ଭୁବନେଶ୍ଵର, ୩୧୨ (ଆ.ଦୁ.ନିଉଜ) : ଭାରତର ସବୁଠାରୁ ବଡ଼ ଷ୍ଟେନଲେସ୍ ଷ୍ଟିଲ୍ ଉତ୍ପାଦକ କମ୍ପାନୀ ଜିନ୍ଦଲ ଷ୍ଟେନଲେସ୍ ବିଶ୍ଵ ସ୍ତରୀୟ ସଷ୍ଟେନେବିଲିଟି ଗ୍ୟାଙ୍କିଙ୍ଗରେ ଏକ ଐତିହାସିକ ମାଇଲଖଣ୍ଟ ହାସଲ କରିଛି। ଆର୍ଥକ ବର୍ଷ ୨୦୨୫ରେ ଡାଉ ଜୋନ୍ସ ସଷ୍ଟେନେବିଲିଟି ଇଣ୍ଡେକ୍ସ( ଡିଜେଏସଆଇ) ଅନୁଯାୟୀ ଇଏସଜି ସ୍କୋର ୭୮ ହାସଲ କରିଛି କମ୍ପାନୀ I ଏହି ମାନ୍ୟତା ହାସଲ କରିବା ପରେ କମ୍ପାନୀ ତଥା ଜିନ୍ଦଲ ଷ୍ଟେନଲେସ୍ ବିଶ୍ଵର ଷ୍ଟିଲ କମ୍ପାନୀଗୁଡ଼ିକ ଭିତରେ ଶ୍ରେଷ୍ଠ ୫% ତାଲିକାରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ସେହିପରି ଷ୍ଟିଲ କ୍ଷେତ୍ରରେ ଏହା ଚତୁର୍ଥ ସ୍ଥାନ ହାସଲ କରିବା ସହ ଷ୍ଟେନଲେସ୍ ଷ୍ଟିଲ୍ କ୍ଷେତ୍ରରେ ସାରା ବିଶ୍ୱରେ ଏହା ପ୍ରଥମ ସ୍ଥାନ ଅଧିକାର କରିଛି I ଆର୍ଥକ ବର୍ଷ ୨୦୨୪ରେ କମ୍ପାନୀ ୬୦ସ୍କୋର ପାଇଥିବାବେଳେ ଚଳିତଥର ୭୮ ସ୍କୋର ପାଇବା କମ୍ପାନୀର ସଷ୍ଟେନାବିଲିଟି –ଚାଳିତ ଅଭିବୃଦ୍ଧି, ସ୍ଵଚ୍ଛତା ଏବଂ ଦୀର୍ଘ ମିଆଦୀ ଦିଗ ପ୍ରତି ଥିବା | ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି
ସଫଳତା ସମ୍ପର୍କରେ ମତ ରଖି ଜିନ୍ଦଲ ଷ୍ଟେନଲେସ୍ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ‘ଡିଜେଏସଆଇ ମଡେଲର ଇଏସଜି ରାଙ୍କିଙ୍ଗରେ କମ୍ପାନୀର ଏଭଳି ଅଭୂତପୂର୍ବ ସଫଳତା ଆମ ସମସ୍ତଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ଗତ ବର୍ଷମାନଙ୍କରେ ଆମର ନି ର ବଚ୍ଛି ନ୍ନ ପରି ଶ୍ରମ ଆଜି ର ଏହି ସଫଳତାରେ ପ୍ରତିଫଳିତ ହୋଇଛି । ଏହା ଆମର ଦାୟିତ୍ଵପୂର୍ଣ୍ଣ ଅଭିବୃଦ୍ଧି, ସ୍ଵଚ୍ଛତା, ନବ ଉନ୍ମେଷ ଏବଂ ଆମର କର୍ମଚାରୀ ଏବଂ ଆମର ପୃଥିବୀ ପ୍ରତିଥିବା ପ୍ରତିବଦ୍ଧତାକୁ ଦର୍ଶାଇଥାଏ । ନିର‘ର ବିକାଶ ଜିନ୍ଦଲ ଷ୍ଟେନଲେସ୍ରେ କେବଳ ଏକ ଲକ୍ଷ୍ୟ ନୁହେଁ ବରଂ ଏହା ଆମର ମୂଲ୍ୟବୋଧ, ଦୈନଦିନ କାର୍ଯ୍ୟ ପରିଚାଳନା ସହ ଜଡ଼ିତ ଏଥିସହିତ ଏହା ମଧ୍ୟ ଆମର ସମୁଦାୟ ଏବଂ ଅଂଶୀଦାରୀମାନଙ୍କ ବିଶ୍ଵାସ ଦ୍ଵାରା ଦୃଢ଼ୀଭୂତ ଅଟେ | ଆମର ଏହି ସଫଳତା ଆମ ସଂକଳ୍ପକୁ ଦୃଢ଼ୀଭୂତ କରୁଛି ଯାହା ଆମର ୨୦୩୦ସୁଦ୍ଧା ଥିବା ଲକ୍ଷ୍ୟ ତଥା ଔଦ୍ୟୋଗିକ ପ୍ରଗତି ଏବଂ ସ୍ଥିରତାକୁ
ଖୋରାକ ଯୋଗାଉଛି । ସିଏସ୍ଏ ସ୍କୋରରେ ଜିନ୍ଦଲ ଷ୍ଟେନଲେସ୍ ଇଏସଜି କ୍ଷେତ୍ରରେ ଅସାଧାରଣ ପ୍ରଦର୍ଶନ କରିଛି। ପରିବେଶରେ ୮୩, ସାମାଜିକରେ ୭୩, ପ୍ରଶାସନ ଏବଂ ଅର୍ଥନୈତିକ କ୍ଷେତ୍ରରେ କମ୍ପାନୀ ୭୬ ସ୍କୋର ହାସଲ କରିଛି I ଏହି ସ୍କୋର ଗୁଡ଼ିକ ଶିଳ୍ପ କ୍ଷେତ୍ରରେ ଥିବା। ହାରାହାରି ସ୍କୋର ଯଥାକ୍ରମେ ୩୭,୩୫ ଏବଂ ୩୬ଠାରୁ ବହୁ ଅଧିକ ଅଟେ । ଏଥି ସହିତ ସ୍ଵଚ୍ଛତା ଏବଂ ରିପୋଟିଂ କ୍ଷେତ୍ରରେ ୧୦୦ ଏବଂ ଉପଲବ୍ଧ ତଥ୍ୟ କ୍ଷେତ୍ରରେ ୯୭%ସ୍କୋର କମ୍ପାନୀକୁ ବିଶ୍ୱ ଷ୍ଟିଲ୍ ସେକ୍ଟରର ସବୁଠାରୁ ସ୍ଵଚ୍ଛ ଓ ଦାୟିତ୍ଵବାନ କମ୍ପାନୀଙ୍କ ମଧ୍ୟରେ ସ୍ଥାନ ଦେଇଛି। ଜିନ୍ଦଲ ଷ୍ଟେନଲେସ୍ ର ଚିଫ୍ ସଷ୍ଟେନେବିଲିଟି ଅଫିସର କଲ୍ୟାଣ ଭଟ୍ଟାଚାର୍ଯ୍ୟ ଏ ସମ୍ପର୍କରେ କହିଛନ୍ତି, ‘ଚଳିତବର୍ଷ ଆମର ଇଏସଜି ସ୍କୋର ହେଉଛି କ୍ଲାଇମେଟ ଷ୍ଟ୍ରାଟେଜି, ଶକ୍ତି ଦକ୍ଷତା, ଜଳ ଓ ଆବର୍ଜନା ପରିଚାଳନା, ବାୟୋଡାଇଭର୍ସିଟି, ବୃତିଗତ ସ୍ଵାସ୍ଥ୍ୟକୁ ଗୁରୁତ୍ୱ ଓ ସୁରକ୍ଷା ପ୍ରତି ଥୁବା ଆମର ନୈତିକ ଦାୟିତ୍ଵ ଏବଂ ମିଳିତ
ପ୍ରୟାସର ଏକ ପ୍ରତିଫଳନା ବିଶ୍ୱ ସ୍ତରରେ ଆମର ଏହି ସଫଳତା ବାସ୍ତବରେ ଏକ ମାଇଲଖୁଣ୍ଟ ହାସଲ କରିଛି ଯାହା ପାଇଁ ଆମେ ସମସ୍ତେ ଗର୍ବିତ । ଆର୍ଥକ ବର୍ଷ ୨୦୨୫ରେ ଜିନ୍ଦଲ ଷ୍ଟେନଲେସ୍ ହେଉଛି ଏକମାତ୍ର କମ୍ପାନୀ ଯିଏକି ସଷ୍ଟେନେବିଲିଟି କ୍ଷେତ୍ରରେ ‘ଗୋଲଡେନ ପିକକ୍ ଆୱାର୍ଡ’ରେ ସମ୍ମାନିତ ହୋଇଛି। ଯାହା କମ୍ପାନୀର ଇଏସଜି ଦିଗରେ ଅଭୂତପୂର୍ବ ପ୍ରଦର୍ଶନ ଏବଂ ରିପୋର୍ଟିଙ୍ଗ ମାନଦଣ୍ଡକୁ ଆହୁରି ମଜବୁତ କରୁ ଛି। ଡି କାର୍ବ ନାଇଜେସନ ଓ ସଷ୍ଟେନେବିଲିଟି କ୍ଷେତ୍ରରେ ରଣନୀତିକ ନିବେଶ କମ୍ପାନୀର ଇଏସଜି ପ୍ରତି ଥିବା ନିରନ୍ତର ପ୍ରତିବଦ୍ଧତାକୁ ଦୋହରାଉଛି। ଆର୍ଥକ ବର୍ଷ ୨୦୨୫ରେ ଓଡ଼ିଶାର ସବୁଠାରୁ ବଡ଼ କ୍ୟାପ୍ଟିଭ୍ ସୌର ପ୍ଲାଟଠାରୁ ଆରମ୍ଭ କରି ଏନର୍ଜି ଏଫିସିଏନ୍ସି ଉନ୍ନତି, ସପ୍ଲାଏ ଚେନ୍ ଡିଜିଟାଇଜେସନ ଏବଂ ପ୍ଲାଟ ଆଖପାଖର ଶିକ୍ଷା, ସ୍ୱାସ୍ଥ୍ୟ ଓ କୌଶଳ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଯୋଗୁଁ ଜିଏଚଜି ନିର୍ଗମନ ବର୍ଷ ରୁବର୍ଷ ୧୪% ହ୍ରାସ ହୋଇଛି।
