ପ୍ରମୋଦ ମହାପାତ୍ରଙ୍କୁ ‘ଉତ୍କଳ ସାମ୍ବାଦିକ ରନ୍ ସମ୍ମାନ’, ୩୫ଜଣ ସାମ୍ବାଦିକଙ୍କୁ ପେନ୍ସନ ଓ ୮ଜଣଙ୍କୁ ସ୍ମାରକୀ ସମ୍ମାନ
ଭୁବନେଶ୍ୱର, ୧୬.୧୧ : (ଆ.ଦୁ.ନିଉଜ) ସମାଜର ତଳସ୍ତରରେ ଥିବା ଗରିବ ଓ ଅବହେଳିତ ମଣିଷର ସମସ୍ୟାଗୁଡ଼ିକୁ ଲୋକଲୋଚନକୁ ଆଣିବା ଦିଗରେ ଗଣମାଧ୍ଯମ ଶକ୍ତିଶାଳୀ ଭୂମିକା ଗ୍ରହଣ କରିବା ଉଚିତ୍ । ଅନ୍ୟାୟ, ଅନୀତି ବିରୁଦ୍ଧରେ ସେମାନେ ସତ୍ୟ ଓ ନିର୍ଭିକ ଭାବେ ଲେଖନୀ ସ୍ଖଳନା କଲେ ଗଣତନ୍ତ୍ର ସୁଦୃଢ ହୋଇପାରିବ ବୋଲି ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।
ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସମ୍ମାନିତ ଅତିଥୁ ରୂପେ ଯୋଗଦେଇ କହିଥିଲେ ଯେ, ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ପସ୍ତାବ ଗୁଡ଼ିକୁ ସହାନୁଭୂତିର ସହ ସରକାର ବିୟର କରିବେ । ଇତି ମଧ୍ୟରେ ସରକାର ମଧ୍ୟ ବର୍ଷକୁ ୧୦ କୋଟି ଟଙ୍କାର ରାଜ୍ୟର ୮୦୦୦ ସାମ୍ବାଦିକମାନଙ୍କ ବାବଦରେ ସ୍ଵାସ୍ଥ୍ୟବୀମା ପ୍ରିମିୟମ ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ । ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସଚେତନ ଅଛନ୍ତି। ଏ ଦିଗରେ ସହାନୁଭୂତିପୂର୍ବକ ବିୟର କରିବେ ବୋଲି କହିଥିଲେ ।
ଉଦ୍ଘାଟକ ଭାବେ ଯୋଗଦେଇ ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି ଯେ, ୨୦୩୬ରେ ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ଭିଜନ ଡକ୍ୟୁମେଣ୍ଟ ଏବଂ ସ୍ୱାଧୀନତାର ୧୦୦ ବର୍ଷରେ ୨୦୪୭ରେ ଭିଜନ ଡକ୍ୟୁମେଣ୍ଟ ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି । ଏଥିରେ ରାଜ୍ୟକୁ ଅଗ୍ରଣୀ କରିବା କ୍ଷେତ୍ରରେ ଅର୍ଥନୈତିକ ପ୍ରଗତିକୁ ଦୃଷ୍ଟିରେ ରଖାଯାଇଛି । ସ୍ୱାସ୍ଥ୍ୟସେବା, ସମାନୁପାତିକ ପ୍ରଗତି ଭଳି ପ୍ରସଙ୍ଗଗୁଡ଼ିକୁ ସାମ୍ବାଦିକମାନେ ଲୋକଙ୍କ ପାଖରେ ତୃଣମୂଳସ୍ତର ପର୍ଯ୍ୟନ୍ତ ପହଞ୍ଚାଇ ପାରିଲେ ଭିଜନ ଡକ୍ୟୁମେଣ୍ଟର ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି କହିଥିଲେ ।
ଏହି ଉତ୍ସବରେ ରାଜ୍ୟ ମାବାଧ୍ବକାର କମିଶନର ଅଧ୍ୟକ୍ଷ ଜଷ୍ଟିସ ଶତୃଘ୍ନ ପୂଜାରୀ ମୁଖ୍ୟ ଅତିଥୁ ରୂପେ ଯୋଗଦେଇ କହିଲେ ଯେ, ଗଣମାଧ୍ୟମକୁ ସରକାର ମଧ୍ୟ ବିଭିନ୍ନ ସମୟରେ ଡରି ପୁରା ପୃଷ୍ଠା ବିଜ୍ଞାପନ ଦିଅନ୍ତି, କିନ୍ତୁ ପ୍ରକୃତ ସତ୍ୟ ହେଲା ସମ୍ବିଧାନର ଧାରା ୧୯(କ) ଅନୁଯାୟୀ ବ୍ୟକ୍ତି ସ୍ୱାଧୀନତା ଏବଂ ସୂଚନା ଅଧିକାରକୁ କେହି ଗୃହାଁନ୍ତି ନାହିଁ । ବର୍ତ୍ତମାନ ସମୟରେ ସକାରାତ୍ମକ ସମ୍ବାଦକୁ କେହି ପଢନ୍ତି ନାହିଁ, ବରଂ ନକାରାତ୍ମକ ଏବଂ ସମ୍ବେଦନଶୀଳ ଖବରକୁ ସମସ୍ତେ ଖୋଜି ବୁଲନ୍ତି । ଅନ୍ୟପକ୍ଷରେ ଗଣମାଧ୍ୟମର ସ୍ୱାଧୀନତା ପାଇଁ ଗଣମାଧ୍ୟମର ମାଲିକମାନେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥାନ୍ତି । କିନ୍ତୁ ସାମ୍ବାଦିକମାନଙ୍କ ପାଇଁ କେହି କେବେ ସୁପ୍ରିମକୋର୍ଟ ଯାଇନାହାଁନ୍ତି । ତେଣୁ ନିଜର ସମସ୍ୟାକୁ ନେଇ ସାମ୍ବାଦିକମାନେ ସଂଗଠିତ ହେବା ଆବଶ୍ୟକ ବୋଲି ଜଷ୍ଟିସ ପୂଜାରୀ କହିଛନ୍ତି ।
ରାଜ୍ୟ ଆଇନ କମିଶନର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଲେ ଯେ, ୨୫ ବର୍ଷ ଧରି ସମ୍ବାଦପତ୍ରର ଓକିଲ ଭାବେ କାର୍ଯ୍ୟ କରି ସାମ୍ବାଦିକମାନଙ୍କର ଅନେକ ସସସ୍ୟା ସମ୍ପର୍କରେ ଅବଗତ ଅଛନ୍ତି । ସମ୍ବାଦପତ୍ର ଶୀତତାପ ନିୟନ୍ତ୍ରିତ କକ୍ଷରୁ ବାହାରି, ସ୍କୁଲ, କଲେଜ, ବସଷ୍ଟାଣ୍ଡ, ଡାକ୍ତରଖାନା ଆଦିକୁ ଯାଇ ସେଠାରେ ଥିବା ସାଧାରଣ ଲୋକଙ୍କର ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବା ଆବଶ୍ୟକ । ଏ ଦିଗରେ ସବୁବର୍ଗର ଲୋକଙ୍କର ସ୍ୱାର୍ଥରକ୍ଷା ଦିଗରେ ସରକାର କାର୍ଯ୍ୟ କରୁଥିବା ସ୍ଥଳେ ସମ୍ବାଦପତ୍ର ଗୁଡ଼ିକ କାହାରି ଚରିତ୍ର ସଂହାର ନକରି କେବଳ ଖବର ପ୍ରକାଶ କରିବା ଉଚିତ ବୋଲି ମତ ଦେଇଥିଲେ ।
ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର ଉପାଧ୍ଯକ୍ଷ ଦୀପକ ମାଲବ୍ୟ କହିଥିଲେ ଯେ, ବର୍ତମାନ ସମ୍ବାଦପତ୍ର ଛପାଯାଇ ବିକ୍ରି କରାଯାଉ ନାହିଁ ବରଂ ଅଧିକାଂଶ ସମ୍ବାଦପତ୍ର ବିକ୍ରି ହୋଇଯିବା ପରେ ସମ୍ବାଦ ଛାପୁଛନ୍ତି । ଲୋକେ କଣ ଋହୁଁଛନ୍ତି ସମ୍ବାଦପତ୍ରଗୁଡ଼ିକ ଜାଣିବା ଉଚିତ୍ । ନ୍ୟାୟପାଳିକା ଓ ସମ୍ବାଦପତ୍ର ନିଷ୍ଠାପର ଭାବେ କାର୍ଯ୍ୟ କରିଲେ ଲୋକଙ୍କର ସମସ୍ତ ଅଭାବ ଅସୁବିଧା ଦୂର ହୋଇପାରିବ ବୋଲି
କହିଥିଲେ । ପୂର୍ବରୁ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ରାଜ୍ୟ ସଭାପତି ପ୍ରଦୋଷ ପଟ୍ଟନାୟକ ଅତିଥି ପରିଚୟ ଦେବା ପ୍ରସଙ୍ଗରେ କଲ୍ୟାଣ ବୋର୍ଡ଼ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ | କଲ୍ୟାଣ ବୋର୍ଡ଼ର ସାଧାରଣ ସମ୍ପାଦକ ସନତ ମିଶ୍ର ବିବରଣୀ ପାଠ ମାଧ୍ଯମରେ ସାମ୍ବାଦିକମାନଙ୍କର ବିଭିନ୍ନ ଅସୁବିଧାକୁ ସରକାରଙ୍କୁ ଦୃଷ୍ଟିକୁ ଆଣିଥିଲେ । ଶେଷରେ କଲ୍ୟାଣ ବୋର୍ଡ଼ର ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ଦୈନିକ ସମ୍ବାଦପତ୍ର ‘ସମାଜ’ର ପୂର୍ବତନ ସମ୍ପାଦକ ପ୍ରମୋଦ କୁମାର ମହାପାତ୍ରଙ୍କୁ ‘ଉତ୍କଳ ସାମ୍ବାଦିକ ରନ୍ ସମ୍ମାନ- ୨୦ ୨୫’ ପ୍ରଦାନ କରାଯାଇଥିଲା । ଏଥିସହିତ ରାଜ୍ୟର ୩୫ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ପ୍ରଦାନ କରାଯିବା ସହିତ ୮ଜଣ ବରିଷ୍ଠ ସାମ୍ବାଦିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ ସ୍ଵୟଂଶାସିତ ମହାବିଦ୍ୟାଳୟର ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ରାଜ୍ୟ ବାହାରର ଆନ୍ଧ୍ରପ୍ରଦେଶ, କାଳିଙ୍ଗିଶିବ, କୋଲକତାର ତନୟ ସରକାର, ତେଲେଙ୍ଗାନାର ପୁତୁଲା ନାଗେଶ୍ୱର ରାଓ, ଝାଡ଼ଖଣ୍ଡର କାର୍ତ୍ତିକ କୁମାର ପରିଚ୍ଛା ଏବଂ ଚିରଞ୍ଜିତ୍ ସିଂ, ଛତିଶଗଡ଼, କର୍ଣାଟକ, ଦିଲତ୍ର ଦେଢ଼ୁ ଭିଖାଲ ଭୋୟା ଓ ମୁମ୍ବାଇର ମିର୍ଜା ମହମ୍ମଦ ଇମ୍ରାନ ଅବଦୁଲ ରୁଫ୍ଙ୍କୁ ବିଭିନ୍ନ ସମ୍ବାଦପତ୍ରର ୭ଜଣ ସମ୍ପାଦକଙ୍କୁ ‘ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଓଡ଼ିଶା ଖଣି ନିଗମ (ଓଏମ୍ସି)ର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ସମ୍ବିତ କୁମାର ସେଠୀଙ୍କୁ କର୍ପୋରେଟ କମ୍ୟୁନିକେସନ ଆଣ୍ଡ ପବ୍ଲିକ ରିଲେସନ୍ସ ସମ୍ମାନ- ୨୦ ୨୫ରେ ସମ୍ମାନିତ କରାଯାଇଥିଲା । ୨୦୨୪ ମସିହାରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ନମ୍ବର ରଖୁଥୁବା ଉତ୍କଳ ବିଶ୍ଵବିଦ୍ୟାଳୟ ବାଣିବିହାର ଭୁବନେଶ୍ଵର ଖୋର୍ଦ୍ଧାଜିଲ୍ଲା ବାଲୁଗାଁସ୍ଥିତ ବେଲପଦା ରୋଡ଼ର ଛାତ୍ରୀ ଆରତୀ ଲେଙ୍କାଙ୍କୁ ‘ରବି ନାରାୟଣ ମହାନ୍ତି ସ୍ମାରକୀ ସମ୍ମାନ- ୨୦ ୨୫’, ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ତଥା ଭୁବନେଶ୍ଵରର ସୁନ୍ଦରପଦାସ୍ଥିତ କଲ୍ୟାଣ ପ୍ଲାଜା ଆପାର୍ଟମେଣ୍ଟ-୨ର ଛାତ୍ରୀ କୁମାରୀ ପ୍ରତିଭା ବିଶ୍ଵାଳଙ୍କୁ ‘ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ- ୨୦ ୨୫’, ରେଭେନ୍ସା । ବିଶ୍ବବିଦ୍ୟାଳୟ କଟକର ପୁରୁଣା ଭୁବନେଶ୍ୱରସ୍ଥିତ ସାମନ୍ତରାପୁରର ଛାତ୍ରୀ ସୋନାଲି ପାଣିଗ୍ରାହୀଙ୍କୁ ‘ରାମହରି ମିଶ୍ର ସ୍ମାରକୀ ସମ୍ମାନ- ୨୦ ୨୫’, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଭଞ୍ଜବିହାର ବ୍ରହ୍ମପୁରସ୍ଥିତ ଜୟପ୍ରକାଶ ନଗରର ଛାତ୍ରୀ ସୁନ୍ନି ମିଶ୍ରଙ୍କୁ ‘ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ସମ୍ମାନ- ୨୦୨୫’, ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏସ୍ଏସ୍)ର ଓଡ଼ିଆ ସାମ୍ବାଦିକତା ଛାତ୍ରୀ କୁମାରୀ ଦେବଲିନ ବେହେରାଙ୍କୁ ‘ଦିଲ୍ ଦିଲ୍ଲୀପ ଶତପଥୀ ଗତପଥୀ ସ୍ମାରକୀ ସମ୍ମାନ- ୨୦ ୨୫’, ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟ ଭୁବନେଶ୍ୱରର ଛାତ୍ର ଦେବୀପ୍ରସାଦ ନାୟକଙ୍କୁ ‘ଅରିନ୍ଦମ ଦାଶ ସ୍ମାରକୀ ସମ୍ମା ସମ୍ମାନ- ୨୦ ୨୫’ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ, ଭୁବନେଶ୍ଵରର ସମ୍ବାଦ ସ୍କୁଲ୍ ଅଫ୍ ମିଡ଼ିଆ ଆଣ୍ଡ କଲ୍ଚର, ଭୁବନେଶ୍ଵରର ଛାତ୍ର ସୁଶାନ୍ତ କୁମାର ମହାପାତ୍ରଙ୍କୁ ‘ଗୋପାଳ ମିଶ୍ର ସ୍ମାରକୀ ସମ୍ମାନ- ୨୦ ୨୫’ ଏବଂ ଫକୀର ମୋହନ ବିଶ୍ଵବିଦ୍ୟାଳୟ ବାଲେଶ୍ଵରର ଛାତ୍ର ରାମଚନ୍ଦ୍ର କାମିଳାଙ୍କୁ ‘ଅରୁଣ ପଣ୍ଡା ସ୍ମାରକୀ ସମ୍ମାନ ||ନ- ୨୦ ୨୫’ ପ୍ରଦାନ କରାଯାଇଥିଲା ।
