ଭୁବନେଶ୍ଵର, ନଭେମ୍ବର ୨୧ [ଆ.ଦୁ.ନି] : କୃତ୍ରିମ ବୁଦ୍ଧିମତା (ଏଆଇ) ଜୀବନର ପ୍ରାୟ ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରୁଥିବା ବେଳେ ଆଗାମୀ ଦିନରେ ଆସିବାକୁ ଥିବା ‘ଫଜିକାଲ୍ ଏଆଇ’ ବା ଭୌତିକ କୃତ୍ରିମ ବୁଦ୍ଧିମତା ଚିନ୍ତନଶୀଳ ଯନ୍ତ୍ରର ଯୁଗରେ ଏକ ବୈପ୍ଳବିକ ପରିବର୍ତନ ଆଣିବ ବୋଲି ଜଣେ ବିଶିଷ୍ଟ ଶିକ୍ଷାବିତ୍ ମତବ୍ୟକ୍ତ କରିଛନ୍ତି। ଏଆଇର ପ୍ରଥମ ପର୍ଯ୍ୟାୟ କେବଳ ସ୍କ୍ରିନ୍ ମଧ୍ୟରେ ସୀମିତ ଥିଲା । ଏହା ଶବ୍ଦ, ଛବି ଓ ସଂଖ୍ୟା ସହ କାମ କରୁଥିଲା । କିନ୍ତୁ ଫଜିକାଲ୍ ଏଆଇ ସ୍କ୍ରିନ୍ରୁ ବାହାରି ବାସ୍ତବ ଦୁନିଆକୁ ପ୍ରବେଶ କରିବ । ଏହା ହେଉଛି ହାତ, ଚକ ଓ ତେଣା ଥିବା ଏଆଇ । ଏହା ଦେଖିପାରିବ, ଅନୁଭବ କରିପାରିବ, ଗତି କରିପାରିବ ଏବଂ ଭୌତିକ ବସ୍ତୁ ଉପରେ କାର୍ଯ୍ୟ କରିପାରିବ,’ ବୋଲି ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ)ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଟି.ଜି. ସିତାରମ କହିଛନ୍ତି। ବର୍ତମାନ ଏଆଇ କୋଡ୍ ଲେଖିବା, ଆଇନଗତ ଯୁକ୍ତି ପ୍ରସ୍ତୁତ କରିବା, ଏମ୍ଆଇ ଗାନ୍ ପଢ଼ିବା, ଔଷଧ ପାଇଁ ନୂତନ ଅଣୁର ଡିଜାଇନ୍ କରିବା, ଭାରତୀୟ ଭାଷାଗୁଡ଼ିକରେ ପ୍ରଶ୍ନର ଉତର ଦେବା ସହ ନିଜେ ଅନେକ କାର୍ଯ୍ୟ ସମ୍ପାଦନ କରିପାରୁଛି । କିନ୍ତୁ ଏଆଇର ପରବର୍ତୀ ପର୍ଯ୍ୟାୟ ‘ଫିଜିକାଲ୍ ଏଆଇ ଭାରତକୁ ଏହି ବିପ୍ଳବର ନେତୃତ୍ବ ନେବା ସ୍ଥିତିକୁ ନେଇଯାଇ ପାରିବ ବୋଲି ପ୍ରଫେସର ସତାରାମ କହିଛନ୍ତି । ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ଵବିଦ୍ୟାଳୟର ସପ୍ତମ ସମାବର୍ତନ ଉତ୍ସବରେ ଅଭିଭାଷଣ ପ୍ରଦାନ କରି ସେ ଏହା କହିଥିଲେ । ପିଏଚ୍ଡି ଡିଗ୍ରୀଧାରୀ, ବର୍ଣ୍ଣପଦକ ବିଜେତା, ଛାତ୍ରଛାତ୍ରୀ, ଗବେଷକ ଓ ଅଧ୍ୟାପକମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, ଦୀର୍ଘ ଦଶନ୍ଧି ଧରି ଡିଜିଟାଲ୍ ବିପ୍ଳବ ତଥ୍ୟ ଓ ଡିଜିଟାଲ୍ ସୂଚନାର ରୂପାନ୍ତର କରିଆସିଛି । କିନ୍ତୁ ଫିଜିକାଲ୍ ଏଆଇ ରାସ୍ତାଘାଟ, କାରଖାନା, କୃଷି କ୍ଷେତ୍ର, ଡାକ୍ତରଖାନା ଓ ଗୃହଗୁଡ଼ିକୁ ପରିବର୍ତିତ କରିବ। ଏପରି ଏକ ସର୍ଜିକାଲ୍ ରୋବୋଟ ବିଷୟରେ ଚିନ୍ତା ଜଗରୁ, ଯାହା ଅସ୍ତ୍ରୋପଚାର ସମୟରେ ଡାକ୍ତରଙ୍କ ହାତକୁ ସ୍ଥିର ରଖୁବାରେ ସହାୟତା କରିବ । ଏକ ଡ୍ରୋନ୍ ଚାଷୀଙ୍କୁ ତାଙ୍କ ଜମିର କେଉଁ ଅଂଶରେ ପାଣି ଆବଶ୍ୟକ ତାହା ଜଣାଇବ । ଏକ ରୋବୋଟ୍ ସେତୁ, ବନ୍ଧ କିମା ସୁତ୍ରଙ୍ଗରେ ଫାଟ ସୃଷ୍ଟି ହୋଇ ବଡ଼ ବିପର୍ଯ୍ୟୟ ଘଟିବା ପୂର୍ବରୁ ତାହା ସାଂଚ କରିପାରିବ ବା ଏକ ସ୍ମାର୍ଟ ଗୁଡ ଯାହା ଗୋଟିଏ ରାଜ୍ୟରେ ସୌରଶକ୍ତିର ସନ୍ତୁଳିତ ବଂଟନ କରିପାରିବ’। ସୋଆର କୁଳାଧୂପତି ପ୍ରଫେସର ଅମିତ ବାନାର୍ଜୀ ଏହି ସମାବର୍ତନ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଉତ୍ସବରେ ୨୨୪ ଜଣ ଗବେଷକଙ୍କୁ ପିଏଚ୍କି ଡିଗ୍ରୀ ଏବଂ ଅନ୍ୟ ୨୬୬ ଜଣ ଛାତ୍ରଛାତ୍ରୀଙ୍କୁ ସର୍ଣପଦକ ପ୍ରଦାନ କରାଯାଇଥିଲା । ସୋଆର କୁଳପତି ପ୍ରଫେସର ପ୍ରଦୀପ କୁମାର ନନ୍ଦ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଅବସରରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କାନାଡା ସ୍ଥିତ ୟୁନିଭର୍ସିଟି ଅଫ୍ ୱାଟରଲୁର ବୈଜ୍ଞାନିକ ପ୍ରଫେସର ବାସୁଦେବନ ଲକ୍ଷ୍ମୀନାରାୟଣନନ୍ଙ୍କୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟର ଅଫ୍ ସାଇନ୍ତି ଉପାଧ ପ୍ରଦାନ କରାଯାଇଥିଲା। ଶତାବ୍ଦୀ ଧରି ଶିକ୍ଷାର ଅର୍ଥ ଥିଲା ମନରେ ଜ୍ଞାନ ସଂଚୟ କରି ରଖୁବା । କିନ୍ତୁ ଆଜି ଯେ କୌଣସି ତଥ୍ୟ କେବଳ କିଛି ସେକେଶ ମଧ୍ୟରେ ମିଳିଯାଉଛି ଏବଂ ଏଆର କିଛି ମିନିଟ୍ରେ ଏକ ବିଶାଳ ପୁସ୍ତକାଳୟର ସାରାଂଶ ପ୍ରସ୍ତୁତ କରିପାରୁଛି । ତେଣୁ ଶିକ୍ଷାର ମୂଲ୍ୟ ଏବେ ଆପଣ କ’ଣ ଜାଣିଛନ୍ତି ତାହାଠାରୁ ଫୁଟି ଆପଣ ଜାଣିଥିବା ନିଜ ଜ୍ଞାନକୁ କିପରି ବ୍ୟବହାର କରୁଛନ୍ତି, ସେଥିରେ ପରିବର୍ତିତ ହେଉଛି,’ ବୋଲି ପ୍ରଫେସର ସିତାରମ ଛାତ୍ରଛାତ୍ରୀ ଓ ଗବେଷଜମାନଙ୍କୁ କହିଥିଲେ । ଇଞ୍ଜିନିୟରିଂ ଓ ମେଡିସନ୍, ଆଇନ୍ ଓ ପ୍ରଯୁକ୍ତିବିଦ୍ୟା ଓ କୃଷି ଓ ତାଟା ସାଇନ୍ତି ମଧ୍ୟରେ ଥିବା ପାରମ୍ପରିକ ସୀମାରେଖା ଧୀରେ ଧୀରେ ଲୋପ ପାଉଛି ବୋଲି ସେ କହିଥିଲେ । ‘ଆପଣମାନଙ୍କ ଜୀବନ କାଳର ସବୁଠାରୁ ବଡ଼ ଆବିଷ୍କାର ସେହିମାନଙ୍କ ଦ୍ବାରା ହେବ, ଯେଉଁମାନେ କି ଏକ ସମୟରେ ଦୁଇଟି ଭିନ୍ନ କ୍ଷେତ୍ରରେ ଠିଆ ହୋଇ ଚିନ୍ତା କରିପାରିବେ’ ବୋଲି ସେ କହିଥିଲେ । ଏହି ବିକାଶ ତାଙ୍କୁ କାହିଁକି ଉତ୍ସାହିତ କରୁଛି, ତାହା ବ୍ୟାଖ୍ୟା କରି ପ୍ରଫେସର ସିତାରାମ କହିଥିଲେ ଯେ ଦୀର୍ଘ ଦଶନ୍ଧି ଧରି ଡିଜିଟାଲ ବିପ୍ଳବ କେବନ ଡିଜିଟାଲ୍ ତଥ୍ୟର ରୂପାନ୍ତରେ କରିଆସିଛି । କିନ୍ତୁ ଫିଜିକାଲ୍ ଏଆଇର ଆଗମନ ସହିତ ଭାରତ ଏହି ବିପ୍ଳବର ନେତୃତ୍ବ ନେବାର ସୁଯୋଗ ପାଇଛି । ଭାରତର ବିଶାଳ ଉତ୍ପାଦନ କ୍ଷମତା, ଲକ୍ଷ ଲକ୍ଷ ଚାଷୀ, ବ୍ୟାପକ ଭିତିଭୂମିର ଆବଶ୍ୟକତା ଏବଂ ଯୁବ ପ୍ରତିଭା ଏହି କ୍ଷେତ୍ରରେ ଦେଶକୁ ଆଗୁଆ କରିପାରିବେ । ଭାରତ କେବଳ ଏହି ବିପ୍ଳବର ଉପଭୋକ୍ତା ନ ହୋଇ ଏହାର ନେତୃତ୍ବ ନେଇପାରିବ ବୋଲି ସେ ଆଶା ପ୍ରକାଶ କରଥିଲେ । ଡକ୍ଟରେଟ ଡିଗ୍ରୀ ହାସଲ କରିଥିବା ଗବେଷକମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ, “ଆପଣଙ୍କ ଡିଗ୍ରୀ ଶିକ୍ଷାର ଶେଷ ସୋପାନ ନୁହେଁ । ଏହା ନିରନ୍ତର ଶିକ୍ଷା ପାଇଁ ଏକ ଅନୁମତିପତ୍ର । ଏହି କ୍ୟାମ୍ପସରୁ ଆପଣ ଯେଉଁ ସବୁ ଗୁରୁତ୍ବପୂର୍ଣ ଦକ୍ଷତା ନେଇ ଯାଉଛିନ୍ତି, ତାହା ହେଉଛି ଜୀବନ ସାରା ଶିଖୁବା, ପୁରୁଣା ଜ୍ଞାନକୁ ଭୁଲିବା ଏବଂ ନୂତନ ଜ୍ଞାନ ଆହରଣ କରିବାର କ୍ଷମତା’।
ସମାନ ମତ ପୋଷଣ କରି ସୋଆର କୁନାଧିପତି ପ୍ରଫେସର ବାନାର୍ଜୀ କହିଥିଲେ ଯେ ଏଆଇ ଯୁଗରେ ବିଫଳ ହେବାର ଦୁଇଟି ଉପାୟ ରହିଛି । ପ୍ରଥମଟି ହେଉଛି ଏଆଇକୁ ଅଣଦେଖା କରିବା । ଦ୍ବିତୀୟଟି ହେଉଛି ଏହାର ସହଜତାରେ ଆକର୍ଷିତ ହୋଇ ଏହା ଉପରେ ସମ୍ପୂର୍ଣ ନିର୍ଭରଶୀଳ ହୋଇଯିବା ଯାହା ଅଧୁକ ବିପଜ୍ଜନକ । ଏଆଇକୁ ଯଦି ଆପଣଙ୍କ ପାଇଁ ପଢ଼ିବାକୁ, ଲେଖିବାକୁ ଏବଂ ଧୀରେ ଧୀରେ ଚିନ୍ତା କରିବାକୁ ମଧ୍ୟ ଅନୁମତି ଦେବେ, ତେବେ ଦିନେ ଆପଣଙ୍କ ନିଜ ମସ୍ତିଷ୍କ ଚିନ୍ତା କରିବା ବନ୍ଦ କରିଦେବ ବୋଲି ସେ କହିଥିଲେ, ଏହାକୁ ଅତିକ୍ରମ କରିବାର ଉପାୟ ହେଉଛି ଏଆଇକୁ ଭଲ ଭାବରେ ଶିଖୁବା, ସାହସର ସହ ଏହାର ବ୍ୟବହାର କରିବା ଏବଂ ପରେ ଏହାଠାରୁ ଉପରକୁ ଉଠିବା ବୋଲି ପ୍ରଫେସର ବାନାର୍ଜୀ
କୁଳାଧୂପତି ପ୍ରଫେସର ବାନାର୍ଜୀ ଛାତ୍ରଛାତ୍ରୀଙ୍କୁ ଉନ୍ନତ ପ୍ରଶ୍ନ ପଚାରିବା, ମୌଳିକ ଚିନ୍ତାଧାରା ପାଇଁ ସାହସ ଦେଖାଇବା, ସତ୍ୟର ସୁରକ୍ଷା କରିବା ଏବଂ ଏଆଇକୁ ଏକ ଉପକରଣ ଭାବେ ବ୍ୟବହାର କରିବାକୁ କହି ଏହା ଉପରେ ନିର୍ଭରଶୀଳ ନ ହେବାକୁ ସତର୍କ କରାଇଥିଲେ । ସେ କହିଥିଲେ ଯେ ଜଳବାୟୁ ପରିବର୍ତନ, ଜନ ସାସ୍ଥ୍ୟ, ଦାରିଦ୍ର୍ୟ ଓ ଅସମାନତା କେବଳ ବୈଷୟିକ ସମସ୍ୟା ନୁହେଁ, ଏଗୁଡ଼ିକ ମାନବୀୟ ସମସ୍ୟା ମଧ୍ୟ । କୌଣସି ଆଲଗୋରିଥୁମ ମଣିଷର ମର୍ଯ୍ୟାଦା, ଯନ୍ତ୍ରଣା ଓ ଆଶା ପ୍ରତି ଆମର ସମ୍ବେଦନଶୀଳତାର ବିକଳ୍ପ ହୋଇପାରିବ ନାହିଁ । ବିବେକ ବିନା ଦକ୍ଷତା ବିପଜନକ ଏବଂ କରୁଣା ବିନା ବୁଦ୍ଧିମତା ଅସମ୍ପୂର୍ଣ । ସୋଆର କୁଳପତି ପ୍ରଫେସର ନନ୍ଦ ତାଙ୍କ ବିବରଣୀରେ କହିଥିଲେ ଯେ ସାମାଜିକ ଅନ୍ତର୍ଭୁର୍ତ୍ତିକୁ ଗୁରୁତ୍ବ ଦେଉଥିବା ଦେଶର ଅଗ୍ରଣୀ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ସ୍ଥାନ ପାଇବା ସୋଆର ଲକ୍ଷ୍ୟ । ଗୁଣାତ୍ମକ ଶିକ୍ଷାଦାନ ଓ ଅଭିନବ ଗବେଷଣା ମାଧ୍ୟମରେ ଭବିଷ୍ୟତ ପିଢ଼ିକୁ ପ୍ରସ୍ତୁତ କରିବା ଦିଗରେ ବିଶ୍ଵବିଦ୍ୟାଳୟ କାର୍ଯ୍ୟ କରୁଛି ।
ଏହି ସମାବର୍ତନ ଉତ୍ସବରେ ସୋଆର ଉପକୂଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଅନ୍ୟ ଉପକୂଳପତି, ବିଭିନ୍ନ ଅନୁଷ୍ଠାନର ତିନ୍, ନିର୍ଦ୍ଦେଶକ, ଅଧ୍ୟାପକ ଓ ବିଶ୍ଵବିଦ୍ୟାଳୟର ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।
