ଭୁବନେଶ୍ୱର 14/11 : ଦେଶର ଅଗ୍ରଣୀ ରାଷ୍ଟ୍ରlୟତ ବ୍ୟାଙ୍କ ଭାବେ ପଂଜାବ ନାସନାଲ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱର ସର୍କଲରେ ଏକ ରିଟେଲ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପିଏନ୍ବିର ବିଭିନ୍ନ ଖୁଚୁରା ଉତ୍ପାଦ ଯେପରି ଗୃହ ଋଣ, ଗାଡି ଋଣ ଏବଂ ଶିକ୍ଷା ଋଣ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇ ସେମାନଙ୍କ ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ, ଏହି କାର୍ଯ୍ୟକ୍ରମରେ ମଣ୍ଡଳ ମୁଖ୍ୟ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରିଟେଲ ଆଉଟରିଚ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ୟାଙ୍କର କାର୍ଯ୍ୟକାରି ନିର୍ଦ୍ଦେଶକ ଶ୍ରୀ ବିଭୁ ପ୍ରସାଦ ମହାପାତ୍ର ଏହାକୁ ଉଦଘାଟନ କରି କହିଥିଲେ ଦେଶର ରିଟେଲ ଲୋନ ଯଥା ହାଉସିଂ, ଯାନବାହାନ ଏବଂ ଏଡୁକେସନ୍ ଲୋନ ଆଦି ସ୍ୱୀକୃତି କରିବାରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଗ୍ରଣୀ ଭୂମିକା ଗ୍ରହଣ କରିଛି
ଏବଂ ଓଡ଼ିଶାରେ ରିଟେଲ ଋଣ ବୃଦ୍ଧି ପାଇଁ ବ୍ୟାଙ୍କର ପ୍ରତିବଦ୍ଧତା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ସେ ନୂତନ ଋଣଗ୍ରହୀତାଙ୍କୁ 50 କୋଟି ଟଙ୍କାର ମଞ୍ଜୁରୀ ପତ୍ର ପ୍ରଦାନ କରିଥିଲେ। ଶିବିରରେ 100 କୋଟି ଟଙ୍କାର ଲିଡ୍ ସୃଷ୍ଟି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜୋନାଲ ମ୍ୟାନେଜର ଶ୍ରୀ ଭୂଷଣ ଶର୍ମା ମଧ୍ଯ ଉପସ୍ଥିତ ଥିଲେ.ପ୍ରାୟ 200 ରୁ ଅଧିକ ସମ୍ଭାବ୍ୟ ଗ୍ରାହକ ଏବଂ ବ୍ୟାଙ୍କ ଅଧିକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଏହି କର୍ଯ୍ୟକ୍ରମ ଲୋକମାନଙ୍କ ସହିତ ସିଧାସଳଖ ସଂଯୋଗ ସ୍ଥାପନ କରିବା, ସେମାନଙ୍କର ଆବଶ୍ୟକତାକୁ ବୁଝିବା ଏବଂ ସମାଧାନ ପ୍ରଦାନ କରିବା ଦିଗରେ ଏକ ଉତ୍କୃଷ୍ଟ ସୁଯୋଗ ଆଣିପାରିଛି l

