ଭୁବନେଶ୍ଵର : 25.11.2025 (ଆ.ଦୁ.ନିଉଜ) କାନାରା ବ୍ୟାଙ୍କ, ଭୁବନେଶ୍ଵର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ସୁମନ ଚକ୍ରବର୍ତ୍ତୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଶ୍ରୀ ଚକ୍ରବର୍ତ୍ତୀଙ୍କର ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିବାର ଦୀର୍ଘ ୨୯ ବର୍ଷର ଅଭିଜ୍ଞତା ରହିଛି। ତାଙ୍କର ସଫଳ କ୍ୟାରିୟର ଜୀବନରେ ସେ ରିଟେଲ ଆସେଟ୍ ହବ୍, ରିଜିଓନାଲ ମୁଖ୍ୟ, ଟ୍ରେଜେରୀ ପରିଚାଳନା, ମିଡ୍ କର୍ପୋରେଟ୍ କ୍ରେଡିଟ୍, ରିସ୍କ ମ୍ୟାନେଜମେଣ୍ଟ ସହିତ ହଙ୍କକଙ୍ଗ୍ ଏବଂ ଜୋହନସବର୍ଗର ବ୍ୟାଙ୍କର ବିଦେଶୀ ଶାଖାରେ କାର୍ଯ୍ୟ କରିଛନ୍ତି । ଶ୍ରୀ ଚକ୍ରବର୍ତ୍ତୀ ଗ୍ରାହକ-କୈନ୍ଦ୍ରିକ ସେବା, ଡିଜିଟାଲ ପରିବର୍ତ୍ତନ ଏବଂ ସ୍ଥାୟୀ ଅଭିବୃଦ୍ଧି ଉପରେ କାନାରା ବ୍ୟାଙ୍କର ଦୃଷ୍ଟିକୋଣ ସହିତ କାର୍ଯ୍ୟ କରିଆସୁଛନ୍ତି । ଶ୍ରୀ ଚକ୍ରବର୍ତ୍ତୀ ଭୁବନେଶ୍ଵରର ମଣ୍ଡଳ ମୁଖ୍ୟ ଭାବେ ସମସ୍ତ ସର୍କଲରେ ବ୍ୟବସାୟିକ ଅଭିବୃଦ୍ଧିକୁ ସୁଦୃଢ କରିବା, ଗ୍ରାହକ ସେବା ପ୍ରଦାନ କରିବା, କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରିବା ଏବଂ ଓଡିଶାର ଗ୍ରାମୀଣ, ଅଦ୍ଧ-ସହରୀ ଓ ସହରାଞ୍ଚଳରେ ବ୍ୟାଙ୍କିଙ୍ଗ୍ ସେବାକୁ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ୱାରୋପ କରିବେ ବୋଲି ସୂଚନା ଦେଇଛନ୍ତି।
