ଭୁବନେଶ୍ୱର 10.11.2026 [ଆ.ଦୁ.ନି] : ଟାଟା ପାୱାର ଓଡ଼ିଶା ଡିସକମର ଠିକା କର୍ମଚାରୀଙ୍କୁ ନଭେମ୍ବର ୧୫ ସୁଧା ଅଫିସ କାର୍ଯ୍ୟାରେ ଯୋଗଦେବାସହ ଆନ୍ଦୋଳନରୁ ନିବୃତ ରହିବାକୁ ସିଇଓ ଗଜାନନ୍ଦ କଳୀଆ ଅନୁରୋଧ କରିଛନ୍ଥି l
ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସିଇଓ କହିଛନ୍ତି କମ୍ପାନୀ ପକ୍ଷରୁ ସମସ୍ତ ୩୭୪ କର୍ମଚାରିଙ୍କୁ ପୁନର୍ବାର ନିଯୁକ୍ତି ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ଏଥିସହିତ ସମସ୍ତ ଠିକା କର୍ମଚାରୀ ଯଥାଶୀଘ୍ର କାର୍ଯ୍ୟାରେ ଯୋଗ ଦିଅନ୍ତୁ ବୋଲି ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି l
ସେ କହିଛନ୍ତି ଟାଟା ପାୱାର ଓଡ଼ିଶା ଡିସକମ୍ ସମଗ୍ର ଓଡ଼ିଶାରେ ପ୍ରାୟ ୧ କୋଟି ଗ୍ରାହକଙ୍କୁ ସେବା ଯୋଗାଉଛି। ବିଗତ ୬ ବର୍ଷ ମଧ୍ୟରେ ବିଦ୍ୟୁତ୍ ବିତରଣ କ୍ଷତି ହ୍ରାସ ପାଇଛି ଏବଂ ସୁରକ୍ଷା ତଥା ଗ୍ରାହକ ସେବାରେ ଉନ୍ନତି ଆସିଛି, ଯେତେବେଳେ କି ଉପଭୋକ୍ତାଙ୍କ ବିଦ୍ୟୁତ୍ ଶୁଳ୍କ ଅପରିବର୍ତ୍ତିତ ରହିଛି।
ଉପଭୋକ୍ତାଙ୍କ ସଂଖ୍ୟା ଏବଂ ବିଦ୍ୟୁତ୍ ଚାହିଦା ବହୁଗୁଣ ବୃଦ୍ଧି ପାଇବା ଯୋଗୁଁ, ଟିପିସିଓଡିଏଲ ରେ ଠିକା କର୍ମଚାରୀଙ୍କ ସଂଖ୍ୟା ୨୦୨୦ ମସିହାରେ ପ୍ରାୟ ୬,୦୦୦ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ପ୍ରାୟ ୧୫,୩୦୦ ରେ ପହଞ୍ଚିଛି। ସମସ୍ତ ଡିସକମ୍ରେ ଏହି ସମୁଦାୟ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇ ୫୫,୦୦୦ ରୁ ଅଧିକ ଠିକା କର୍ମଚାରୀ ହୋଇଛି। ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ କୌଣସି ଠିକା କର୍ମଚାରୀଙ୍କୁ ଛଟେଇ କରାଯାଇ ନାହିଁ।
ପ୍ରାୟ ୧୫,୩୦୦ ଠିକା କର୍ମଚାରୀଙ୍କ ମଧ୍ୟରୁ କେବଳ ୩୭୪ ଜଣଙ୍କୁ ପୁନଃ ନିୟୋଜନ ପାଇଁ ଚିହ୍ନଟ କରାଯାଇଛି, ଯେଉଁଥିରୁ ପ୍ରାୟ ୨୦୦ ଜଣ କର୍ମଚାରୀ ପୂର୍ବରୁ ହିଁ ନୂତନ ସ୍ଥାନକୁ ଯାଇସାରିଛନ୍ତି।,କର୍ମଚାରୀମାନଙ୍କୁ ୧୫ ନଭେମ୍ବର ୨୦୨୬ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି। ଯେଉଁମାନେ ଫେରିବାକୁ ଚାହୁଁଛନ୍ତି, ସେମାନେ ଯୋଗ ଦେଇପାରିବେ। ଯେଉଁଠାରେ କର୍ମଚାରୀ ଅନୁପସ୍ଥିତ ରହିବେ, ସେଠାରେ ଓଡ଼ିଶାର ଲୋକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇବା ନିମନ୍ତେ ବିଜନେସ୍ ଆସୋସିଏଟ୍ ମାନେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ।
