ମୁମ୍ବାଇ/ ଭୁବନେଶ୍ୱର 3-11-25 (ଆ.ଦୁ.ନିଉଜ) ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ଏହାର – ୨୭,୫୦୦ କର୍ମଚାରୀଙ୍କୁ ଇମେଲ ମାଧ୍ୟମରେ କହିଛନ୍ତି କମ୍ପାନି ଭାରତର ସମୃଦ୍ଧ ଐତିହ୍ୟରେ ମୂଳଦୁଆ ହୋଇଥିବା ବେଳେ ଏହାର ସ୍ଥାୟୀ ମୂଲ୍ୟବୋଧ ଉପରେ ନିର୍ମିତ ହୋଇଥିବାରୁ ଅପାର ଗର୍ବ ଗୌରବ ଅନୁଭବ କରୁଛି ଏବଂ ଦେଶର ଜୀବନ୍ତ ପରମ୍ପରାଗୁଡ଼ିକ ଦ୍ବାରା ପ୍ରତିଦିନ ପ୍ରେରିତ ହୋଇଥାଏ। ଇମେଲର ଏକ ନକଲ ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
ସାମାଜିକ ଗଣମାଧ୍ୟମରେ ସମ୍ପ୍ରତି ଚର୍ଚ୍ଚାଗୁଡ଼ିକ ଦୃଢ଼ ଭାବାବେଗ ସୃଷ୍ଟି କରିଛି ଯାହାକୁ ଆମେ ଗଭୀର ଭାବରେ ବୁଝିଛୁ ଏବଂ ସମ୍ମାନ କରୁ । କିନ୍ତୁ କେତେକ ଅନଲାଇନ ବର୍ଣ୍ଣନାଗୁଡ଼ିକ ଏକ ଅତୀତ ମାର୍କେଟିଂ ଯୋଗଦାନର ଉଦ୍ଦେଶ୍ୟ ଏବଂ ପ୍ରସଙ୍ଗ ବିଷୟରେ ଅସମ୍ପୂର୍ଣ୍ଣ କିମ୍ବା ବିଭ୍ରାନ୍ତିକର ପ୍ରଚାର କରିଛି ଯାହା ଆମର ପ୍ରକୃତ ନୈତିକତା କିମ୍ବା ଆମକୁ ପଥପ୍ରଦର୍ଶନ କରୁଥିବା ନୀତିଗୁଡ଼ିକୁ ପ୍ରତିଫଳିତ କରୁନଥିବା ଧାରଣାଗୁଡ଼ିକୁ ନେଇ ଆସିଛି ବୋଲି କମ୍ପାନି ଏହାର କର୍ମଚାରୀଙ୍କୁ ପଠାଇଥିବା ଇମେଲରେ କହିଛି। ଏହା କମ୍ପାନି ବିରୁଦ୍ଧରେ ଏହାର ସାମାଜିକ ଗଣମାଧ୍ୟମ ଅଭିଯାନ ସମ୍ପର୍କରେ ବିଭିନ୍ନ ଦାବି କରିଥିବା କେତେକ ମାନହାନିଜନକ ସାମାଜିକ ଗଣମାଧ୍ୟମ ପୋଷ୍ଟଗୁଡ଼ିକ ପରେ ଆସିଛି । ବମ୍ବେ ହାଇକୋର୍ଟ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସକୁ ଏକ ଆଡ-ଇଂଟରିମ ରିଲିଫ
ପ୍ରଦାନ କରିଛନ୍ତି ଏବଂ ଏହିପରି ସବୁ ସାମାଜିକ ଗଣମାଧ୍ୟମ ପୋଷ୍ଟ, ଉପାଦାନ ଏବଂ କାହାଣୀଗୁଡ଼ିକୁ ଡିଲିଟ କରିବାକୁକୁ ନିର୍ଦ୍ଦେଶ ଦେଇଛନ୍ତି। ‘ ଏକ ଭାରତୀୟ ବ୍ରାଣ୍ଡ ଭାବରେ, ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ସମ୍ବେଦନଶୀଳତା, ସ୍ଵଚ୍ଛତା ଏବଂ ସମ୍ମାନ ସହିତ କାର୍ଯ୍ୟ କରିବାକୁ ନୈତିକ କର୍ତବ୍ୟ ଭାବେ ବିବେଚନା କରେ। ଏକ ତୃତୀୟ-ପକ୍ଷ ବିକ୍ରେତା ପୂର୍ବରୁ ଆମର ସହ ଏକ ଅଭିଯାନ ଜରିଆରେ ପ୍ରବେଶ କରିଥିଲା। ଉକ୍ତ ସହଯୋଗ ଆମର ବ୍ରାଣ୍ଡର ମୂଲ୍ୟବୋଧ ସହିତ ସମାନ ନଥୁବା ଜାଣିବା ପରେ ଆମେ ତୁର‘ ରାଜିନାମା ଏବଂ ବିକ୍ରେତା ସମ୍ପର୍କ ଉଭୟକୁ ବନ୍ଦ କରିବାକୁ କାର୍ଯ୍ୟ କରିଥିଲୁ ବୋଲି କମ୍ପାନି କହିଛି। କମ୍ପାନି ନୀତିଗୁଡ଼ିକ ଦ୍ୱାରା ପଥପ୍ରଦର୍ଶିତ ହୋଇଥୁବା ଏବଂ ସର୍ବଦା ଭାରତର କାହାଣୀକୁ ଉତ୍ସବ ଭଳି ପାଳନ କରିବାରେ ଜୋର ଦେଇଛି । ‘ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଯାତ୍ରା ସର୍ବଦା ଭାରତର କାହାଣୀକୁ ଉତ୍ସବ ଭାବେ ପାଳନ କରିଛି, ଏକ କାରିଗରୀ, ସତ୍ୟନିଷ୍ଠା ଏବଂ ବିବିଧତା ପ୍ରତି ସମ୍ମାନର କାହାଣୀ । ଭାରତୀୟ ହେବା କେବଳ ଆମର ଉତ୍ପାଦନ
ଏବଂ ଉପସ୍ଥିତିରେ ନୁହେଁ ବରଂ ଆମର ମାନସିକତା -ଏବଂ ନୈତିକ ମୂଲ୍ୟବୋଧରେ ପ୍ରତିଫଳିତ ହୋଇଥାଏ। ଆମର ନିଷ୍ପତିଗୁଡ଼ିକ ନୀତି ଦ୍ୱାରା ଆଗକୁ ବଢ଼ଉଛି ଏବଂ କଦାପି ପୂର୍ବ ଧାରଣା ଦ୍ୱାରା ନୁହେଁ, ଏବଂ ଆମେ ଆମ ହିତାଧୁକାରୀମାନଙ୍କ ଦ୍ୱାରା ପ୍ରକାଶିତ ବିବିଧ ଦୃଷ୍ଟିଭଙ୍ଗିଗୁଡ଼ିକୁ ଗଭୀର ଭାବରେ ସମ୍ମାନ କରୁ ବୋଲି ଇମେଲରେ ଲେଖାଯାଇଛି। ‘ଆମେ ଦାୟିତ୍ବବୋଧ, ସାଂସ୍କୃତିକ ସମ୍ବେଦନଶୀଳତା ଏବଂ ଜନସାଧାରଣ ବିଶ୍ଵାସ ବଜାୟ ରଖୁବା ପ୍ରତି ଆମର ପ୍ରତିବଦ୍ଧତାକୁ ପୁନର୍ବାର ନିଶ୍ଚିତ କରୁଛୁ। ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ସ୍ଵଚ୍ଛତା ସହିତ ଯୋଗାଯୋଗ କରିବା, ଦାୟିତ୍ଵପୂର୍ଣ କାର୍ଯ୍ୟ କରିବା ଏବଂ ଆମ ବ୍ରାଣ୍ଡକୁ ଆରମ୍ଭରୁ ନିର୍ଦ୍ଧାରଣ କରିଥିବା ମୂଲ୍ୟବୋଧଗୁଡ଼ିକୁ ଅଟଳ ରଖିବାକୁ ଅବ୍ୟାହତ ରଖୁବ ବୋଲି ଏହା କହିଛି। ୧୯୯୩ରେ ପ୍ରତିଷ୍ଠିତ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ପନ୍ଦରଟି ବ୍ୟବସାୟ ରହିଛି ଏବଂ ୨୭,୫୦୦ରୁ ଅଧୂକ କର୍ମଚାରୀ ଅଛନ୍ତି । ଏହାର କାରବାର ୨୦୨୪-୨୫ରେ ୭.୩୬ ବିଲିୟନ ଡଲାର ଥିଲା ଏବଂ ଏହା ବିଶ୍ଵର ପଂଚମ ବୃହତମ ଜୁଏଲରୀ ଖୁଚୁରା ବିକ୍ରେତା । କମ୍ପାନିର ୧୪ଟି ଦେଶରେ ୪୧୦ରୁ ଅଧୂକ ଖୁଚୁରା ଶୋ’ ରୁମ୍ ରହିଛି ଏବଂ ଭାରତର ୨୦ରୁ ଅଧିକ ରାଜ୍ୟରେ କାର୍ଯ୍ୟ କରୁଛି।
