ଭୁବନେଶ୍ଵର 14.11.2026 [ADN] : ବ୍ୟାଙ୍କ ଅଫ୍ ବରୋଦା, ରସୁଲଗଡ ଶାଖା ପକ୍ଷରୁ ଭୁବନେଶ୍ୱରସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲ, କଳିଙ୍ଗ ନଗର ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସତର୍କତା ସଚେତନତା ଅଭିଯାନ ୨୦୨୬ ଅନ୍ତର୍ଗତ ଆୟୋଜିତ ଚିତ୍ରାଙ୍କନ, ସ୍ଲୋଗାନ ଲିଖନ ଓ ସୃଜନଶୀଳ ଲେଖନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବନ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ଅଫ୍ ବରୋଦା ଭୁବନେଶ୍ଵର ମୁଖ୍ୟ ଶାଖାର ସହାୟକ ମହାପ୍ରବନ୍ଧକ ରାଜେଶ ପଶାୟତ, ରସୁଲଗଡ ଶାଖାର ଶାଖା ପ୍ରବନ୍ଧକ ସୁଶ୍ରୀ ପଟ୍ଟନାୟକ, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ସମୀକ୍ଷା ଓ ନିରୀକ୍ଷଣ ବିଭାଗର ଅଧ୍ବକାରୀ ରାଜାରାମ ସ୍ଵାଇଁ ଏବଂ ଭୁବନେଶ୍ବ କ୍ଷେତ୍ରୀୟ ନାର୍ଯ୍ୟାଳୟର ରାଜଭାଷା ବିଭାଗର ଅଧୂକାରୀ ଶିବମ କୁମାର ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ । ଏହି ଅବସରରେ ଡିଏଭି ପବ୍ଲିକ୍ ସ୍କୁଲ, କଳିଙ୍ଗ ନଗରର ଅଧ୍ଯକ୍ଷ ବଳରାମ ମହାପାତ୍ର ଏବଂ ବିଦ୍ୟାଳୟର ସ୍କୁଲ ମ୍ୟାନେଜମେଣ୍ଟ କମିଟି (ଏସ୍ଏମ୍ସି)ର ଚେୟାରମ୍ୟାନ୍ ଡଃ ଅରୁଣ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଏହି ଅବସ ଯୁବପିଢ଼ିଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧ, ରେ ବ୍ୟାଙ୍କ ଅଫ୍ ବରୋଦାର ପ୍ରତିବଦ୍ଧତାକୁ ଉତ୍ସବ ଏକ ଏକ ପ୍ରେରଣାଦାୟକ ପରିବେଶରେ ସମାପ୍ତ ହେବା ସହିତ ଯୁଗ୍ମ ସତର୍କତା ସଚେତନତା ଓ ସାମାଜିକ ଦାୟିତ୍ବବୋଧର ପ୍ରସାର ଦିଗରେ ପୁନର୍ବାର ପ୍ରତିପାଦିତ କରିଥିଲା । ଛାତ୍ରଛାତ୍ରୀ ମାନଙ୍କ ମନରେ ସତ୍ୟନିଷ୍ଠା, ବିକାଶ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଅଖଣ୍ଡତା ଓ ସ୍ଵଚ୍ଛତା ଭଳି ମହତ୍ ଗୁଣର ବିକାଶ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା l
