ଭୁବନେଶ୍ୱର3.10.2026 [ଆ.ଦୁ.ନି] : କାନାରା ବ୍ୟାଙ୍କ, ମଣ୍ଡଳ କାର୍ୟାଳୟ ଭୁବନେଶ୍ୱର ପକ୍ଷରୁ ଚତୁର୍ଥ କ୍ରିକେଟ୍ ପ୍ରିମିୟର ଲିଗ୍ (CPL-4) ତା ୦୧ ନଭେମ୍ବର ୨୦୨୬ ରିଖରେ ଭୁବନେଶ୍ୱରସ୍ଥିତ ଇଷ୍ଟ କୋଷ୍ଟ ରେଲୱେ ଷ୍ଟାଡିୟମ୍ ଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଥିଲା।
ଏହି କ୍ରୀଡ଼ା ଉତ୍ସବର ଶୁଭ ଉଦ୍ଘାଟନ କାନାରା ବ୍ୟାଙ୍କର ମହାପ୍ରବନ୍ଧକ ସୁବୋଧ କୁମାର ମଲ୍ଲିକଙ୍କ ଦ୍ୱାରା କରାଯାଇଥିଲା। ଉଦ୍ଘାଟନୀ ସମାରୋହରେ ପାଞ୍ଚଟି କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ପ୍ରବନ୍ଧକ ଏବଂ ବ୍ୟାଙ୍କର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କାର୍ଯ୍ୟନିର୍ବାହୀମାନେ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ କାନାରା ବ୍ୟାଙ୍କ ମଣ୍ଡଳ କାର୍ୟାଳୟ ଭୁବନେଶ୍ୱର ଏବଂ ଅଧୀନସ୍ଥ କ୍ଷେତ୍ରୀୟ କାର୍ଯ୍ୟାଳୟର କର୍ମଚାରୀମାନେ ଉତ୍ସାହର ସହ କ୍ରିକେଟ୍ ଓ ବ୍ୟାଡମିଣ୍ଟନ୍ ଖେଳରେ ଅଂଶଗ୍ରହଣ କରିଥିଲେ। ଉଭୟ କ୍ରୀଡ଼ାରେ ଖେଳାଳିମାନେ ଉଚ୍ଚକୋଟୀର ପ୍ରଦର୍ଶନ କରିବା ସହିତ ଦଳଗତ ଭାବନା, ଶୃଙ୍ଖଳା ଓ କ୍ରୀଡ଼ା ମନୋଭାବର ପରିଚୟ ଦେଇଥିଲେ।
ପ୍ରତିଯୋଗିତାରେ କ୍ରିକେଟ୍ ବିଭାଗରେ ଭୁବନେଶ୍ୱର ମଣ୍ଡଳ କାର୍ୟାଳୟ ଦଳ ବିଜୟୀ ହୋଇଥିବା ବେଳେ ବ୍ୟାଡମିଣ୍ଟନ୍ ବିଭାଗରେ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ଦଳ ବିଜୟୀ ହୋଇଥିଲା। ଏହି କ୍ରୀଡ଼ା ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବ୍ୟାଙ୍କର ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ମଧ୍ୟରେ ଏକତା, ସମନ୍ୱୟ, ସହଯୋଗ ଓ ଦଳଗତ ମନୋଭାବକୁ ସୁଦୃଢ଼ କରିବା। ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ଓ ଉତ୍ସାହପୂର୍ଣ୍ଣ ସହଯୋଗରେ CPL-4 ଏକ ସଫଳ ଓ ସ୍ମରଣୀୟ କ୍ରୀଡ଼ା ଉତ୍ସବରେ ପରିଣତ ହୋଇଥିଲା।
