ଭୁବନେଶ୍ଵର ୨୦–୧ ୧ – ୨୦ ୨୬ [ଆ.ଦୁ.ନି] :ଏମ୍ଏସ୍ଏମ୍ଇ ଗୁଡିକ ଭାରତୀୟ ଅର୍ଥନୀତିର ପ୍ରମୁଖ ମେରୁଦଣ୍ଡ, ଯାହା ନିଯୁକ୍ତି, ନବସୃଜନ ଓ ରୋଜଗାର ସୃଷ୍ଟି ଦିଗରେ ଗୁରୁତ୍ଵପୂର୍ଣ ଯୋଗଦାନ ଦିଅନ୍ତି। ସେମାନ ମାନଙ୍କ ନିରନ୍ତର ଅଭିବୃଦ୍ଧି ଏବଂ ପ୍ରତିଯୋଗିତାମୂଳକତାକୁ ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ଓ ବିଭିନ୍ନ ଆର୍ଥିକ ସଂସ୍ଥାଗୁଡିକ ପକ୍ଷରୁ ବିଭିନ୍ନ ପ୍ରକାରର ଯୋଜନା ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସାରା ଦେଶରେ ଏସ୍ଏସ୍ଏମ୍ଇ କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏମ୍ ସ୍ଏସ୍ ସ୍ଏମ୍ଇ ଉଦ୍ୟୋଗଗୁଡିକୁ ସମୟୋପଚିତ ଋଣ, ଆର୍ଥିକ ସହାୟତା ଓ କ୍ଷେତ୍ର ଉପଯୋଗୀ ସମାଧାନ ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବା ସହ ବିସ୍ତାରିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ଵର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏକ ମେଗା ଏସ୍ଏସ୍ଏମ୍ଇ କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଭୁବନେଶ୍ୱରର ପିପୁଲ କନ୍ଭେନ୍ସନ୍ଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡିଆଇସି ମହାପ୍ରବନ୍ଧକ ସମୁଚିତା ମଲ୍ଲିକ ଏବଂ ଭୁବନେଶ୍ଵର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ରାକେଶ କୁମାର ସିଂଙ୍କ ସମେତ ବ୍ୟାଙ୍କର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ଏମ୍ଏସ୍ଏମ୍ଇ ବିଭିନ୍ନ ହିତାଧୂକାରୀଙ୍କୁ ଏମ୍ସ୍ଏସ୍ଏମ୍ଇ ଗୁଡିକୁ ରିବାସହ ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ସୁଧାର ଆଣିବାରେ ନିଜର ଦୃଢ ପ୍ରତିବଦ୍ଧତାକୁ ବଜାୟ ରଖିଛି । ଏହି କାର୍ଯ୍ୟକ୍ରମରେ ଡେଫ୍ ଦାବି, ଉଦ୍ୟମ ପଞ୍ଜୀକରଣ, ସିକେୱାଇସିର ଉପକାରିତା, ରିକେୱାଇସି ଏବଂ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ମଧ୍ୟ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଦ୍ୟୋଗୀ ଏବଂ ସମ୍ଭାବ୍ୟ ଗ୍ରାହକମାନେ ଉପସ୍ଥିତ ଥିଲେ | ଏହି ଅବସରରେ ୯୦ କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ବଣ୍ଟନ କରାଯାଇଥିଲା |
