ଆଠଗଡ |ଭୁବନେଶ୍ୱର ୨୫/୧୦ [ଆ.ଦୁ.ନି]: ବର୍ଷିଆନ୍ ତଥା ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ଦାଶଙ୍କର ଗତ 25 ତାରିଖ ଭୋର ସାଢେ ୫ଟା ସମୟରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭ କୁ ୭୩ ବର୍ଷ ହୋଇଥିଲା ମୃତ୍ୟୁ ଶର୍ଯ୍ୟା ନିକଟରେ ତା ତାଙ୍କର ପତ୍ନୀ, ତିନି ପୁତ୍ର ଓ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ। ତାଙ୍କର ପୈତୃକ ଗ୍ରାମ ପାଞ୍ଚଗାଁ ଶ୍ମ ଶାନରେ ତାଙ୍କର ଅନ୍ତୋଷ୍ଟିକ୍ରୀୟା ସଂପନ୍ନ ହୋଇଛି। ତାଙ୍କର କନିଷ୍ଠ ପୁତ୍ର ମୁଖାଗ୍ମୀ ଦେଇଥିଲା। ତାଙ୍କ ମୃତ୍ୟୁର ଖବର ପାଇ ନ୍ୟାୟବତୀର ମ୍ୟାନେଜ ପ୍ରଭାତ କୁମାର ରଥ ଓ ସୁଦର୍ଶନ ବାରିକ ପାଞ୍ଚଗାଁରେ ପହଞ୍ଚି ସ୍ୱର୍ଗତ ଅରୁଣ କୁମାର ଦାଶଙ୍କୁ ଶେଷ ଦର୍ଶନ ସନ୍ତପ୍ତ କରିବା ସହିତ ଶୋକ ସନ୍ତପ ପରିବାରକୁ ସାନ୍ତ୍ଵାନl ଦେଇଥିଲେ । ତାଙ୍କର ବିୟୋଗରେ ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି ।
ସ୍ଵର୍ଗତ ଦାଶ ଓଡିଶାର ବହୁ ସମ୍ବାଦପତ୍ରରେ କାର୍ଯ୍ୟ କରିଥିଲେ। ସେ ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି ‘ସମ୍ବାଦ’ରେ ସାମ୍ବାଦିକତା ଜୀବନ ଆରମ୍ଭ କରି ଥିଲେ । ସେ ପର୍ଯ୍ୟବେକ୍ଷକ, ସକାଳ, ଯୁଗବର୍ତା,ଯୁଗାଦ୍ଧ, ଇପିଏ ଉଇକଲରେ କାର୍ଯ୍ୟ କରିଥିବା ମୁତ୍ୟୁ ପର୍ଯ୍ୟନ୍ତ “ ନ୍ୟାୟ ବତୀ ” ର ସମ୍ପାଦକୀୟ ବିଭାଗରେ କାର୍ଯ୍ୟକରୁଥିଲେ। ସେ ମଧ୍ୟ ଜଣେ ମୁକ୍ତବୃତ ସାମ୍ବାଦିକ ଭାବେ ସରକାରୀ ଅଧୂସ୍ଵୀକୃତି ପ୍ରାପ୍ତ ସାମ୍ବାଦିକ ଥିଲେ। ସେ ଅତ୍ୟନ୍ତ ସ୍ଵାଭିମାନୀ, ମେଳାପୀ, ବନ୍ଧୁ ବତ୍ସଳ ଥିଲେ। ସେ ଦୀର୍ଘ ବର୍ଷ ଧରି ବହୁମୂତ୍ର ଓ ଉଚ୍ଚ ରକ୍ତଚାପ ରେ ପିଡୀତ ଥିବା ସତ୍ତ୍ବେ ମୃତ୍ୟୁ ପର୍ଯ୍ୟନ୍ତ ଅତ୍ୟନ୍ତ ଚଳଚଞ୍ଚଳ ଥିଲେ। ଆଜି ଭୋର ସାଢେ ୫ ଘଟିକା ସମୟରେ ପ୍ରାଣ ତ୍ୟାଗ କରିଥିଲେ।
ତାଙ୍କର ବିୟୋଗରେ ନ୍ୟାୟବତୀର ସାମ୍ବାଦିକ ତଥା “ ଅମିତ ” ର ଅଧ୍ୟକ୍ଷ ଶ୍ରୀ ଅଧୀପ ନାରାୟଣ ମହାନ୍ତି ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଶୋକ ସନ୍ତପ୍ତ ପରିବାର ବର୍ଗକୁ ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ତାଙ୍କ ବିୟୋଗରେ ନ୍ୟାୟବତୀ, ଅମିତ ଓ ଇନଫୋଟେକ୍ ପରିବାରରେ ଶୋକର ଛାୟ ଖେଳିଯାଇଛି।
