚଳ ଶାଖା ମାଧ୍ୟମରେ ତୃତୀୟ ଗ୍ରାମ ସଭା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଗ୍ରାମବାସୀ ଓ ଜନସାଧାରଣଙ୍କୁ ଦୈନନ୍ଦୀନ ଜୀବନରେ ସତର୍କତା, ସଚ୍ଚୋଟତା, ସ୍ଵଚ୍ଛତା ଏବଂ ନୈତିକ ଆଚରଣ ସମ୍ପର୍କରେ ସଚେତନତା ବାର୍ଭା ପ୍ରସାର କରାଯିବା ସହିତ ଦୁର୍ନୀତି ନିବାରଣ ଓ ସୁରକ୍ଷିତ ବ୍ୟାଙ୍କିଙ୍ଗ୍ ପଦ୍ଧତି ତଥା ଆର୍ଥିକ ଠକେଇ ଓ ସାଇବର ଅପରାଧରୁ ସତର୍କ ରହିବାର ଗୁରୁତ୍ବ ସମ୍ପର୍କରେ ସଚେତନ କରାଯିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା। ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ଵର ଅଞ୍ଚଳର ସତର୍କତା ଅଧିକାରୀ ନୀରଜ କୁମାର ପ୍ରସାଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ବିଭିନ୍ନ ଗ୍ରାମୀଣ ଓ ଅର୍ଧ ସହରାଞ୍ଚଳ ଶାଖା ଅଂଶଗ୍ରହଣ କରିଥିଲେ। ଏହି ଅଭିଯାନ ମାଧ୍ଯମରେ ତୃଣମୂଳ ସ୍ତରରେ ସଚ୍ଚୋଟତା, ସ୍ଵଚ୍ଛତା, ଜନସଚେତନତା ଏବଂ ନୈତିକ ମୂଲ୍ୟବୋଧର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପ୍ରତି ବ୍ୟାଙ୍କର ପ୍ରତିବଦ୍ଧତାକୁ ପୁନର୍ବ୍ଯକ୍ତ କରାଯାଇଛି।
