ଭୁବନେଶ୍ୱର (ଆ.ଦୁ.ନିଉଜ ) ୭୧–ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ ହୋଇଛି। ମତଦାନରେ ଏହି ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ନୂଆପଡାବାସୀଙ୍କ ଗଣତନ୍ତ୍ର ପ୍ରତି ଥିବା ଆସ୍ଥା ଓ ବିଶ୍ୱାସକୁ ପ୍ରଦର୍ଶିତ କରୁଛି ।
ବିପୁଳ ସଂଖ୍ୟାରେ ମତଦାନ କରି ଗଣତନ୍ତ୍ରର ପର୍ବକୁ ସଫଳ କରିଥିବା ସମସ୍ତ ମତଦାତାଙ୍କୁ ଆମର ଅଶେଷ ଅଶେଷ ଧନ୍ୟବାଦ ।
ମତଦାତାଙ୍କ ମଧ୍ୟରେ ସଚେତନତା ବଢ଼ାଇବା ପାଇଁ ସମର୍ପିତ ମନୋଭାବ ଓ ନିଷ୍ଠାପର ଉଦ୍ୟମ ରଖିଥିବା ସମସ୍ତ ନିର୍ବାଚନ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ।
