କଟକ 3.10.2026 [ଆ.ଦୁ.ନି] : ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ, ଭିଜିଲାନ୍ସ ସେଲ୍ ପକ୍ଷରୁ ସତର୍କତା ସଚେତନତ ନତା ସପ୍ତାହ ଅବସରରେ ଏକ “ଓ୍ବାକାଥନ୍” (ପଦଯାତ୍ରା) ଆୟୋଜିତ ହୋଇଯାଇଛି।
ବ୍ୟାଙ୍କର କଟକ କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ବିବେକାନନ୍ଦ ଷଡଙ୍ଗୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କ୍ଷେତ୍ରୀୟ ଆସୁରାନ୍ସ ମୁଖ୍ୟ ସିଦ୍ଧାର୍ଥ ଦାସ, କ୍ଷେତ୍ରୀୟ ସତର୍କତା ଅଧୂକାରୀ ପ୍ରଭାକର ସାହୁ, ସମସ୍ତ ଭର୍ଟିକାଲ ମୁଖ୍ୟ, କ୍ଷେତ୍ରୀୟ କାର୍ଯ୍ୟାଳୟ, ଏସ୍ଏଲ୍ପି, ଆର୍ଏଲ୍ପିର କର୍ମଚାରୀଗଣ ତଥା ସ୍ଥାନୀୟ ଶାଖାର ଶାଖା ମୁଖ୍ୟ ଏବଂ କର୍ମଚାରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ଅଂଶଗ୍ରହଣକାରୀମାନେ ସତର୍କତା ସମ୍ପର୍କୀତ ବ୍ୟାନର ଓ ପ୍ଲାକାର୍ଡ ପ୍ରଦର୍ଶନ କରି ସାଧାରଣ ଲୋକଙ୍କ ମଧ୍ୟରେ ସଚ୍ଚୋଟତା, ସାଧୁତା, ସ୍ଵଚ୍ଛତା ଓ ଦୁର୍ନୀତି ନିବାରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ। ଏଥ୍ ସହିତ ଦୁର୍ନୀତି ନିବାରଣ ଓ ସମାଜରେ ନୈତିକ ଆଚରଣକୁ ପ୍ରୋତ୍ସାହିତ କରିବାରେ ସାମୂହିକ ଦାୟିତ୍ବର ଗୁରୁତ୍ଵ ଉପରେ ମଧ୍ଯ ଆଲୋକପାତ କରାଯାଇଥିଲା। ଏହି ପଦକ୍ଷେପ ମାଧ୍ଯମରେ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସାଧୁତାକୁ ପ୍ରୋତ୍ସାହିତ କରିବା, ସତର୍କତା ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ଓ ଦୁର୍ନୀତିମୁକ୍ତ ସମାଜ ଗଠନ ଦିଗରେ ନିଜର ପ୍ରତିବଦ୍ଧତାକୁ ପୁନର୍ବାର ସୁନିଶ୍ଚିତ କରିଥିଲେ ।
