ବ୍ରହ୍ମପୁର 4.11.2026 [ଆ.ଦୁ.ନି] : ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ,ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ (RO) ଅଧୀନସ୍ଥ ତୁଳୁ ଶାଖା ଦ୍ୱାରା ଆୟୋଜିତ ‘ଆର୍ଥିକ ଅନ୍ତର୍ଭୁକ୍ତିକରଣ (Financial Inclusion) ସାଚୁରେସନ୍ ମେଗା କ୍ୟାମ୍ପ’ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ଜୋନାଲ୍ ହେଡ୍, FIDD (RBI) ର ଜେନେରାଲ୍ ମ୍ୟାନେଜର, ଆଞ୍ଚଳିକ ମୁଖ୍ୟ (ବ୍ରହ୍ମପୁର), ରଙ୍ଗେଇଲୁଣ୍ଡା ବ୍ଲକର ବିଡିଓ (BDO) ଏବଂ ଗଞ୍ଜାମର ଏଲଡିଏମ୍ (LDM – ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର) ଉପସ୍ଥିତ ଥିଲେ। ବ୍ୟାଙ୍କର ପ୍ରାୟ ୫୦୦ରୁ ଅଧିକ ଗ୍ରାହକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
