କେନ୍ଦୁଝର30.10.2026 [ଆ.ଦୁ.ନି]: ଭିଜିଲାନ୍ସ ସଚେତନତା ସପ୍ତାହ–୨୦୨୬ ଅବସରରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, ଆଞ୍ଚଳିକ କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା। ଏହାକୁ ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ସତ୍ୟବ୍ରତ ନନ୍ଦ ପତାକା ଦେଖାଇ ଉଦ୍ଘାଟନ କରିଥିଲେ।
ଏହି ପଦଯାତ୍ରାରେ ଆଞ୍ଚଳିକ କାର୍ଯ୍ୟାଳୟ ସମେତ ନିକଟବର୍ତ୍ତୀ ବିଭିନ୍ନ ଶାଖାର କର୍ମଚାରୀମାନେ ଉତ୍ସାହର ସହ ଯୋଗଦେଇ ଆଞ୍ଚଳିକ କାର୍ଯ୍ୟାଳୟରୁ କେନ୍ଦୁଝର ମୁଖ୍ୟ ଶାଖା ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। କାର୍ଯ୍ୟକ୍ରମକୁ ଆଞ୍ଚଳିକ ଭିଜିଲାନ୍ସ ଅଧିକାରୀ ତଥା ପରିଚାଳନା ପ୍ରବନ୍ଧକ ଶ୍ରୀ ସୁଧାଂଶୁ ଶେଖର ସେଠୀ ସଂଯୋଜନା କରିଥିଲେ।
ସ୍ୱଚ୍ଛତା, ସଚ୍ଚୋଟତା, ନୈତିକତା ଓ ଦୁର୍ନୀତିମୁକ୍ତ ସମାଜ ଗଠନର ବାର୍ତ୍ତା ନେଇ ଏହି ପଦଯାତ୍ରା ଆୟୋଜିତ ହୋଇଥିଲା। ବ୍ୟାଙ୍କର ଏହି ଜନସଚେତନତାମୂଳକ ପଦକ୍ଷେପକୁ ସ୍ଥାନୀୟ ଜନସାଧାରଣ ଭୂୟସୀ ପ୍ରଶଂସା କରିଥିଲେ।
