ଭୁବନେଶ୍ୱର 27.10.2026 [ଆ.ଦୁ.ନ]: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ଵର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ଏକ “ ଓ୍ବାକାଥନ୍” ଆୟୋଜିତ ହୋଇଯାଇଛି। ଜନସାଧାରଣଙ୍କ ମଧ୍ୟରେ ସାଧୁତା, ସ୍ଵଚ୍ଛତା,ସଚ୍ଚୋଟତା ଏ ଏବଂ ନୈତିକ ଆଚରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା।
ଏହିୱାକାଥନ୍ ସହୀଦ ନଗର ଦୁର୍ଗା ପୂଜା ମଣ୍ଡପରୁ ଆରମ୍ଭ ହୋଇ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଯାଇ ପୁନର୍ବାର ଦୁର୍ଗା ପୂଜା ମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରିଥିଲା । ଏଥିରେ ବ୍ୟାଙ୍କର ବରିଷ୍ଠ ଅଧୂକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ । ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ମହାପ୍ରବନ୍ଧକ ସଞ୍ଜିବ ରଞ୍ଜନ ସହାୟ, ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଉପ-ଆଞ୍ଚଳିକ ମୁଖ୍ୟ ଶଙ୍କର ହେମ୍ବ୍ରମ୍, ଭୁବନେଶ୍ଵର କ୍ଷେତ୍ରର ଉପ-ମହାପ୍ରବନ୍ଧକ ତଥା କ୍ଷେତ୍ରୀୟ କ୍ଷେ ମୁଖ୍ୟ ତୁଷାର କାନ୍ତ କରଙ୍କ ସମେତ କ୍ଷେତ୍ରୀୟ କାର୍ଯ୍ୟାଳୟ ଓ ସ୍ଥାନୀୟ ଶାଖାର ବରିଷ୍ଠ ଅଧିକାରୀଗଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ସତର୍କତାର ବାର୍ତ୍ତା ପ୍ରସାର କରାଯିବା ସହିତ ବ୍ୟକ୍ତିଗତ ଓ ବୃଭିଗତ ଜୀବନଚେ ନରେ ସଚ୍ଚୋଟତା, ସାଧୁତା, ସ୍ଵଚ୍ଛତା ଓ ଦାୟିତ୍ୱବୋଧର ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଲୋକମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା। ଏଥ୍ ସହିତ ଦୁର୍ନୀତି ନିବାରଣ ଓ ସମାଜରେ ନୈତିକ ଆଚରଣକୁ ପ୍ରୋତ୍ସାହିତ କରିବାରେ ସାମୂହିକ ଦାର୍ଯ ଦାୟିତ୍ବର ଗୁରୁତ୍ବ ଉପରେ ମଧ୍ଯ ଆଲୋକପାତ କରାଯାଇଥିଲା। ଏହି ପଦକ୍ଷେପ ମାଧ୍ୟମରେ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସାଧୁତାକୁ ପ୍ରୋତ୍ସାହିତ କରିବା, ସତର୍କତା ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ଓ ଦୁର୍ନୀତିମୁକ୍ତ ସମାଜ ଗଠନ ଦିଗରେ ନିଜର ପ୍ରତିବଦ୍ଧତାକୁ ପୁନର୍ବାର ସୁନିଶ୍ଚିତ କରିଥିଲା ।
