ଭୁବନେଶ୍ୱର 20.11.2026 [ଆ.ଦୁ.ନି] : ଶୁକ୍ରବାର ସକାଳେ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଥିବା ‘ଅକଭାନ୍’ (Akvan) ବାତ୍ୟା କାରଣରୁ ଓଡ଼ିଶା ବିଧାନସଭା ନଭେମ୍ବର ୨୩ ସୋମବାର 10.30 ପର୍ଯ୍ୟନ୍ତ ସ୍ଥଗିତ ରଖିବ।କୁ ସର୍ବଦଳିୟ ବୈଠକରେ ନିଷ୍ପତି ନିଆଯାଇଛି l ଆଜି ବିଧାନସଭାରେ ବାଚସ୍ପତି ସୁରମା ପାଢ଼ୀ ଏହି ଘୋଷଣା କରିଛନ୍ତି। ରାଜ୍ୟରେ ବାତ୍ୟାଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ସର୍ବଦଳୀୟ ବୈଠକରେ ନିଷ୍ପତି ନିଆଯାଇଛି, ଏବଂ ବିଧାୟକ ମାନେ ନିଜ ନିଜ ଅଂଚଳରେ ତୁରନ୍ତ ପାହିଂଚିବାକୁ ନିଷ୍ପତି ନିଆଯାଇଛି l ଏହା ପୂର୍ବରୁ ଶୁକ୍ରବାର ଦିନ, ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଗୃହର କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିଲା । ବିରୋଧୀ ଦଳର ବିଧାୟକମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ଲାକାର୍ଡ ପ୍ରଦର୍ଶନ କରିବା ସହ ସ୍ଲୋଗାନ ଦେଇ ପ୍ରତିବାଦ କରିଥିଲେ। ଏହି ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ଗୃହର କାର୍ଯ୍ୟକ୍ରମକୁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ବିଜୁ ଜନତା ଦଳର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ବନ୍ୟା ପରିସ୍ଥିତିକୁ ଫଳପ୍ରଦ ଭାବରେ ମୁକାବିଲା କରିପାରି ନାହାନ୍ତି । ଅନ୍ୟପକ୍ଷରେ, କଂଗ୍ରେସ ସଦସ୍ୟମାନେ ‘କୋଟିଆ’ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଦାବି କରିଥିଲେ।
