ଭୁବନେଶ୍ୱର 2.1.2026 (ଆ.ଦୁ.ନି) ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ନୈତିକତା ଓ ଅନୁପାଳନ ସପ୍ତାହ ଉପଲକ୍ଷେ ଭୁବନେଶ୍ୱରଠାରେ ଏକ “ଓ୍ବାକାଥନ୍” ଆୟୋଜିତ ହୋଇଯାଇଛି। ଏହି ୱାକାଥନ୍ ରୁପାଲି ଛକରୁ ଆରମ୍ଭ ହୋଇ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଯାଇ ପୁନର୍ବାର ରୁପାଲି ଛକକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ଵର ଅଞ୍ଚଳର ଅଞ୍ଚଳ ମୁଖ୍ୟ ହରେକୃଷ୍ଣ ଦାସ, ଉପ-ଅଞ୍ଚଳ ମୁଖ୍ୟ ଡି.ଭେଙ୍କଟସ୍ୱରୁଲୁ, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ମୂଖ୍ୟ ନିରଞ୍ଜନ ବାରିକ, ଉପ-କ୍ଷେତ୍ରୀୟ ମୁଖ୍ୟ ବିନୟ ଶର୍ମା ଏବଂ ଊପ-କ୍ଷେତ୍ରୀୟ ମୁଖ୍ୟ ଜିତେନ୍ଦ୍ର କୁମାର ସାମଲଙ୍କ ସମେତ ଭୁବନେଶ୍ୱରସ୍ଥିତ ବିଭିନ୍ନ କାର୍ଯ୍ୟାଳୟ ଓ ଶାଖାର କର୍ମଚାରୀମାନେ ଯୋଗ ଦେଇଥିଲେ। ନୈତିକତା ଓ ଅନୁପାଳନ ସପ୍ତାହ ଉପଲକ୍ଷେ ବ୍ୟାଙ୍କ ଅଧିକାରୀମାନେ ନୈତିକ ମୂଲ୍ୟବୋଧକୁ ଗୁରୁତ୍ଵ ଦେବା ସହ ଉତ୍ତମ ଅଭ୍ୟାସକୁ ଆପଣେଇବା ଏବଂ ଜୀବନର ପ୍ରତ୍ୟେକ ସ୍ତରରେ ସମୟାନୁବର୍ଷିତାକୁ ଅନୁସରଣ କରିବା ନିମନ୍ତେ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ।
