*ଲିଙ୍କ୍ ରୋଡ୍ରେ ଖୋଲିଲା ୨୬ତମ ଷ୍ଟୋର
ଭୁବନେଶ୍ଵର, ୯.୧. (ଆ.ଦୁ.ନି): ଭରସା, କାରିଗରୀ ଏବଂ ଶୁଦ୍ଧତା ଆଧାରରେ ଗଠିତ ଚାନ୍ଦି ଭଣ୍ଡାର ଓଡ଼ିଶାର ଅଗ୍ରଣୀ ରୁପା ଗହଣା ଏବଂ ଲାଇଫ୍ଷ୍ଟାଇଲ୍ ବ୍ରାଣ୍ଡ୍ ଭାବେ ଏହାର ବିରାସକୁ ଆଉପାଦେ ଆଗେଇ ନେଇଛି। ଘରେ ଘରେ ଅତୁଲ୍ୟ ରୁପା କାରିଗରୀକୁ ପହଞ୍ଚାଇବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏ ବ୍ରାଣ୍ଡ୍ ଆଜି ଅନନ୍ୟ ଡିଜାଇନ୍, ନବସୃଜନ ଏବଂ ମୂଲ୍ୟ ଆଦି ନାଁ ସହିତ ସମତୂଲ୍ୟ ହୋଇଛି।


ଚାନ୍ଦି ଭଣ୍ଡାରର ଯାତ୍ରାରେ ପଟିଆର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। କାରଣ ଏହା ବ୍ରାଣ୍ଡ୍ର ଦ୍ଵିତୀୟ ଷ୍ଟୋର ହେବା ସହିତ ବ୍ରାଣ୍ଡ୍ର ଅଭିବୃଦ୍ଧିରେ ଏକ ଗୁରୁତ୍ବପୂର୍ଣ ମାଇଲଖୁଣ୍ଟ । ସ୍କୋର୍ର ମହତ୍ବକୁ ଆଖି ଆଗରେ ରଖି ଚାନ୍ଦି ଭଣ୍ଡାର ପଟିଆ ସିଲ୍ଭର ଶୋ ରୁମ୍ର ରିଲଞ୍ଚ୍ କରିଛି। ପୂର୍ବାପେକ୍ଷା ଏହା ବୃହତ୍ ଏବଂ ଅଧିକ ବିଶୋଧିତ ରିଟେଲ୍ ଡେଷ୍ଟିନେସନ୍ ପାଲଟିଛି। ଏହାସହିତ ଚାନ୍ଦି ଭଣ୍ଡାର କଟକ ଲିଙ୍କ୍ ରୋଡରେ ମଧ୍ୟ ଏହାର ୨୬ତମ ଶୋ’ରୁମ୍ ଖୋଲିଛି।
୩୦୦୦ ବର୍ଗଫୁଟ ପରିବ୍ୟାପ୍ତ ପଟିଆ ସିଲଭର ସୋ’ରୁମ୍ ଏକ ସତେଜ ଏବଂ ସମସାମୟିକ ଲୁକ୍ରେ ପୁନଃଉପସ୍ଥାପିତ ହୋଇଛି। ଏହାର ପରିବର୍ଷିତ ସମ୍ମୁଖ ଭାଗରେ ବ୍ରାଣ୍ଡ୍ର ସିଗ୍ନେଚର ଲୋଟସ୍ ସିଗନେଜ୍ ସହିତ ଏକ ବୃହତ୍ ଏଲଇଡି ସ୍କ୍ରିନ୍ ରହିଛି, ଯାହାକି ଏକ ଚମକଦାର ଭିଜୁଆଲ ପରିଚୟ ସୃଷ୍ଟି କରୁଛି। ଶୋ’ରୁମ୍ରେ ବ୍ୟାପକ ରେଞ୍ଜ୍ ସିଲ୍ଭର ଡିନର୍ୱେର୍ ଏବଂ ଲାଇଫ୍ଷ୍ଟାଇଲ୍ ପ୍ରଡକ୍ଟ ସହିତ ପୁରୁଷ, ମହିଳା ଏବଂ ପିଲାମାନଙ୍କ ପାଇଁ ବ୍ରାଣ୍ଡ୍ର ସିଗ୍ନେଚର ଗହଣା ସମ୍ଭାର ଉପଲବ୍ଧ ଅଛି।
ସେହିଭଳି ଲିଙ୍କ୍ ରୋଡ୍ସ୍ଥିତ ଚାନ୍ଦି ଭଣ୍ଡାରର ୨୬ତମ ଷ୍ଟୋର ୨୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ନିର୍ମିତ । ଏଥିରେ ଦୁଇଟି ମହଲା ଅଛି। ନୂଆ ଶୋ’ରୁମ୍ରେ ବ୍ୟାପକ ଗହଣା ଏବଂ ଲାଇଫ୍ଷ୍ଟାଇଲ୍ ସମ୍ଭାର ଉପଲବ୍ଧ। ଏହି ନୂଆ ଷ୍ଟୋର ସହିତ ଚାନ୍ଦି ଭଣ୍ଡାର ଏ ଅଞ୍ଚଳରେ ନିଜର ଉପସ୍ଥିତିକୁ ମଜଭୁତ କରିଛି। ଗ୍ରାହକ ଏଠାରେ ଟ୍ରେଜର୍ସ, ଆମୋଘ, ବ୍ରିଙ୍ଗ୍, ଆର୍ଯ୍ୟ, ପାର୍ଟି ଏଡିଟ୍, ଭିନସ୍ ଏବଂ ପାୟଲ ଆଦି ବ୍ୟାପକ ସମ୍ଭାରଗୁଡ଼ିକୁ ଗୋଟିଏ ଛାତ ତଳେ ପାଇବେ।
ଏହି ମାଇଲଖୁଣ୍ଟ ସହିତ ଚାନ୍ଦି ଭଣ୍ଡାର ଏହାର ସର୍ବନିମ୍ନ ଗହଣା ସମ୍ଭାର ‘ନୋଆ’କୁ ଆଣିଛି। ଏହା ଆଧୁନିକ ଏବଂ ବହୁମୁଖୀ ଜୀବନଶୈଳୀ ପାଇଁ ଉଦ୍ଦିଷ୍ଟ। ପ୍ରତ୍ୟେକ ଅବସର ଏବଂ ପେସା କ୍ଷେତ୍ରରେ ଏହା ପ୍ରଯୁଜ୍ୟ। ସେଲିବ୍ରେଶନଠାରୁ ଡେଲିୱେର୍ ପର୍ଯ୍ୟନ୍ତ କ୍ଷେତ୍ରରେ ଏହା ଉପଯୁକ୍ତ।
ପଟିଆ ଷ୍ଟୋରର ରିଲଞ୍ଚ୍ ଏବଂ ୨୬ତମ ସ୍କୋର୍ର ଶୁଭାରମ୍ଭ ସହିତ ଚାନ୍ଦି ଭଣ୍ଡାର ଏହାର ବିରାସକୁ ଆଗେଇ ନେବା ସହିତ ଏହାର ସମସାମୟିକ ଡିଜାଇନକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇଛି।
ଏହି ଡବଲ୍ ସେଲିବ୍ରେଶନ୍କୁ ପାଳନ କରିବା ପାଇଁ ଚାନ୍ଦି ଭଣ୍ଡାର ଏକ ସୀମିତ ସମୟ ଅଫର ଆଣିଛି। ଏହା ଅନ୍ତର୍ଗତ ଗ୍ରାହକ ୧୦% ପର୍ଯ୍ୟନ୍ତ ରିହାତି ପାଇବେ। ଏ ଅଫର ୨୦୨୬ ଜାନୁଆରୀ ୯ରୁ ୨୪ ଯାଏ ଉପଲବ୍ଧ । ନିଜ କାହାଣୀକୁ ଚାନ୍ଦି ଭଣ୍ଡାର ପର୍ଯ୍ୟନ୍ତ ଆଣିଥିବା ବହୁ ମୂଲ୍ୟବାନ ଗ୍ରାହକଙ୍କ ପାଇଁ ଏହି ଅଫର ଏକ କୃତଜ୍ଞତା। ନିଜର ଅର୍ଥପୂର୍ଣ ସେଲିବ୍ରେଶନ୍ରେ ଚାନ୍ଦି ଭଣ୍ଡାରକୁ ସାଥୀ କରିଥିବାରୁ ଷ୍ଟୋର ପକ୍ଷରୁ ଗ୍ରାହକଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି।
ଏ ପରିପ୍ରେକ୍ଷୀରେ ଚାନ୍ଦି ଭଣ୍ଡାରର ପ୍ରତିଷ୍ଠାତା ଲିପ୍ସା ହଂସ କୁହନ୍ତି, ପଟିଆ ସୋ’ରୁମ୍ର ରି-ଲଞ୍ଚ୍ ଏବଂ ୨୬ ତମ ଶୋ ରୁମ୍ର ଶୁଭାରମ୍ଭ ଆମ ପାଇଁ ଏକ ଉତ୍ସାହଜନକ ମାଇଲଖୁଣ୍ଟ । ରୁପାକୁ ଏହାର ବହୁ ବିଶୋଧିତ ଏବଂ ସମସାମୟିକ ରୂପରେ ପାଳନ ଜାରି ରଖି ଗ୍ରାହକ ଅନୁଭୂତି ବଢ଼ାଇବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ।
ଆମ ପ୍ରତିଶ୍ରୁତି:ମାଗଣା ଜୀବନକାଳ କ୍ଲିନିଂ, ସର୍ବୋତ୍ତମ ବଦଳ ନୀତି, ହଲ୍ମାର୍କ ଏବଂ ଉତ୍ତମମାନର ଉତ୍ପାଦ ଓ ବ୍ୟାପକ ରେଞ୍ଜ୍ କଷ୍ଟମାଇଜ୍ ରୂପା ଉତ୍ପାଦ ଚାନ୍ଦି ଭଣ୍ଡାରର ପ୍ରତିଶ୍ରୁତି । ‘ଟ୍ରାଏ ବିଫୋର୍ ୟୁ ବାୟ’ ନୀତି ସହିତ ଚାନ୍ଦି ଭଣ୍ଡାର ଗ୍ରାହକଙ୍କୁ ସେମାନଙ୍କ ଟଙ୍କାର ସର୍ବୋତ୍ତମ ମୂଲ୍ୟ ପ୍ରଦାନ କରେ।
ଚାନ୍ଦି ଭଣ୍ଡାର ବିଷୟରେ:୨୦୧୩ରେ ପ୍ରତିଷ୍ଠିତ ଚାନ୍ଦି ଭଣ୍ଡାର ଓଡ଼ିଶାର ବୃହତ୍ ରୁପା ଗହଣା ଚେନ୍ । ରାଜ୍ୟରେ ଏହାର
୨୬ଟି ଶୋ’ରୁମ୍ ଅଛି । ଭୁବନେଶ୍ଵରରେ ରଘୁନାଥପୁର, ସହିଦନଗର, ପଟିଆ, ରସୁଲଗଡ଼, ଜନପଥ, ସୌଭାଗ୍ୟନଗର,ନୟାପଲ୍ଲୀ, ଲୁ ଇସ୍ରୋଡ୍ ଏବଂ ଖଣ୍ଡଗିରି, କଟକର କ୍ୟାଣ୍ଟନ୍ମେଣ୍ଟ୍ ରୋଡ, ସିଡିଏ ଏବଂ ଲିଙ୍କ୍ ରୋଡ୍, ରାଉରକେଲା, ଅନୁଗୁଳ, ଜୟପୁର, ବ୍ରହ୍ମପୁର, ବାଲେଶ୍ୱର, ଢେଙ୍କାନାଳ, ତାଳଚେର, ବାରିପଦା, ସୁନ୍ଦରଗଡ଼, ଝାରସୁଗୁଡ଼ା, ଖୋର୍ଦ୍ଧା, ନୟାଗଡ଼, ବଲାଙ୍ଗୀର ଏବଂ ଭଦ୍ରକରେ ଏହି ଶୋ’ରୁମଗୁଡ଼ିକ ରହିଛି ।
